ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ ପ୍ଲାନି କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ଶିଳ୍ପ ସଂଘ ଫିକି ପକ୍ଷରୁ ବଜେଟ ଆଲୋଚନାରେ ମତ ପ୍ରକାଶ ପାଇଛି। ଟିକସ ଚୋରି କରିବା ଏକ ଗୁରୁତର ଅପରାଧ ଭାବେ ବର୍ତ୍ତମାନ ବିବେଚନା କରାଯାଉଥିବା ବେଳେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଆୟକର ବିଭାଗର ପ୍ରିନି୍ସପାଲ ଚିଫ୍ କମିଶନର ପ୍ରଣବ କୁମାର ଦାସ ଏଥିରେ କହିଛନ୍ତି। ଟିକସ ଚୋରିକୁ ରୋକିବା ଲାଗି କେନ୍ଦ୍ରୀକୃତ ମନିଟରିଂ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯାଇଛି। ବଜେଟରେ ରାଜସ୍ବ ସଂଗ୍ରହକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆୟକର ଏଥିରେ ପ୍ରମୁଖ ଭାଗିଦାରି ରଖୁଛି। କଳାଟଙ୍କା କାରବାର ଉପରେ ରୋକ ଲଗାଇବା ଉପରେ ସରକାର ଫୋକସ କରିଥିବା ଦାସ ସୂଚନା ଦେଇଛନ୍ତି।
ଠିକ୍ ସମୟରେ ରିଟର୍ନ ଏବଂ ଟିକସଦାତାଙ୍କୁ ଉତ୍ସାହିତ କରିବା ଲାଗି ସରକାର କିଛି ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଫାଇନାନ୍ସ ଆନାଲିଷ୍ଟ ଏ.କେ.ସାବତ କହିଛନ୍ତି। ଗୋପାଳ ଅଗ୍ରଓ୍ବାଲ, ପିଡ୍ଲ୍ୟୁସି ଟିକସ ବିଶେଷଜ୍ଞ ସୌରଭ କେଡିଆ, ଫିକି ଏନର୍ଜି କମିଟି ଅଧ୍ୟକ୍ଷ ଅଶୋକ ବେହେରା ପ୍ରମୁଖ ବଜେଟର ବିଭିନ୍ନ ଦିଗ ଉପରେ ମତ ପ୍ରକାଶ କରିଥିଲେ। ସେହିଭଳି ଶିଳ୍ପ ଏବଂ ବଜେଟ ପ୍ରଭାବ ସଂକ୍ରାନ୍ତ ଏକ ପ୍ୟାନେଲ ଆଲୋଚନାରେ ବିଶେଷଜ୍ଞ ଭାବେ ଦିଲିପ ବିଶୋଇ, ମ୍ୟାକେମ ନିର୍ଦ୍ଦେଶକ ଜେ.କେ. ରଥ, ଓ୍ବାନ ବିଜନେସ ନିର୍ଦ୍ଦେଶକ ରାଜେନ ପାଢୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ଜଗତ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବିତ୍ତ ପ୍ରତିଷ୍ଠାନ ଏବଂ ଟିକସ ବିଶେଷଜ୍ଞମାନେ ଯୋଗଦେଇଥିଲେ।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍, ଜାଣିରଖନ୍ତୁ…
ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...
UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ
ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...
ଡେବିଟ୍ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?
ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...
୩ ଲକ୍ଷ ପାର୍ କରିବ ସୁନା ଦାମ୍! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ
ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...
ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡିବ ବଡ଼ ପ୍ରଭାବ
ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...
ମାତ୍ର ୬୧ ଟଙ୍କାରେ ଇନ୍ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…
ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...
Archives


