Categories: ଜାତୀୟ

ମୋଦିଙ୍କୁ ଭେଟିଲେ ପାଓ୍ବାର: ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ

ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚତତା ଜାରି ରହିଥିବାବେଳେ ବୁଧବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରାଜ୍ୟର ଚାଷୀ ସମସ୍ୟା ନେଇ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରେ ଦୀର୍ଘ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନା ଚାଲିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ କିଛି ସମୟ ପାଇଁ ଡକାଯାଇଥିଲା।

Share