ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଲାଗି ୫୦ ହଜାର କୋଟି

ନୂଆଦିଲ୍ଲୀ,୨୮।୪: କୋଭିଡ୍‌-୧୯ ଯୋଗୁ ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଏବେ କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଶିଳ୍ପର ସମସ୍ୟା ସମାଧାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ସୋମବାର ୫୦ ହଜାର କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି(ଏସ୍‌ଏଲ୍‌ଏଫ୍‌-ଏମ୍‌ଏଫ୍‌) ବା ସ୍ବତନ୍ତ୍ର ନଗଦ ସୁବିଧା ଘୋଷଣା କରାଯାଇଛି। ବର୍ତ୍ତମାନ ପୁଞ୍ଜିବଜାର ଉପରେ ରହିଥିବା ପ୍ରଭାବ ଯୋଗୁ ଏହା ମ୍ୟୁଚୁଆଲ ଫଣ୍ଡ ଶିଳ୍ପ କାରବାରକୁ ମଧ୍ୟ କ୍ଷତି ପହଞ୍ଚାଉଛି। ବିଶେଷକରି ନିବେଶକଙ୍କ ମନୋଭାବ ଉପରେ ଏହା ଚାପ ପକାଇବା ସହ କମ୍ପାନୀଗୁଡିକୁ ମଧ୍ୟ ଗଭୀର କ୍ଷତିଗ୍ରସ୍ତ କରୁଛି। ଶିଳ୍ପ ଉପରେ ରହିଥିବା ଉକ୍ତ ସଙ୍କଟକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଘୋଷଣା କରାଯାଇଛି।
ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌-୧୯ ଯୋଗୁ ବିତ୍ତ ବଜାର ସ୍ଥିତାବସ୍ଥା ଉପରେ ପଡୁଥିବା ପ୍ରଭାବ ଉପରେ କଡ଼ା ନଜର ରଖାଯାଇଛି। ପ୍ରଭାବକୁ କମ୍‌ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ପାରୁ ପର୍ଯ୍ୟାପ୍ତ ଚେଷ୍ଟା ଜାରି ରଖିଛି। ଆବଶ୍ୟକତା ଭିତ୍ତିରେ ଯେକୌଣସି ପଦକ୍ଷେପ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ଆଗେଇ ଆସିଛି। ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ଉପରେ ଚାପ କମାଇବା ଲାଗି ଏଭଳି ସ୍ବତନ୍ତ୍ର ଯୋଜନା ଦ୍ୱାରା ୫୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ମ୍ୟୁଚୁଆଲ ଫଣ୍ଡର ଡେଟ୍‌ ସେଗ୍‌ମେଣ୍ଟ ଉପରେ ବର୍ତ୍ତମାନ ଅଧିକ ସଙ୍କଟ ପରିଲକ୍ଷିତ ହୋଇଛି। ଫ୍ରାଙ୍କ୍‌ଲିନ୍‌ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ ଏପ୍ରିଲ ୨୪ରେ ଏହାର ୬ ଡେଟ୍‌ ଫଣ୍ଡକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। କୋଭିଡ୍‌-୧୯ ଯୋଗୁ ଲିକ୍ୟୁଡିଟି ସମସ୍ୟା ରହିବାରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ବଜାରରେ ଏଭଳି ସମସ୍ୟା ଉପୁଜିବା ପରେ ସରକାର ବଜାର ଲାଗି ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ନୂଆ ସୁବିଧା ଦ୍ୱାରା ୯୦ ଦିନ ଅବଧିର ଏକ ରେପୋ ଅପରେଶନ ପରିଚାଳନା କରିବ। ଏଥିରେ ନିର୍ଦ୍ଧାରିତ ରେପୋ ରେଟ୍‌ ସ୍ଥିର ରହିବ। ସୁବିଧା ନେବାକୁ ଥିବା ବ୍ୟାଙ୍କଗୁଡିକ ଛୁଟିଦିନ ଦାବ ସୋମବାର ଠାରୁ ଯେକୌଣସି ଦିନ ସେମାନଙ୍କ ବିଡ୍‌ ଦାଖଲ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨୭ ଠାରୁ ମେ ମାସ ୧୧ ଯାଏ କିମ୍ବା ମଞ୍ଜୁର ହୋଇଥିବା ଅର୍ଥ ବିନିଯୋଗ ହେବା ଯାଏ ଏହି ସୁବିଧାକୁ ନେଇ ହେବ।
ଏସ୍‌ଏଲ୍‌ଏଫ୍‌-ଏମ୍‌ଏଫ୍‌କୁ ବ୍ୟାଙ୍କଗୁଡିକ ବ୍ୟବହାର କରିପାରିବେ। ମ୍ୟୁଚୁଆଲ ଫଣ୍ଡଗୁଡିକର ଋଣ ଆବଶ୍ୟକତା ପୂରଣ କରିବା ଦିଗରେ ବ୍ୟାଙ୍କଗୁଡିକ ଏହି ସହାୟତା ଯୋଗାଇଦେବେ। ବର୍ତ୍ତମାନର ଘୋଷଣା ହୋଇଥିବା ରାଶିକୁ ଆବଶ୍ୟକତା ଭିତ୍ତିରେ ବଢ଼ାଯାଇଯାଇପାରେ। ସୂଚନାଯୋଗ୍ୟ, ୨୦୧୩ରେ ମ୍ୟୁଚୁଆଲ ଫଣ୍ଡଗୁଡିକର ନଗଦ ଆବଶ୍ୟକତା ପୂରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ସ୍ବତନ୍ତ୍ର ଋଣ ଓ୍ବିଣ୍ଡୋ ଘୋଷଣା କରାଯାଇଥିଲା। ଏହି ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ୨୫,୦୦୦ କୋଟି ଟଙ୍କାର ସହାୟତା ଦେଇଥିଲେ। ୨୦୦୮ ଅକ୍ଟୋବରରେ ଲେହମାନ ବ୍ରଦର୍ସ ଘଟଣା ବେଳେ ମଧ୍ୟ ମ୍ୟୁଚୁଆଲ ଫଣ୍ଡ ଲାଗି ସମାନ ପ୍ରକାର ପଦକ୍ଷେପ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri