Categories: ଗଞ୍ଜାମ

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୋହନା,୨ା୧(ଡି.ଏନ୍‌.ଏ.) – ଗଜପତି ଜିଲା ଅଡବା ଥାନାଠାରୁ ୨ଶହ ମିଟର ଦୂର ଶ୍ମଶାନଘାଟ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା କେତେଜଣ ଲୋକ ଦେଖି ଅଡବା ଥାନାକୁ ଜଣାଇଥିଲେ। ଅଡବା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ଘଟଣାସ୍ଥଳରୁ ୨ଟି ହ୍ୟାଣ୍ଡ ଗ୍ଲୋବ୍‌ସ, ଓଢଣୀ, ବେଲଣା ବାଡି ଓ ଏକ ଅଖା ଉଦ୍ଧାର କରାଯାଇଛି। ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚତ୍ ତଦନ୍ତ କରି ଫେରିଛନ୍ତି। ମୃତଦେହ ଜବତ କରି ବ୍ରହ୍ମପୁର ବଡମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ନଂ.୧/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଅଡବା ଥାନା ଅଧିକାରୀ ରଞ୍ଜନ କୁମାର ଜଗଦଳା କହିଛନ୍ତି। ଯୁବକଙ୍କୁ ହତ୍ୟାକରି ଏଠାରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି।