ମୋରାଟୋରିୟମରେ ସାମିଲ କ୍ରେଡିଟ କାର୍ଡ ଇଏମ୍‌ଆଇ

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରାଦେଶରେ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ଋଣ କ୍ଷେତ୍ରରେ କିସ୍ତି ବା ଇଏମ୍‌ଆଇ ପ୍ରଦାନରେ ରିଜର୍ଭ ବ୍ୟାଙ୍କ ଆଗାମୀ ୩ ମାସ ଲାଗି କୋହଳ ବ୍ୟବସ୍ଥା କରାଯାଇଛି। ଏହା ସମସ୍ତ ପ୍ରକାରର ଟର୍ମ ଲୋନ ଉପରେ କାର୍ଯ୍ୟକାରୀ ହେବ। ଏହି ଘୋଷଣାକୁ କ୍ରେଡିଟ କାର୍ଡ ଇଏମ୍‌ଆଇ ବାଦ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୋରାଟୋରିୟମ ମଧ୍ୟରେ କ୍ରେଡିଟ କାର୍ଡ ଇଏମ୍‌ଆଇ ସାମିଲ ରହିଥିବା ସୂଚନା ଦିଆଯାଇଛି। ଏହା ଫଳରେ କ୍ରେଡିଟ କାର୍ଡ ଲୋନ ନେଇଥିବା ବ୍ୟକ୍ତି ବ୍ୟକ୍ତିଙ୍କୁ ଇଏମ୍‌ଆଇ କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ଏହାବାଦ ସମସ୍ତ ପ୍ରକାରର ରିଟେଲ ଋଣ, କ୍ରେଡିଟ କାର୍ଡ ବକେୟା, କମ୍ପାନୀଗୁଡିକୁ ପ୍ରଦାନ କରାଯାଇଥିବା ଋଣ, କୃଷି ଋଣ ଭଳି ଅନ୍ୟ କେତେକ ଋଣକୁ ମୋରାଟୋରିୟମ ମଧ୍ୟରେ ସାମିଲ କରାଯାଇଛି। ଏହି ସମୟରେ ବକେୟା ରାଶି ଉପରେ ସୁଧ ଲାଗିବ ବୋଲି କୁହାଯାଇଛି। ସୁଧରେ କୌଣସି ପ୍ରକାରର ଛାଡ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPIକୁ ନେଇ ବଡ଼ ଅପଡେଟ୍‌: ଏଣିକି ମିଳିବ ଏହି ସୁବିଧା, ଲାଭବାନ ହେବେ…

ନୂଆଦିଲ୍ଲୀ,୪।୨: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଏକ ନୂତନ ବିଶ୍ୱସ୍ତରୀୟ ପରିଚୟ ହାସଲ କରିପାରେ। ସୂଚନା ଅନୁଯାୟୀ ସରକାର ଭାରତୀୟ ଉପଭୋକ୍ତାମାନଙ୍କୁ ଦେଶ ଭିତରେ ଯେପରି…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

ଟାରିଫ୍‌ ହ୍ରାସ: ଭାରତ ଉପରେ ପଡ଼ିପାରେ ତେଲ ବୋଝ

ନୂଆଦିଲ୍ଲୀ,୩ା୨: ଭାରତ-ଆମେରିକା ବାଣିଜ୍ୟ ବୁଝାମଣା ପରେ ଆମେରିକା ଭାରତ ଉପରୁ ଟାରିଫ୍‌ ହ୍ରାସ କରିବାକୁ ଘୋଷଣା କରିଛି। ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ରହିଥିଲା ବେଳେ…

ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ରେ କ’ଣ ଅଛି? ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ଭାଇରାଲ୍

ନୂଆଦିଲ୍ଲୀ,୨।୨: କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କୌଣସି ବଡ଼ ଧରଣର ରିହାତି ମିଳିନଥିବା ବେଳେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର…

ସିଗାରେଟ୍ ଦରରେ ବଡ଼ ବୃଦ୍ଧି: ପ୍ୟାକେଟ୍ ପିଛା ଏତିକି ଟଙ୍କା ଯାଏ ବଢ଼ିଲା ଦାମ୍

ନୂଆଦିଲ୍ଲୀ,୨।୨: ଫେବୃୟାରୀ ୧, ଆରମ୍ଭରୁ ଦେଶରେ ସିଗାରେଟ୍ ଏବଂ ତମାଖୁ ଜାତ ଦ୍ରବ୍ୟର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ତମାଖୁ ଉପରେ ଅତିରିକ୍ତ…

ଭାରତରେ ବଢୁଛି ପ୍ରିମିୟମ୍ ସ୍ମାର୍ଟଫୋନ୍ ଚାହିଦା: ୨୦୨୫ରେ ଆପଲ୍‌ର ଐତିହାସିକ ରେକର୍ଡ

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ୨୦୨୫ ବର୍ଷଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ବଜାରରେ ଶସ୍ତା ଫୋନ୍ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri