ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍‌ ବା କିଙ୍ଗ୍‌ଷ୍ଟାର ସୁବାସ ବେହେରା। ଆଉ ମାମା’ ହେଉଛନ୍ତି ତାଙ୍କ ବିପକ୍ଷରେ ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିଥିବା ଜଲିଉଡ୍‌ର ଅନ୍ୟତମ ଚୁଲ୍‌ବୁଲି ଅଭିନେତ୍ରୀ। ଆଜି ମଞ୍ଚ ଉପରେ ସୁବାସ-ମାମାଙ୍କ ଯୋଡ଼ିକୁ ଦେଖି ତାଳି ମାରୁଥିବା ଅନେକ ଯାତ୍ରାପ୍ରେମୀ ହୁଏତ ଏକଥା ଜାଣି ନ ଥିବେ ଯେ, ଏହି ଯୋଡ଼ିର ଆରମ୍ଭ ହୋଇଥିଲା ଆଜିକୁ ଠିକ୍‌ ପାଞ୍ଚବର୍ଷ ପୂର୍ବେ; ଅର୍ଥାତ୍‌ ୨୦୧୪ ମସିହାରେ ତତ୍କାଳୀନ ଯାତ୍ରାନୁଷ୍ଠାନ ‘ବିଶ୍ୱ ରଙ୍ଗମହଲ’ର ଦ୍ୱିତୀୟ ବର୍ଷରେ। ନାଟକ ଥିଲା ‘ଶୂନ ଫୋଟକା’। ଏହାପୂର୍ବରୁ ମାମା କମେଡ଼ି ତଥା ସାଇଡ୍‌ରେ ଉଭୟ ପଜିଟିଭ୍‌, ନେଗେଟିଭ୍‌ ଭୂମିକାରେ ଅଭିନୟ କରିସାରିଥିଲେ। ହେଲେ ନାୟିକା ସାଜି ନ ଥିଲେ। ତେବେ ତାଙ୍କୁ ସିଧାସଳଖ ନାୟିକା ଭାବରେ ନେବା ରିସ୍କ ତ ଥିଲା। ତେବେ ମାମାଙ୍କ ଅଭିନୟ ଉପରେ ଭରସା ଥିଲା। ତାଙ୍କ ଭିତରେ ଯେ ନାୟିକା ହେବାର ଉପାଦାନ ରହିଛି ସେ କଥା ସେତେବେଳକୁ ଜଣା ପଡ଼ିସାରିଥିଲା। ତେଣୁ ନିର୍ଦ୍ଦେଶକ, ପ୍ରଯୋଜକ ମାମାଙ୍କୁ ନାୟିକା ଭାବରେ ସୁଯୋଗ ଦେଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ସୁବାସ-ମାମା ଯୋଡ଼ି। ‘ଶୂନ ଫୋଟକା’ରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଇତିମଧ୍ୟରେ ଦର୍ଶକଙ୍କୁ ବହୁ ସଫଳ ନାଟକ ଭେଟି ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ସ୍ତ୍ରୀମାନେ ସାବଧାନ’, ‘ଯିଏ ବାହା ହବ ସିଏ ମରିବ’, ‘ତୋ ଚାରିଖୁରାକୁ ଜୁହାର’, ‘କଥା ଉଠିଛି ତୋ ନଁାରେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ‘ଦେଖିଲେ ଜାଣିବ ଦରଦ କେତେ’, ‘ମୋ ଠିକଣା ମୋତେ ଅଜଣା’, ‘ଧରମ ସ୍ତ୍ରୀ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ମାମାଙ୍କ ସମ୍ପର୍କରେ ସୁବାସ କହନ୍ତି : ‘ମାମା ଜଣେ ନିଷ୍ଠାପର ଅଭିନେତ୍ରୀ। ସେ ସବୁବେଳେ ଶିଖିବାକୁ ଚାହେଁ। ସେ ଗୋଟେ କଞ୍ଚାମାଟିର ପିଣ୍ଡୁଳା। ଯାହା ଶିଖେଇଲେ ଶିଖେ। ନ ଶିଖିବା ପର୍ଯ୍ୟନ୍ତ ଲାଗିଥାଏ। ଆଜିକାଲି ଅନେକ ଅଭିନେତ୍ରୀ ବର୍ଷେ ଦୁଇବର୍ଷ ନାୟିକା ହେବା ପରେ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି। ହେଲେ ମାମା ସେସବୁଠୁ ଦୂରରେ। ତେଣୁ ମୋର ବିଶ୍ୱାସ ଯଦି ମାମା ତା’ର ଏହି ଗୁଣକୁ ଧରି ବାଟ ଚାଲିବ ତା’ହେଲେ ସେ ଦିନେ ନା ଦିନେ ନମ୍ବର ଓ୍ବାନ୍‌ ନାୟିକାର ଶିଡ଼ି ଚଢ଼ିବ। ଆଉ ଟୁନୀ ଭଳି ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରିବ।’ ସେମାନଙ୍କ ଯୋଡ଼ିର ଏକାଧିକ ସଫଳ ନାଟକ ରହିଥିଲେ ମଧ୍ୟ ‘କେମିତି ରାତି ସେ କେମିତି ସାଥୀ’ ନାଟକଟିକୁ ସବୁଠାରୁ ସଫଳ ବୋଲି କହନ୍ତି ସୁବାସ। କାରଣ ଏଥିରେ ସେମାନଙ୍କ ସ୍ବାମୀ ସ୍ତ୍ରୀର ଅଭିନୟ ଏତେ ଜୀବନ୍ତ ହୋଇଛି ଯେ, ଦର୍ଶକମାନେ ଅଭିନୟରୁ ନିଜ ନିଜର ସଂସାରକୁ ଖୋଜି ପାଆନ୍ତି।
ଅଭିନେତା ତଥା ନାୟକ ସୁବାସଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ଚରିତ୍ରକୁ ବୁଝି ତାହାକୁ ଉଚିତ ନ୍ୟାୟ ଦେବାରେ ସେ ଜଣେ ସଫଳ କଳାକାର। ସେ ମଞ୍ଚକୁ ଆସିଲେ ଟ୍ରାଜେଡିର ବନ୍ୟା ବହେ। ସୁବାସ କହନ୍ତି : ‘ସମସ୍ତଙ୍କ ଜୀବନରେ ଟ୍ରାଜେଡି ବା ଲୁହ ହେଉଛି ଶେଷକଥା। ଯେତେବେଳେ ସବୁ ସରିଯାଏ ସେତେବେଳେ ଲୁହ ବାହାରେ। ଏମିତି ଚରିତ୍ର ସବୁ କରିବା ବେଳେ ମୁଁ ଏକାକାର ହୋଇଯାଏ ସେହି ଚରିତ୍ରମାନଙ୍କ ସହିତ। ଥରୁଟେ ଏକାକାର ହୋଇଗଲା ପରେ ଆଉ କାନ୍ଦିବାକୁ ପଡ଼େନାହିଁ। ମନକୁ ମନ ଛାତିରୁ ଆଖିବାଟ ଦେଇ ଲୁହ ସବୁ ବାହାରକୁ ଝରିଯାଏ।’ ଚଳିତ ବର୍ଷ ପରି ଆସନ୍ତା ୨୦୧୯-୨୦ ଯାତ୍ରା ଋତୁରେ ମଧ୍ୟ ଏହି ଯୋଡ଼ି ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରଯୋଜକ ସତ୍ୟ ଜେନା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri