ଯାଜପୁରରେ ଭାରତ ବନ୍ଦ ସଫଳ

ଯାଜପୁର ଅଫିସ, ୮।୧: ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଆଦି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାସନଗର ସହରରେ ବନ୍ଦ ପାଳନ କରାଯାଇଛି। ସହରର ଗୋପବନ୍ଧୁ ଛକରେ ସମସ୍ତ ଟ୍ରେଡ ୟୁନିୟନ ପକ୍ଷରୁ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ସହରର ସମସ୍ତ ଶିକ୍ଷାନୁଷ୍ଠାନ, ସପିଂମଲ, ବ୍ୟାଙ୍କ, ଛୋଟବଡ ଦୋକାନ ଆଦି ବନ୍ଦ କରାଯାଇଛି।