ମୟୂରଭଞ୍ଜ ବ୍ୟବସାୟୀ ସଂଘର ବୈଠକ

ବାରିପଦା ଅଫିସ, ୨୯ା୪- ମୟୂରଭଞ୍ଜ ବ୍ୟବସାୟୀ ସଂଘ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶ ତଥା ବିଶ୍ୱରେ ଦେଖା ଦେଇଥିବା ମହାମାରୀ କରୋନାର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲା ରହୁଛି। ତେଣୁ ଦୋକାନ ଖୋଲା ସମୟରେ କିପରି ସମସ୍ତ ନୀତିନିୟମ ପାଳନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସାମାଜିକ ଦୁରତ୍ୱ ରକ୍ଷା କରିବା, ଜିଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟରେ ଦୋକାନ ଖୋଲିବା, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲିବା ସହିତ ମାସ୍କ ପରିଧାନ କରିବା ନିୟମ ସେମାନେ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଲୋଚନାରେ ଜିଲା ସଂଘର ସଭାପତି ଅକ୍ଷୟ କୁମାର ଅଗ୍ରୱାଲ, ସମ୍ପାଦକ ଅରୂପ କୁମାର ଦାସ, ସଙ୍ଗଠନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଉପସଭାପତି ସରୋଜ କୁମାର ବୋଷ, କୋଷାଧ୍ୟକ୍ଷ ମନୋଜ ଦାସ, ସହ ସମ୍ପାଦିକା ବୈଶାଖୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।