Posted inରାଜ୍ୟ

ମୌସୁମୀ ଆସିବାରେ ବିଳମ୍ବ: ଆଗେଇପାରୁ ନାହିଁ ଚାଷକାର୍ଯ୍ୟ

ନୟାଗଡ଼ ଅଫିସ,୧୮ା୬- ଜୁନ୍‌ ମାସର ଅଧାରୁ ଅଧିକ ଦିନ ବିତିସାରିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖାନାହିଁ। ବର୍ତ୍ତମାନ ସମୟରେ ବର୍ଷା ପରିବର୍ତ୍ତେ ସାରା ରାଜ୍ୟରେ ଗୀଷ୍ମର ଲହରି ଜାରି ରହିଛି। ନୟାଗଡ଼ ଜିଲାରେ ମଧ୍ୟ ସମାନ ଅବସ୍ଥା। ବର୍ଷା ଅଭାବରୁ ଏଠାରେ ଚାଷକାର୍ଯ୍ୟ ଆଗେଇପାରୁ ନାହିଁ। କାଁ ଭାଁ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ୧୬ ତାରିଖ ସୁଦ୍ଧା ଜିଲାରେ ମୋଟ ୩୬୬ ମିଲିମିଟର ବର୍ଷା ହୋଇଛି, ଯାହା ପୂର୍ବ ବର୍ଷଗୁଡିକ ତୁଳନାରେ ବହୁ କମ୍‌। ୨୦୧୮ ଜୁନ୍‌ରେ ୮୦୮.୮୫ମିମି ବର୍ଷା ହୋଇଥିବାବେଳେ ୨୦୧୭ରେ ୧୦୬୩.୫ ଓ ୨୦୧୬ରେ ୧୧୫୮.୩୫ମିମି ବର୍ଷା ହୋଇଥିଲା। ଚଳିତ ମାସରେ ଦଶପଲ୍ଲା ବ୍ଲକରେ ସର୍ବାଧିକ ୭୯.୮୦ ମିମି ଓ ଓଡ଼ଗାଁ ବ୍ଲକରେ ସର୍ବନିମ୍ନ ୨୭.୨୦ମିମି ବର୍ଷା ହୋଇଥିଲା। ସେହିପରି ଭାପୁରରେ ୪୧.୭୦ ମିମି, ଗଣିଆରେ ୪୬, ଖଣ୍ଡପଡ଼ାରେ ୪୭.୧୦, ନୟାଗଡ଼ରେ ୩୪.୮୦, ନୂଆଗାଁରେ ୫୫.୧୪ ଓ ରଣପୁର ବ୍ଲକରେ ୩୪.୮୦ ମିମି ବର୍ଷା ହୋଇଛି। ବର୍ଷା ପରିମାଣ କମିଥିବାରୁ ବିଲରେ ଧାନବିହନ ବୁଣିଥିବା ଚାଷୀମାନେ ଗଜା ହେବା ନେଇ ସନ୍ଦେହରେ ଅଛନ୍ତି। ପାଣିପାଗ ବିଭାଗ ଚଳିତ ସପ୍ତାହ ସୁଦ୍ଧା ମୌସୁମୀ ଆସିବାର ନାହିଁ କହିବା ପରେ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।
ପ୍ରକାଶ ଯେ, ଜିଲାରେ ମୋଟ ୧,୩୩,୫୪୦ ହେକ୍ଟର ଜମି ରହିଛି। ଚଳିତବର୍ଷ ୯୮ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବ। ମୋଟ ଜମି ମଧ୍ୟରୁ ୩୬୧୨୮ ହେକ୍ଟର ଖାଲ, ୪୫୦୪୯ ମଧ୍ୟମ ଓ ୧୬୩୨୩ ହେକ୍ଟର ଢିପ ଜମି। ଏଥିରୁ ୮୦ ପ୍ରତିଶତ ଜମିରେ ଧାନ ବୁଣା ହେଉଥିବା ବେଳେ ୨୦ ପ୍ରତିଶତ ଜମିରେ ରୁଆ କାର୍ଯ୍ୟ ହୋଇଥାଏ। ଜିଲାରେ ୫୦୦୦କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ କୃଷି କାର୍ଯ୍ୟାଳୟରେ ୫୫୦୦ କୁଇଣ୍ଟାଲ ମହଜୁଦ୍‌ ଅଛି। ଏଥିରୁ ୪୦୦୦କୁଇଣ୍ଟାଲ ବିହନ ବଣ୍ଟନ ହୋଇସାରିଛି। ମୌସୁମୀ ବର୍ଷା ହୋଇ ନ ଥିବାରୁ ଗଜା ମରୁଡ଼ି ହେବା ଆଶଙ୍କା ରହିଛି। ଯଦି ଗଜା ମରୁଡ଼ି ହୁଏ ତେବେ ଗଚ୍ଛିତ ଥିବା ବିହନ ଚାଷୀମାନଙ୍କୁ ବଣ୍ଟନ କରାଯିବ। ସେହିଭଳି ଯଦି ଆବଶ୍ୟକ ହୁଏ ଆଉ ୧୦୦୦ କୁଇଣ୍ଟାଲ ବିହନ ଅଣାଯିବ ବୋଲି ସହକାରୀ ବିହନ ଉପତ୍ାଦନ ଅଧିକାରୀ ସନ୍ତୋଷ କୁମାର ପରିଡ଼ା ପ୍ରକାଶ କରିଛନ୍ତି। ଚଳିତବର୍ଷ ୯ ପ୍ରକାର ବିହନ ବଣ୍ଟନ କରାଯିବାକୁ ଆସିଛି। ଅନ୍ୟପଟେ ଚାଷୀମାନଙ୍କୁ ବିହନ ବଣ୍ଟାଯିବା ପାଇଁ ଜିଲାରେ ୧୫୪ ପାକ୍ସ (ସେବା ସମବାୟ ସମିତି) ଥିବା ବେଳେ ସେଥିରୁ ବର୍ତ୍ତମାନ ମାତ୍ର ୬୩ଟି ପାକ୍ସ ବିହନ ବିକ୍ରୟ ପାଇଁ ନେଇଛନ୍ତି। ଯେଉଁ ପ୍ୟାକ୍ସ ବିହନ ନେଇନାହାନ୍ତି ସେଠାକାର ଚାଷୀମାନେ କେଉଁଠୁ ବିହନ କିଣିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟସ୍ଥ ବେସରକାରୀ ଡିଲରମାନଙ୍କଠାରୁ ଚାଷୀମାନେ ବିହନ କିଣି ନେଇପାରିବେ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ବିହନ କୁଇଣ୍ଟାଲ ପିଛା ୩୦୭୪ ଟଙ୍କା ହୋଇଥିବା ବେଳେ ସବ୍‌ସିଡ଼ିରେ ଚାଷୀମାନଙ୍କୁ ୧୮୦୦ ଟଙ୍କାରେ ପ୍ରଦାନ କରାଯାଉଛି। ସେହିଭଳି ପୁରୁଣା କିସମ ବିହନ ୩୦୭୪ ଟଙ୍କା ହୋଇଥିବା ବେଳେ ସବ୍‌ସିଡ଼ିରେ ଚାଷୀମାନଙ୍କୁ ୨୦୦୦ ଟଙ୍କାରେ ଦିଆଯାଉଛି। ଜିଲାର ସବୁ ଅଞ୍ଚଳର ଚାଷୀ ଏବେ ମୌସୁମୀ ବର୍ଷାକୁ ଚାତକ ଭଳି ଚାହିଁରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri