Categories: ଜାତୀୟ

ମୋଦିଙ୍କ ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହେଲା ୮ ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏବେ ଜ୍ୟୋତିଷ ଅଙ୍କଙ୍କ ଗଣନା ପୁଣି ଥରେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି। କାରଣ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୮ ଅଙ୍କ ଶୁଭ ସାବ୍ୟସ୍ତ ହୋଇଛି। କାରଣ ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ ଏଥର ବି ମୋଦି ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ। ଏଥିଲାଗି ଦଳ ୨୬ରେ ରାଷ୍ଟ୍ରପତିଙ୍କ ନିକଟରେ ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିବ। ଏଥର ମଧ୍ୟ ମୋଦିଙ୍କ ପାଇଁ ୮ ଶୁଭ ସାବ୍ୟସ୍ତ ହୋଇଛି। କାରଣ ପୂର୍ବରୁ ମୋଦି ଯେତେସବୁ ମହତ୍ୱପୁର୍ଣ୍ଣ ଯୋଜନା କରିଛନ୍ତି ସବୁ ପଛରେ ୮ ଅଙ୍କର ମହତ୍ୱ ରହିଛି। ୨୬ ଅର୍ଥାତ୍‌ ୨+୬=୮ ତେଣୁ ୨୬ର ମିଶ୍ରଶ ୮ ହୋଇଥିବାରୁ ଏହା ତାଙ୍କ ପାଇଁ ଶୁଭ। ଅତିତକୁ ନଜର ପକାଇଲେ ଦେଖାଯାଏ ଯେ ୨୬ ଏପ୍ରିଲରେ ମୋଦି ନାମାଙ୍କନ ଦାଖଲ କରିଥିଲେ। ଯାହାକୁ ଯୁକ୍ତ କଲେ ୮ ହେଉଥିଲା। ସେହିପରି ୧୭ ତମ ଲୋକ ସଭା ପାଇଁ ମୋଦି ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓ ବିଜୟୀ ହୋଇଥିଲେ। ସେହିପରି ୨୬ ଫେବୃୟାରୀରେ ବାଲାକୋଟ୍‌ ଆକ୍ରମଣ ଯୋଜନା କରିଥିଲେ। ମୁଦ୍ରା ଯୋଜନାର ଆରମ୍ଭ ୮ ଏପ୍ରିଲରେ ହୋଇଥିଲା। ୮ ନଭେମ୍ବରରେ ବିମୁଦ୍ରିକରଣ ଯୋଜନା ମଧ୍ୟ ସଫଳ ହୋଇଥିଲା ମୋଦିଙ୍କ ପାଇଁ। ତେଣୁ ଅଙ୍କ ଜ୍ୟୋତିଷଙ୍କ ଗଣନା ଅନୁଯାୟୀ ମୋଦିଙ୍କ ପାଇଁ ୮ ଅଙ୍କ ହେଉଛି ଶୁଭ।

Share