Categories: ଜାତୀୟ

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଏକ ପ୍ରଶ୍ନର ଉତ୍ତରରେ ଏପରି କହିଛନ୍ତି। ବନ୍ୟା ଯୋଗୁ ୧୫ ହଜାର ୭ଶହ ୨୯ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୮ ଲକ୍ଷ ୬୭ ବାସଗୃହ ଭାଙ୍ଗିଯାଇଛି। ସେହିପରି ୬୩ ହଜାର ୯ଶହ ୭୫ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ୧୭୬ଟି ଦଳକୁ ନିୟୋଜିତ କରାଯାଇଥିଲା। ସେମାନେ ୯୮ହଜାର ୯ଶହ ୬୨ ଲୋକ ଏବଂ ୬ଶହ ୧୭ ଗୃହପାଳିତ ପ୍ରାଣୀଙ୍କ ଜୀବନ ରକ୍ଷା କରିଥିଲେ। ସେହିପରି ୨୩ହଜାର ୮ଶହ ୬୯ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି।

Share