ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ ଏକ ଡୋଳେ ତା’ର ମୀରା ବସିଛି। ଏ ଗୀତର ମୁଖୁଡ଼ାଟି ବର୍ତ୍ତମାନର ପ୍ରତିଭାବାନ ଯୁବ ଯାତ୍ରା ତଥା ସିରିଏଲ୍‌ ନିର୍ଦ୍ଦେଶକ ମହେଶ ହାଜରାଙ୍କ ପ୍ରତି ଶତପ୍ରତିଶତ ପ୍ରଯୁଜ୍ୟ ବୋଲି କୁହାଯାଇପାରିବ। ଅବଶ୍ୟ ତାଙ୍କ ଆଖିରେ ରାଧା କିମ୍ବା ମୀରା ବସି ନାହାନ୍ତି। ତେବେ ତାଙ୍କ ଦୁଇ ଆଖିରେ ଏବେ ବସିଛନ୍ତି ଦୁଇଜଣ ପବିତ୍ର ଦେବୀ। ଜଣେ ହେଉଛନ୍ତି ସୀତା। ଆଉ ଜଣେ ହେଉଛନ୍ତି ଗଙ୍ଗା। ଗୋଟିଏ ଡୋଳାରେ ସେ ସୀତାଙ୍କୁ ରଖିଥିବା ବେଳେ ଅନ୍ୟ ଏକ ଡୋଳାରେ ଧରିଛନ୍ତି ଗଙ୍ଗାଙ୍କୁ। ବାସ୍ତବ କଥା ହେଉଛି, ଏଇ ଦୁଇ ବୈଦିକ ଦେବୀଙ୍କୁ ନେଇ ଆସନ୍ତା ୨୦୧୯-୨୦ ଯାତ୍ରା ସିଜନ୍‌ରେ ଦୁଇଗୋଟି ନାଟକ ପ୍ରସ୍ତୁତ କରୁଛନ୍ତି ମହେଶ। ପ୍ରଥମ ନାଟକଟି ସୀତାଙ୍କୁ ନେଇ; ଯାହାର ଟାଇଟଲ ରହିଛି : ‘ସୀତାର ଜଳୁଛି ଚିତା’। ଏହି ନାଟକଟି ଆସନ୍ତା ସିଜିନ୍‌ରେ ‘ବାଘାଯତୀନ ଲୋକନାଟ୍ୟ’ ପକ୍ଷରୁ ମଞ୍ଚସ୍ଥ କରାଯିବ। ସେହିଭଳି ଦ୍ୱିତୀୟ ନାଟକଟିକୁ ସେ ଦେବୀ ଗଙ୍ଗାଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି; ଯାହାର ଟାଇଟଲ ରହିଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’। ‘ଯାତ୍ରା ରଙ୍ଗମହଲ’ ପକ୍ଷରୁ ମଞ୍ଚସ୍ଥ ହେବାକୁ ଥିବା ଏହି ନାଟକର ପ୍ରମୋସନାଲ ଭିଡ଼ିଓଟିକୁ ଇତିମଧ୍ୟରେ ଲକ୍ଷାଧିକ ଦର୍ଶକ ଦେଖି ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ୨୦୧୮-୧୯ ଯାତ୍ରା ସିଜନ୍‌ରେ ‘ମୃତ୍ୟୁଦଣ୍ଡ’ ନାଟକର ନିର୍ଦ୍ଦେଶନା ଦେଇ ଯାତ୍ରା ପ୍ରଯୋଜକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବା ମହେଶ କହନ୍ତି : ଜଣେ ଗଙ୍ଗା ତ ଆଉ ଜଣେ ସୀତା। ଜଣେ ପତିତପାବନୀ ତ ଆଉ ଜଣେ ପତିବ୍ରତା। ବୈଦିକ ଯୁଗର ଏହି ଦୁଇ ନାରୀଙ୍କ କଥା, କାହାଣୀ, ତ୍ୟାଗ, ତିତିକ୍ଷା, ଆଦର୍ଶ, ପରିଚର୍ଯ୍ୟା କାଳକାଳ ଧରି ମଣିଷ ସମାଜକୁ ଦିଗ୍‌ଦର୍ଶନ ଦେଇଆସିଛି। ଏହି ଦୁଇ ନାରୀଙ୍କର ମହନୀୟ କାହାଣୀକୁ ନେଇ ସୃଷ୍ଟି ହୋଇଛି ବହୁ କାବ୍ୟ, କବିତା, ସୁଆଙ୍ଗ। ସେହି ଦୁଇ ଦେବୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ଦୁଇଟି ଦର୍ଶକମାନଙ୍କୁ କିଛି ଭିନ୍ନ ସ୍ବାଦ ଦେବ ବୋଲି ମୋର ଆଶା।

