ଯୁବକଙ୍କୁ ହତ୍ୟା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର ଅଫିସ/ତରଭା, ୨୦।୧ (ଡି.ଏନ.ଏ)- ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲିର ଜଣେ ଯୁବକ ଆଲୋକ ନାଏକ (୨୫)ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସୋମବାର ଉଦ୍ଧାର କରାଯାଇଛି । ତାଙ୍କ ବେକରେ କ୍ଷତଚିହ୍ନ ରହିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଗ୍ରାମର ଶତାଧିକ ଲୋକ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥକୁ ବଇରାସରଠାରେ ଅବରୋଧ କରିଥିଲେ। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ ଦାବି କରିଥିଲେ। ବଲାଙ୍ଗୀର ପୋଲିସ ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଖୁବଶୀଘ୍ର ଘଟଣାର ତଦନ୍ତ ଆରମ୍ଭ ହେବ ଓ ଅଭିଯୁକ୍ତ ଧରାପଡିବେ ବୋଲି କହିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ବ୍ୟବଛେଦ ପାଇଁ ମୃତଦେହ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି।