Categories: ଜାତୀୟ

ମୋଦିଙ୍କ ଶାସନରେ ବେକାର ସମସ୍ୟା, ମହଙ୍ଗା ଦର ଏବଂ ଛଟେଇ ବଢ଼ି ଚାଲିଛି: ପ୍ରିୟଙ୍କା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ବଚାଓ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କ ଶାସନରେ ଦେଶରେ ବେକାର ସମସ୍ୟା ବୃଦ୍ଧି ପାଇଛି। ଗତ ୪୫ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ ସୀମା ଟପିଛି। ସେହିପରି ମହଙ୍ଗା ଦର ଏବଂ ଛଟେଇ ବଢ଼ିଚାଲିଛି। ଇତିମଧ୍ୟରେ ପିଆଜ ଦାମ କିଲୋପିଛା ଶହେ ଟପିଛି। ସେହିପରି ୪ କୋଟି ଲୋକଙ୍କୁ ଛଟେଇ କରାଯାଇଛି। ମୋଦି ସରକାରଙ୍କର ଚାଷୀଙ୍କ ପ୍ରତି ଦରଦ ନାହିଁ। ମୋଦି ସରକାରଙ୍କ ଶାସନ ସମୟରେ ୧୫ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ୬ ମାସ ମଧ୍ୟରେ ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରି ଦେଇଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି।

Share