‘ଯାଜପୁରକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳରେ ପରିଣତ କରାଯିବ’

ଯାଜପୁର ଟାଉନ,୨।୨(ଡିଏନଏ): ଯାଜପୁର ପୌରାଞ୍ଚଳ ରାଜ୍ୟର ଏକ ଆଦର୍ଶ ଓ ଅତ୍ୟାଧୁନିକ ପୌରାଞ୍ଚଳରେ ପରିଣତ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ଯାଜପୁର ପୌରାଞ୍ଚଳକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଦାସ ମତବ୍ୟକ୍ତି କରିଛନ୍ତି। ଯାଜପୁର ରାଜ୍ୟର ପୁରାତନ ରାଜଧାନୀ ଥିବାବେଳେ ଏହାର ଐତିହ୍ୟ, ସଂସ୍କୃତି ଓ ଭାଇଚାରା ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ଶନିବାର ପୌରପରିଷଦ କାର୍ଯ୍ୟାଳୟରେ ବିବିଧ ଉନ୍ନୟନ କାର୍ଯ୍ୟ, ବିଭିନ୍ନ ଟ୍ୟାକ୍ସ ସଂଗ୍ରହ, ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ମୌଳିକ ସେବା ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ସହରବାସୀଙ୍କୁ ସୁସ୍ଥ ପରିବେଶରେ ରଖିବା ସହ ବିଦ୍ୟୁତ, ପାନୀୟ ଜଳ, ସ୍ବଚ୍ଛ ପରିବେଶ ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ମେଡିକାଲ ଛକ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୩୦ଟି ଭେଣ୍ଡିଂ ଜୋନର ବ୍ୟବସ୍ଥା କରି ଛୋଟ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତ ୱାର୍ଡରେ ୱାର୍ଡ ଅଫିସ କାର୍ଯ୍ୟ କରିବା ସହ ଲୋକମାନେ ସେହି ଅଫିସ ମାଧ୍ୟମରେ ସେମାନଙ୍କର ସମସ୍ତ ସୁବିଧା ଅସୁବିଧାକୁ ଅବଗତ କରାଇବାକୁ ନିର୍ଦ୍ଦେଶ େଇଥିଲେ। ୱାର୍ଡ ଅଫିସ ମାଧ୍ୟମରେ ମଧ୍ୟ ଟ୍ୟାକ୍ସ ସଂଗ୍ରହ କରାଯାଇ ପାରିବ ଓ ସବିଶେଷ ବିବିଧ ସୂଚନାକୁ ପ୍ରଦାନ କରାଯିବ। ସମ୍ପୃକ୍ତ ୱାର୍ଡର ବାସିନ୍ଦା ଅଯଥା ଖର୍ଚ୍ଚାନ୍ତ ହୋଇ ପୌର କାର୍ଯ୍ୟାଳୟକୁ ଆଉ ଆସିବାକୁ ପଡିବ ନାହିଁ। ସମସ୍ତ ୱାର୍ଡର ଆଲୋକୀକରଣ ହୋଇଥିବାବେଳେ ବକେୟା ୪ଟି ଲେନର ଆଲୋକ ବ୍ୟବସ୍ଥାକୁ ତ୍ୱରାନ୍ବିତ ଭାବେ ଲଗାଯିବ। ସେହିପରି ଆବର୍ଜନାର ଠିକ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଆଧାରରେ ଏହାକୁ ଅଧିକ କ୍ରିୟାଶୀଳ କରାଯିବ। ବିଶେଷଭାବେ ସହରବାସୀଙ୍କୁ ସେମାନଙ୍କ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯିବ। ଫଳରେ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାରେ ସେମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ବୋଲି ଜିଲାପାଳ କହିଥିଲେ। ଏହି ସମୀକ୍ଷାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ପୌର ପରିଷଦର ସ୍ବତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri