ଯାଜପୁର ଜିଲା: ଶୀତଳ ଭଣ୍ଡାରକୁ ଭୁଲି ଯାଉଛନ୍ତି ନେତା, ଜିଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ୱ

ଯାଜପୁର ଅଫିସ,୮।୩: ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୧ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଗତ ୨୬ ତାରିଖରେ ଶେଷ ହୋଇଛି। ତେବେ ଏହି ଦୁଇ ପର୍ଯ୍ୟାୟରେ ଯାଜପୁର ଜିଲାର ବଡଚଣା ବିଧାୟକଙ୍କୁ ବାଦଦେଲେ ଅନ୍ୟ କେହି ବିଧାୟକ ବିଧାନସଭାରେ କୃଷି କ୍ଷେତ୍ର ପାଇଁ ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷେ ଯାଜପୁର ଜିଲା ପରିଷଦ ବୈଠକରେ ଜିଲାର ଲୋକ ପ୍ରତିନିଧି କୃଷି ଭାରତର ଆମତ୍ା, ଗ୍ରାମ୍ୟ କୃଷି ସୁଦୃଢ ହେଲେ ଦେଶର ଅର୍ଥନୀତି ମଜଭୁତ ହୋଇ ପାରିବ ବୋଲି ଆଦି ଭାଷଣ ମାରୁଥିବା ଶୁଣିବାକୁ ମିଳିଛି। ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ବରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ରଠାରେ ୫ମ ଜିଲା ପରିଷଦର ନବମ (ସ୍ବତନ୍ତ୍ର) ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ବିଧାୟକ ପ୍ରଣବକୁମାର ବଳୱନ୍ତରାୟ କୃଷି ସହ ଜଡିତ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତିି ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ବାଗତ କରଥିଲେ। କୃଷି ଉପନିର୍ଦ୍ଦେଶକ ଶରତ କୁମାର ପୃଷ୍ଟି ସୂଚନା ଦେଇଥିଲେ ଯେ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ନିର୍ଦ୍ଧାରିତ ରିହାତି ଦରରେ ବିହନ ସିଧାସଳଖ ସୁବିଧା ହସ୍ତାନ୍ତର ମାଧ୍ୟମରେ ଚାଷୀମାନଙ୍କୁ ୧୨୨ଗୋଟି ପ୍ୟାକ୍ସ ଓ ୬୬ ଗୋଟି ରାଜ୍ୟ ବିହନ ନିଗମର ପଞ୍ଜିକୃତ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି। ସେହିପରି ସାର ମଧ୍ୟ ଏହିଠାରୁ ଚାଷୀମାନେ କ୍ରୟ କରି ପାରୁଛନ୍ତି। ଉନ୍ନତ ଚାଷ ପାଇଁ ମୃତ୍ତିକା ପରୀକ୍ଷା କରାଯାଇ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି। ଚଳିତବର୍ଷ ୧୬୪୦ ନମୁନା ସଂଗ୍ରହ ଲକ୍ଷ୍ୟ ଥିବାବେଳେ ୧୦୮୭ର ଲକ୍ଷ୍ୟ ହାସଲ ହୋଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜିଲାର ୩୧୧ ପଞ୍ଚାୟତର ୫୦ଜଣ ଆଗୁଆ ଚାଷୀଙ୍କୁ ଜୀବ ନାଶକର ନିରାପଦ ବ୍ୟବହାର ପାଇଁ ସଚେତନ କରାଯାଇଛି। ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନ କାୈଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡ଼ାଇବା ପାଇପ, ରେନଗନ, ପାଣି ପମ୍ପ, ହସ୍ତ ଓ ଶକ୍ତି ଚାଳିତ କୀଟ ନାଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୈାର ଜନନିଧି ଯୋଜନା ଇତ୍ୟାଦି ସମ୍ପର୍କରେ ସେ ଅବଗତ କରାଯାଇଥିଲା। ଅପରପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟ ପ୍ରକଳ୍ପ, ମତ୍ସ୍ୟସମ୍ପଦ ବିଭାଗର ବିବିଧ ଯୋଜନା ସମ୍ପର୍କରେ ସୂଚିତ କରାଯାଇଥିଲା। ତେବେ ଚାଷୀ ବିଭିନ୍ନ ଚାଷର ଅମଳ କରିବା ପରେ ତାକୁ କିଭଳି ଭାବେ ବିକ୍ରି କରୁଛି ସେ ନେଇ କାହାରି ଦରଦ ନାହିଁ। ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଯାଜପୁର ଜିଲାରେ ଶୀତଳ ଭଣ୍ଡାରର ଅଭାବ ଥିବାରୁ ବିଶେଷକରି ପରିବା ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାସହ କୋବି, ବାଇଗଣ, ଭେଣ୍ଡି, କାକୁଡି, ଟମାଟୋ ଆଦି ପନିପରିବା ଚାଷରେ ରୋଗପୋକ ଯୋଗୁ ଚାଷୀ କିଭଳି ଭାବେ ହନ୍ତସନ୍ତ ହେଉଛନ୍ତି ସେ ନେଇ ଜନପ୍ରତିନିଧିମାନେ କୌଣସି ଧ୍ୟାନ ଦେଉ ନାହାନ୍ତି। ତେବେ ଯାଜପୁର ଜିଲାର ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ସୁକିନ୍ଦା କୃଷି ଫାର୍ମ ଓ ମହାବିନାୟକ ଫଳ ଉଦ୍ୟାନ କେନ୍ଦ୍ରର ବିକାଶ ଓ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଗତ ୫ବର୍ଷରେ କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଅଛନ୍ତି ଓ ଏହି କେନ୍ଦ୍ରଗୁଡ଼ିକର ସମାର୍ଥ୍ୟ ବୃଦ୍ଧି କରିବା ପାଇଁ ସରକାର ପଦକ୍ଷେପ ନେବେ କି ବୋଲି ତାରକା ଚିହ୍ନିତ ୮୪୬ ନମ୍ବରରେ ପ୍ରଶ୍ନ କରିଛନ୍ତି। ତେଣୁ ଅନ୍ୟ ଜନପ୍ରତିନିଧିମାନେ ମଧ୍ୟ ସେମାନଙ୍କ ଅଞ୍ଚଳରେ ଥିବା ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଧାନସଭାରେ ମୁହଁ ଖୋଲିଲେ ନିଶ୍ଚିତ ଭାବେ କୃଷି ଓ କୃଷକଙ୍କ ବିକାଶ ହେବ ବୋଲି ମତପ୍ରକାଶ ପାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପସଭାପତି ଅମୂଲ୍ୟବାଳା ପାତ୍ର, କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଯୋଗଦେଇ ଅନେକ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri