Categories: ଜାତୀୟ

ମୋଦି ରାଜ୍‌-୨ରେ ଶସ୍ତା ଇଏମ୍‌ଆଇ ଉପହାର: ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆର୍‌ବିଆଇ କଲା ଘୋଷଣା

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ-୨ରେ ସାଧାରଣ ଲୋକଙ୍କୁ ଶସ୍ତା ଇଏମ୍‌ଆଇ ଉପହାର ପ୍ରଦାନ କରାଯାଇଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆର୍‌ବିଆଇର ଏକ ସମୀକ୍ଷା ବୈଠକରେ ବେସ୍‌ ପଏଣ୍ଟ୍‌ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି। ଏହାଦ୍ୱାରା ରେପୋ ରେଟ୍‌ କମି ୫.୭୫% ହୋଇଛି। ଲଗାତାର ତୃତୀୟ ଥର ପାଇଁ ରେପୋ ରେଟ୍‌ ହ୍ରାସ ପାଇଥିବା କୁହାଯାଉଛି। ଗତ ଦୁଇ ସମୀକ୍ଷା ବୈଠକରେ ବେସ୍‌ ପଏଣ୍ଟ୍‌ ୦.୨୫ ପ୍ରତିଶତ ଭାବେ ହ୍ରାସ ପାଇଥିଲା। ଏହା ଦ୍ୱାରା ବ୍ୟାଙ୍କରୁ ଋଣ ନେଉଥିବା ଲୋକେ ବେଶ୍‌ ଉପକୃତ ହେବେ ବୋଲି ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି।

Share