ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୩ା୬ (ସ୍ବ.ପ୍ର.)-ସୀମାନ୍ତରେ ପୁଣି ଲାଲବାହିନୀ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସେମାନେ ଜଣେ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ମିରତୁରରେ ରବିବାର ଏପରି ଦୁଃଖଦ ଘଟଣା ଘଟିଛି। ମୃତ ଯବାନ ଜଣକ ହେଲେ ଚିନ୍ତୁ କଡକି। ଚିନ୍ତୁ ରବିବାର ଅପରାହ୍ନରେ ପରିବାର ଲୋକଙ୍କ ସହ ବଜାରକୁ ଯାଉଥିବା ବେଳେ ସାଦା ପୋଷାକରେ ହଠାତ୍‌ ୫ଜଣ ମାଓବାଦୀ ଆସି ତାଙ୍କୁ ଘେରିଯାଇଥିଲେ। ପରେ ସେମାନେ ଚିନ୍ତୁଙ୍କ ଗଳାକାଟି ଦେଇ ସେଠାରୁ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏପରି ଘଟଣା ପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପେରଶନ ଚଳାଇଛନ୍ତି ବୋଲି ବିଜାପୁର ଏସପି ଡିୟୋଗ ପଟେଲ କହିଛନ୍ତି।