‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ। ଗୋଟେ ଦିନ ଥିଲା ଭାଇଭଉଣୀର କଥା ଉଠିଲେ ପେଁକାଳି ନାଟକର ଭାଇ ଭଉଣୀ ଚିନ୍ମୟ ଜଗଦେବ ଓ ସସ୍ମିତା ଜଗଦେବ କଥା କୁହାଯାଉଥିଲା। ଘରେଘରେ ପରିଚିତ ହୋଇ ଯାଇଥିଲା ଏହି ନାମ: ମିତା ଓରଫ ସସ୍ମିତା ଜଗଦେବ। ଏ ବାବଦରେ ସୁକାନ୍ତି କହନ୍ତି : ମୋର ଆଜି ବୟସ ହୋଇଯାଇଛି। ମୁଁ ମା’ ଚରିତ୍ରରେ ଅଭିନୟ କରୁଛି। ହେଲେ ‘ମୋ ପେଁକାଳି ବଜେଇଦେ’ର ସେଇ ମିତା ଚରିତ୍ର ଭିତରେ ମୁଁ ବନ୍ଧା ପଡ଼ିଯାଇଛି। ମୋତେ ଏବେ ବି ମୋ ଭାଇର ମିତା ମିତା ଡାକ ଶୁଭି ଯାଉଛି। ମୁଁ ୟା ଭିତରେ ଅନେକ ନାଟକ କଲିଣି। ହେଲେ ପେଁକାଳି ନାଟକର ସଫଳତା ଆଜି ପର୍ଯ୍ୟନ୍ତ କୌଣସି ନାଟକରୁ ପାଇନାହିଁ। କି ବେଳରେ ସେ ନାଟକ ହୋଇଥିଲା ଯେ, ୬ରୁ ୬୦ବର୍ଷ ବୟସର ଲୋକଙ୍କ ମନରେ ଏବେ ବି ସେହି ଭାଇଭଉଣୀ ଚରିତ୍ର ସ୍ମୃତିଟିଏ ହୋଇ ରହିଛି। ଯେଉଁ ନୂଆପିଢ଼ିର ଦର୍ଶକମାନେ ସେତେବେଳେ ନାଟକଟିକୁ ମଞ୍ଚରେ ଦେଖିପାରି ନଥିଲେ ସେମାନେ ଏବେ ୟୁଟ୍ୟୁବ୍‌ରେ ତାକୁ ଖୋଜିଖୋଜି ଦେଖୁଛନ୍ତି। ଗୋଟେ ଭାଇ, ଗୋଟେ ଭଉଣୀ ଆଉ ଜଣେ ଜେଜେ। ବାସ୍‌, ଭାଇଭଉଣୀର ଅନାବିଳ ପ୍ରେମ। ଯାହାକୁ ଭୁଲି ପାରିନି କିମ୍ବା ଶେଷ ପର୍ଯ୍ୟନ୍ତ ସୁଦ୍ଧା ଭୁଲି ପାରିବିନି। ପ୍ରତ୍ୟେକ ଯାତ୍ରାଋତୁ ଆସିଲେ ମୁଁ ସେହି ମିତା ଚରିତ୍ରକୁ ମିସ୍‌କରେ। ତେବେ ବୟସର ବାହାନା ଦେଖେଇ ମନକୁ ବୁଝେଇଦିଏ।

ସୁକାନ୍ତି କହନ୍ତି : ମୋର ସତସତିକା ଜୀବନରେ କେହି ଭାଇନାହାନ୍ତି। ସେଇଟା ମୋର ସବୁଠୁ ବଡ଼ ଦୁଃଖ। ମଞ୍ଚରେ ଯେତେବେଳେ ଏଭଳି ଗୋଟେ ସେହ୍ନୀ ଭାଇକୁ ଦେଖେ ମୋ ଛାତି ଭିତରଟା ହାହାକାର କରିଉଠେ। ଭାଇ ନଥିବାର ଦୁଃଖ ମୋ ଆଖି ବାଟେ ଲୁହ ହେଇ ବୋହି ଆସେ। ମୋ ଭିତରର ଭଉଣୀଟା କାନ୍ଦେ। ଆଉ ଭାବେ, ମୋର ଏମିତିକା ଭାଇଟେ ଥାଆନ୍ତା କି?

