‘ଯାଜପୁରକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳରେ ପରିଣତ କରାଯିବ’

ଯାଜପୁର ଟାଉନ,୨।୨(ଡିଏନଏ): ଯାଜପୁର ପୌରାଞ୍ଚଳ ରାଜ୍ୟର ଏକ ଆଦର୍ଶ ଓ ଅତ୍ୟାଧୁନିକ ପୌରାଞ୍ଚଳରେ ପରିଣତ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ଯାଜପୁର ପୌରାଞ୍ଚଳକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଦାସ ମତବ୍ୟକ୍ତି କରିଛନ୍ତି। ଯାଜପୁର ରାଜ୍ୟର ପୁରାତନ ରାଜଧାନୀ ଥିବାବେଳେ ଏହାର ଐତିହ୍ୟ, ସଂସ୍କୃତି ଓ ଭାଇଚାରା ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ଶନିବାର ପୌରପରିଷଦ କାର୍ଯ୍ୟାଳୟରେ ବିବିଧ ଉନ୍ନୟନ କାର୍ଯ୍ୟ, ବିଭିନ୍ନ ଟ୍ୟାକ୍ସ ସଂଗ୍ରହ, ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ମୌଳିକ ସେବା ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ସହରବାସୀଙ୍କୁ ସୁସ୍ଥ ପରିବେଶରେ ରଖିବା ସହ ବିଦ୍ୟୁତ, ପାନୀୟ ଜଳ, ସ୍ବଚ୍ଛ ପରିବେଶ ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ମେଡିକାଲ ଛକ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୩୦ଟି ଭେଣ୍ଡିଂ ଜୋନର ବ୍ୟବସ୍ଥା କରି ଛୋଟ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତ ୱାର୍ଡରେ ୱାର୍ଡ ଅଫିସ କାର୍ଯ୍ୟ କରିବା ସହ ଲୋକମାନେ ସେହି ଅଫିସ ମାଧ୍ୟମରେ ସେମାନଙ୍କର ସମସ୍ତ ସୁବିଧା ଅସୁବିଧାକୁ ଅବଗତ କରାଇବାକୁ ନିର୍ଦ୍ଦେଶ େଇଥିଲେ। ୱାର୍ଡ ଅଫିସ ମାଧ୍ୟମରେ ମଧ୍ୟ ଟ୍ୟାକ୍ସ ସଂଗ୍ରହ କରାଯାଇ ପାରିବ ଓ ସବିଶେଷ ବିବିଧ ସୂଚନାକୁ ପ୍ରଦାନ କରାଯିବ। ସମ୍ପୃକ୍ତ ୱାର୍ଡର ବାସିନ୍ଦା ଅଯଥା ଖର୍ଚ୍ଚାନ୍ତ ହୋଇ ପୌର କାର୍ଯ୍ୟାଳୟକୁ ଆଉ ଆସିବାକୁ ପଡିବ ନାହିଁ। ସମସ୍ତ ୱାର୍ଡର ଆଲୋକୀକରଣ ହୋଇଥିବାବେଳେ ବକେୟା ୪ଟି ଲେନର ଆଲୋକ ବ୍ୟବସ୍ଥାକୁ ତ୍ୱରାନ୍ବିତ ଭାବେ ଲଗାଯିବ। ସେହିପରି ଆବର୍ଜନାର ଠିକ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଆଧାରରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବ। ବିଶେଷଭାବେ ସହରବାସୀଙ୍କୁ ସେମାନଙ୍କ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯିବ। ଫଳରେ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାରେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ବୋଲି ଜିଲାପାଳ କହିଥିଲେ। ଏହି ସମୀକ୍ଷାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ପୌର ପରିଷଦର ସ୍ବତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri