Categories: ଗଞ୍ଜାମ

ଯୁବକଙ୍କୁ ଆକ୍ରମଣ

ଧରାକୋଟ,୨୪ା୧୧(ଡି.ଏନ.ଏ.)-ଧରାକୋଟ ଥାନା ଶରଧାପୁର ଗ୍ରାମ ମୁଖ୍ୟରାସ୍ତା ପାର୍ଶ୍ୱରେ ଶୁକ୍ରବାର ସରପଞ୍ଚ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଦିଅର ଶ୍ରୀକାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଶ୍ରୀକାନ୍ତଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଅଭିଯୋଗକୁ ଭିତ୍ତିକରି ଧରାକୋଟ ପୋଲିସ ନଂ. ୧୭୫/୧୯ରେ ମାମଲା ରୁଜୁ କରିଛି। ପୂର୍ବଶତ୍ରୁତା ଓ ଠିକାଦାରୀକୁ ନେଇ ଏହି ଆକ୍ରମଣ ହୋଇଥିବା ଥାନାଧିକାରୀ ସହଦେବ ମହାପାତ୍ର କହିଛନ୍ତି। ଶ୍ରୀକାନ୍ତ ମଧ୍ୟାହ୍ନରେ ଖାଇବାକୁ ଘରକୁ ଯାଉଥିବା ବେଳେ ଏକ ବୋଲେରୋରେ ୪ଜଣ ଯୁବକ ଆସି ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।