ଦୁଇଗୋଟି ନାଟକ ବିଷୟରେ ସାମାନ୍ୟ ସୂଚନା ଦେଇ ସେ କହନ୍ତି : ଗଙ୍ଗା ପତିତପାବନୀ। ଗଙ୍ଗାର ସ୍ପର୍ଶ ପାଇଲେ ପାପ କ୍ଷୟ ହୁଏ। ତେବେ ବେଳେବେଳେ ଗଙ୍ଗାକୁ ବି ଅପବିତ୍ର ହେବାକୁ ପଡ଼େ। ତେବେ ଗଙ୍ଗାକୁ କ’ଣ କେହି ବି ଚେଷ୍ଟାକରି ଅପବିତ୍ର କରିପାରେ? ଉତ୍ତର ହେଉଛି, ନା! ପବିତ୍ର ଗଙ୍ଗାକୁ ଯଦି ଅପବିତ୍ର କରିବାର ସାମର୍ଥ୍ୟ କାହାର ଥାଏ ତା’ହେଲେ ସେ ହେଉଛି ନିଜେ ଗଙ୍ଗା। ପୁରାଣ କହେ, ଦେବୀ ଗଙ୍ଗା ହିଁ ଏକ ମହତ୍ତର ଉଦ୍ଦେଶ୍ୟ ରଖି ନିଜକୁ ଗାଙ୍ଗୀରେ ରୂପାନ୍ତରିତ କରିଥିଲେ। ମୋର ବିଶ୍ୱାସ ଅଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ ନାଟକରେ ରହିଛି ଏମିତି କିଛି କଥା, ଯାହା ଦର୍ଶକଙ୍କ କଳ୍ପନାର ପରିସରରୁ ରହିବ ଯଥେଷ୍ଟ ଊର୍ଦ୍ଧ୍ୱରେ। ଦ୍ୱିତୀୟ ନାଟକ ‘ସୀତାର ଜଳୁଛି ଚିତା’ରେ ରହିଛି ନାରୀ ନିର୍ଯାତନାର କରୁଣ କାହାଣୀ। ଏହି ନାଟକର ପ୍ରତ୍ୟେକ ସଂଳାପରୁ ଝରିବ ବିଦ୍ରୋହର ରେଣୁରେଣୁ ସ୍ଫୁଲିଙ୍ଗ। ସୀତା ନିଜର ସତୀତ୍ୱକୁ ସାବ୍ୟସ୍ତ କରିବା ପାଇଁ ହସିହସି ଅଗ୍ନିରେ ଝାସ ଦେଇଥିଲେ। ନିଜର ଚିତା ସଜାଡ଼ିବାକୁ ସେ ନିଜେ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାରଣ ସେ ଜାଣିଥିଲେ ସୀତାର ଚିତା କେବଳ ସୀତା ହିଁ ସଜାଡ଼ିପାରେ। ସେଇଥିପାଇଁ ସୀତା ହେଉଛନ୍ତି ପ୍ରତ୍ୟେକ ନାରୀଙ୍କ ଆଦର୍ଶ। ଏ ନାଟକଟିକୁ ମଧ୍ୟ ସବୁ ଦିଗରୁ ସ୍ବତନ୍ତ୍ର କରିବାର ପ୍ରଚେଷ୍ଟା ଚାଲିଛି।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହିତ ଅଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ନାଟ୍ୟକାର ଅରୁଣ ନାୟକ। ପୁଣି ଦୁଇଟିଯାକ ନାଟକରେ ସଙ୍ଗୀତର ଭାର ସମ୍ଭାଳୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସ (ଟିଟନ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri