ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ କୀଙ୍କ ସରକାରଙ୍କୁ ସମର୍ଥନ ଜଣାଇବା ଏବଂ ମ୍ୟାନ୍‌ମାର୍‌ ସହ ବହୁକୋଟି ଡଲାରର ଭିତ୍ତିଭୂମି ପ୍ରକଳ୍ପ ଲାଗି ଚୁକ୍ତିନାମା କାର୍ଯ୍ୟକୁ ଆଗେଇ ନେବା ଜିନ୍‌ପିଙ୍ଗଙ୍କ ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ୧୯ ବର୍ଷ ମଧ୍ୟରେ ଚାଇନା ନେତାଙ୍କର ଏହା ପ୍ରଥମ ମ୍ୟାନ୍‌ମାର୍‌ ଗସ୍ତ ହୋଇଥିବାବେଳେ ଏହା ଭାରତର ଚିନ୍ତା ବଢ଼ାଇଦେଇଛି। ଜିନ୍‌ପିଙ୍ଗ୍‌ଙ୍କ ଏହି ଗସ୍ତ ଉପରେ ନୂଆଦିଲ୍ଲୀ ନଜର ରଖିଛି। ମିଆଁମାରର ସୈନ୍ୟବାହିନୀ ୭ ଲକ୍ଷରୁ ଊର୍ଦ୍ଧ୍ୱ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନେ ବାଧ୍ୟ ହୋଇ ବାଂଲାଦେଶ ପଳାଇଥିଲେ। ଏହି ମାମଲା ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଚାଲିଥିବାବେଳେ ୨୩ରେ ରାୟ ପ୍ରକାଶ ପାଇପାରେ। ଗତ ମାସରେ ଷ୍ଟେଟ୍‌ କାଉନ୍‌ସେଲର ସୁ କୀ ମ୍ୟାନ୍‌ମାର୍‌ କାର୍ଯ୍ୟକୁ ସମର୍ଥନ କରି ଅନ୍ତର୍ଜାତୀୟ ଅଦାଲତରେ ପକ୍ଷ ରଖିଥିଲେ। ମ୍ୟାନ୍‌ମାର୍‌ର ଏଭଳି କାର୍ଯ୍ୟକୁ ଆମେରିକା ଓ ୟୁରୋପୀୟ ସଂଘ ନିନ୍ଦା କରିଥିବାବେଳେ ଜାତିସଂଘ ଏହାକୁ ନରସଂହାର ଭଳି କାର୍ଯ୍ୟ ବୋଲି କହିଛି। ଉଇଘୁରଙ୍କୁ ନେଇ ଚାଇନା ସମାଲୋଚିତ ହୋଇଥିବାବେଳେ ମିଆଁମାର ରୋହିଙ୍ଗ୍ୟାମାନଙ୍କୁ ତଡିଦେଇଛି। ଫଳରେ ଚାଇନା ଓ ମ୍ୟାନ୍‌ମାର୍‌ ମଧ୍ୟରେ କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?