ଯାଜପୁର ରୋଡ୍‌ ପୋଲିସର ଚଢ଼ାଉ: ୫ କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର ରୋଡ,୨୯।୭(ନି.ପ୍ର.): ଯାଜପୁର ରୋଡ ପୋଲିସ ସୋମବାର ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ଏକ ପାନ ଦେକାନ ଉପରେ ଚଢ଼ାଉ କରି ୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଭଟିଆ ଗାଁର ସନାତନ ମାଝୀ ଓ ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ଗ୍ରାମର ବସନ୍ତ ବେହେରା। ସନାତନଙ୍କ ପାନ ଦେକାନରେ ଗଞ୍ଜେଇ ବିକ୍ରି ହେଉଥିବା ନେଇ ପୋଲିସ ଖବର ପାଇଥିଲା। ପରେ ଥାନାଧିକାରୀ ଅନିଲ୍‌ କୁମାର ମହାନ୍ତି ଓ ଏସ୍‌ଆଇ ପବିତ୍ର ମହାରଣା ଚଢ଼ାଉ କରି ଗଞ୍ଜେଇ ଜବତ କରିଛନ୍ତି। ତେବେ ଉକ୍ତ ସମୟରେ ବସନ୍ତ ୫ କେଜି ଗଞ୍ଜେଇ ଅନ୍ୟଜଣେ ପାନ ଦୋକାନୀଙ୍କୁ ବିକ୍ରି କରୁଥିଲେ।