ବାରିପଦା ଅଫିସ,୫।୯:ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଜାରି ରଖିଥିବା ‘ମୟୂରଭଞ୍ଜ ମିରର ଟିମ୍’ ପକ୍ଷରୁ ୧୦୦୦ ଫୁଟର ଜଳପ୍ରପାତ ଠାବ କରାଯାଇଛି। ଏହି ଜଳପ୍ରପାତ ବାଙ୍ଗିରିପୋଷି ନିକଟସ୍ଥ କୁଣ୍ଡଳବଣି ଜଙ୍ଗଲ ମଧ୍ୟରେ ଅବସ୍ଥିତ। ସର୍ବଦା ଦୁଃସାହସିକ ଯାତ୍ରାରେ ନୂତନ ପର୍ଯ୍ୟଟନସ୍ଥଳୀକୁ ଲୋକଲୋଚନକୁ ଆଣୁଥିବା ମୟୂରଭଞ୍ଜ ମିରର ଟିମ୍ର ଏହି ନୂତନ ଆବିଷ୍କାର ନିମନ୍ତେ ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ପ୍ରକାଶ ଥାଉକି ’ମୟୂରଭଞ୍ଜ ମିରର ଟିମ୍’ ଦ୍ବାରା ଜିଲାରେ ବହୁ ନୂତନ ପର୍ଯ୍ୟଟନସ୍ଥଳୀ ଆବିଷ୍କାର କରାଯାଇଛି। ସେଥିରୁ ଅନେକ ନିକଟ ଅତୀତରେ ମୟୂରଭଞ୍ଜ ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ଅଫବିଟ ଡେଷ୍ଟିନେଶନର ମାନ୍ୟତା ଲାଭ କରିଥିଲା। ଏହି ନୂତନ ଜଳପ୍ରପାତଟି ‘ଘୋଡ଼ାଗାଧୁଆ’ ଜଳପ୍ରପାତ ନାମରେ ନାମିତ କରାଯାଇଛି। ଏହାର ଉଚ୍ଚତା ୧୦୦୦ ଫୁଟରୁ ଅଧିକ ହୋଇଥିବାର ଆକଳନ କରାଯାଇଛି। ଏହି ଦୁଃସାହସିକ ଯାତ୍ରାରେ ମୟୂରଭଞ୍ଜ ମିରର ଟିମର କୁମାରେଶ ନାୟକ, ଲୋକେଶ୍ବର ଭଞ୍ଜ, ରଞ୍ଜିତ ପଲେଇ, ଜୟ ପ୍ରକାଶ ସିଂହ, ଋଷିରାଜ ପଟ୍ଟନାୟକ ତଥା ନିକଟସ୍ଥ ଜଳଡିହା ଗ୍ରାମର ଜଗବନ୍ଧୁ ପାତ୍ର, ପ୍ରମୋଦ ପାତ୍ର, ସୁଶିଲ କୁମାର ମାର୍ଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ସରକାର ଏହାର ପାରିପାର୍ଶ୍ୱିକ ବିକାଶ ପ୍ରତି ଦୃଷ୍ଟି ଦେଲେ ଭବିଷ୍ୟତରେ ଏ ସ୍ଥାନଟି ଲୋକଲୋଚନକୁ ଆସିବା ସହିତ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବୋଲି ଜଣାଯାଇଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…
ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା
କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…
ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…
ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…
ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି
ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…
ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…
ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ
ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…
Archives

