ଯାତ୍ରା ଦେଖି ଫେରୁଥିବାବେଳେ ଜୀବନ ଗଲା

ଫୁଲବାଣୀ ଅଫିସ, ଫିରିଙ୍ଗିଆ,୮ା୬- ଫିରିଙ୍ଗିଆରେ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପଦିଙ୍ଗିଆ ପଞ୍ଚାୟତର ପ୍ରସନ୍ନ କହଁର। ବନ୍ଧଗଡ ଯାତ୍ରା ଦେଖି ପ୍ରସନ୍ନ ବାଇକରେ ଫେରୁଥିବାବେଳେ ରରଙ୍ଗ ସ୍କୁଲ ନିକଟରେ ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ବାଇକ ପଛରେ ବସିଥିବା ଆକାଶ ପ୍ରଧାନ ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।