– ସତକହୁଛି, ବାସ୍ତବ ଜୀବନରେ ଭାଇ ନଥିବାର ଦୁଃଖ ଆଉ ଅବସୋସ ମିତା ଓରଫ ସସ୍ମିତା ଜଗଦେବ ଚରିତ୍ର ସହିତ ପୂରାପୂରି ମିଶିଯାଏ। ସଂଳାପ ସବୁ ପାଟିରୁ ନୁହେଁ; ଛାତି ଭିତରୁ ବାହାରି ଆସେ। ନାଟକ ଭିତରେ ଯେତେବେଳେ ପ୍ରେମିକ ମୋତେ ପଚାରେ- କୁହ, ତୁମ ପାଖରେ କିଏ ବଡ଼? ଭାଇ ନା ପ୍ରେମିକ। ଭାଇ ନା ସ୍ବାମୀ। ସେତେବେଳେ ମୋତେ ଲାଗେ ଯେମିତି ସତରେ କିଏ ମୋତେ ମୋ ଭାଇଠାରୁ ଅଲଗା କରିନଉଛି। ମୁଁ କହେ ଯେ, ମୋ ଭାଇ ମୋ ପାଇଁ ବଡ଼। ଗୋଟେ ଝିଅ ତା’ ପ୍ରେମକୁ ଭୁଲିଯାଇପାରେ, ତା’ ପ୍ରେମିକକୁ ଭୁଲି ଯାଇପାରେ ହେଲେ ତା’ ଭାଇକୁ କେବେ ଭୁଲି ଯାଇପାରିବନି। ମୋ ଭାଇ ମୋ ପାଇଁ ସ୍ବର୍ଗ ଠାରୁ ବି ଆହୁରି ବଡ଼।
ଅବଶ୍ୟ ଏ ସଂଳାପ ନାଟ୍ୟକାର ଲେଖିଛନ୍ତି। କିନ୍ତୁ ମୁଁ ଯେତେବେଳେ କହେ ମୋତେ ଲାଗେ ଏ ସଂଳାପ ସବୁ ମୋ ମନକଥା। ମୁଁ ଯେମିତି ମଞ୍ଚରେ ଠିଆ ହୋଇ ଡାଏଲଗ୍‌ କହୁନି। ସତସତିକା କଥା କହୁଛି। ସମ୍ଭବତଃ ଏହିସବୁ କାରଣ ପାଇଁ ମୁଁ ଯେମିତି ମିତା ଚରିତ୍ରରୁ ମୁକୁଳି ପାରିନି ଠିକ୍‌ ସେମିତି ଦର୍ଶକମାନେ ମଧ୍ୟ ଆଜି ବି ସେ ଚରିତ୍ରକୁ ମନେରଖିଛନ୍ତି। ସେହି ନାଟକରେ ଅଭିନୟ କରିବା ପରେ ପ୍ରତି ଘରେ ମଁୁ ଗୋଟେ ଭଉଣୀ ପାଲଟି ଯାଇଥିଲି।
ସମ୍ପ୍ରତି ଯାତ୍ରା ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଏହି ବର୍ଷିଆନ୍‌ ଅଭିନେତ୍ରୀ ଶେଷରେ ହସିହସି କହନ୍ତି : ଆପଣ ଜାଣନ୍ତି, ସେହି ନାଟକ ପରେ ଅଭିନେତା କୈଳାଶ ବେହେରା ମୋ ଭାଇ ହୋଇ ଯାଇଛନ୍ତି। ସେ ମୋତେ ପ୍ରତି ବର୍ଷ ସାବିତ୍ରୀରେ ଶାଢ଼ି ଦିଅନ୍ତି। ଆଉ ମୁଁ ସବୁ ରାକ୍ଷୀ ପୁନେଇରେ ତାଙ୍କ ହାତରେ ରାକ୍ଷୀ ବାନ୍ଧେ। ଅବଶ୍ୟ ଏବର୍ଷ ସେ ଶାଢ଼ୀ କିଣି ଦେଇପାରି ନାହାନ୍ତି। ହେଲେ ମୋତେ ଟଙ୍କା ଦେଇ କହିଛନ୍ତି ସାବିତ୍ରୀରେ ଶାଢ଼ି କିଣି ପିନ୍ଧିନବୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri