ଯାଦବ ସମାଜର ଜିଲାସ୍ତରୀୟ ବୈଠକ; ସମାଜର ସାଙ୍ଗଠନିକ ସମୀକ୍ଷା

ନୂଆପଡା ଅଫିସ,୧୬ା୯: ସ୍ଥାନୀୟ ଜିଲା ଯାଦବ ଭବନରେ ଯାଦବ ସମାଜର ଜିଲାସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହରେରାମ କଠାର ସଭାପତିତ୍ୱ କରିଥିବାବେଳେ ଜିଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଉପସଭାପତି ତଥା କାର୍ଯ୍ୟକାରୀ ସଭାପତି ଚଞ୍ଚଳ ସଗରିଆ, କୋମନା ବ୍ଲକ ସଭାପତି ଅକ୍ରୁର ନିଆଲ, ନୂଆପଡା ବ୍ଲକ ସଭାପତି କୃଷ୍ଣ ଖର୍ସେଲ, ସମ୍ପାଦକ ଜୋହନ ରାଉତ, ସିନାପାଲିରୁ ଟଙ୍କଧର ନିଆଲ, ଖଡିଆଳରୁ ସନ୍ତୋଷ କୁମାର ନିଆଲ, ବୋଡେନରୁ ଲୋକନାଥ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ ସଭାପତି ରାଉତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସଭା ପ୍ରାରମ୍ଭରେ ସ୍ବର୍ଗୀୟ ମନୋହର ଗହୀରଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସଙ୍ଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ସମାଜ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଥିଲେ ମଧ୍ୟ ଶିକ୍ଷା, ଆର୍ଥତ୍କ ସଂସ୍କାର ଦିଗରେ କାମ କରିବା ଆବଶ୍ୟକତା ରହିଥିବା ବକ୍ତାମାନେ ଆଲୋଚନା କରିଥିଲେ। ଏହିଭଳି ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ, ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉପରେ ବକ୍ତାମାନେ ମତଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭରତଲାଲ ରାଉତ, ମହେଶ ନିଆଲ, ଗଜେନ୍ଦ୍ର ନିଆଲ, ବିରାଟ ବାଗ, ନେପାଲ ଖର୍ସେଲ, ଲଖନ ରାଉତ, ଲାଲସିଂ ରାଉତ, ପ୍ରହଲ୍ଲାଦ ପୋଢ, ମଙ୍ଗଳ ଛତ୍ରିଆ ପ୍ରମୁଖ ଯୋଗଦେଇଥିଲେ।