Categories: ଗଞ୍ଜାମ

ମୋବାଇଲ ଦୋକାନ ଜଳିଗଲା : ନିଅଁ। ଲିଭାଇବା ବେଳେ ଅଗ୍ନିଶମ କର୍ମଚାରୀ ଆହତ

ଭଞ୍ଜନଗର,୨୭।୬(ଡି.ଏନ.ଏ.)-ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଜେକେ ମୋବାଇଲ ଫୋନ ଦୋକାନରେ ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ କରିଥିଲେ। ଏହି ସମୟରେ ଏକ କାଚ ଦମକଳ କେନ୍ଦ୍ର କର୍ମଚାରୀ ରଜନୀ କୁମାର ପରିଡ଼ାଙ୍କ ଉପରେ ପଡ଼ିଯିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଶର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡ଼ିନାହିଁ। ପ୍ରକାଶ ଯେ, ସୋମବାର ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତି ପ୍ରାୟ ୧୧ଟାରେ ଦୋକାନ ଭିତରୁ ଧୂଅଁା ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ମାଲିକଙ୍କୁ ଖବର ଦେଇଥିଲେ। ଏହାପରେ ଦୋକାନ ମାଲିକ ଘଟଣାସ୍ଥଳରେ ପହଞ୍ଚତ୍ ଦେଖିବାବେଳକୁ ଦୋକାନ ଜଳୁଥିଲା।