ନିବେଶକଙ୍କ ଅର୍ଥ ଫେରାଇବ ଫ୍ରାଙ୍କ୍‌ଲିନ ଟେମ୍ପଲଟନ

ନୂଆଦିଲ୍ଲୀ,୨୮।୪: ବଣ୍ଡ ବଜାରରେ ନଗଦ ସମସ୍ୟା ଯୋଗୁ ଫ୍ରାଙ୍କ୍‌ଲିନି ଟେମ୍ପଲଟନ ଏହାର ୬ ସ୍କିମ୍‌କୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଏହି ସ୍କିମ୍‌ଗୁଡିକରେ ଲାଗିଥିବା ନିବେଶ ଅର୍ଥ ଫେରିବ କି ନାହିଁ ତାକୁ ନେଇ ନିବେଶକ ଚିନ୍ତାରେ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀ ନିବେଶକଙ୍କ ନିବେଶ ଅର୍ଥ ଫେରାଇବ ବୋଲି କହିଛି। ସ୍କିମ୍‌ ବନ୍ଦ ହୋଇଗଲେ ନିବେଶ ଅର୍ଥ ବୁଡ଼ିଗଲା ବୋଲି ନିବେଶକ ଭାବିବା ଭୁଲ୍‌ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଯେତେ ଶୀଘ୍ର ସମ୍ଭବ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି। କମ୍ପାନୀର ସଭାପତି ସଞ୍ଜୟ ସାପ୍ରେ କହିଛନ୍ତି ଯେ, ବ୍ରାଣ୍ଡର ବିଶ୍ୱସନୀୟତାକୁ ବିଚାର କରି ଲୋକଙ୍କ ନିବେଶ ଅର୍ଥ ଶୀଘ୍ର ଫେରାଇ ଦିଆଯିବ। ପ୍ରତିବଦ୍ଧତା ସ୍ବରୂପ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭାରତରେ ଏହି କମ୍ପାନୀ ଗତ ୨୫ ବର୍ଷ ହେବ କାମ କରୁଛି। ବନ୍ଦ କରାଯାଇଥିବା ୬ ସ୍କିମ୍‌ରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ପରିଚାଳନା ଗତ ସମ୍ପତ୍ତି(ଏୟୁଏମ୍‌)ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri