Categories: ଜାତୀୟ

ମୋଦିଙ୍କ ଗୁଣଗାନ କରୁଛନ୍ତି କଂଗ୍ରେସ ନେତା: ସୋନିଆ ନୀରବଦ୍ରଷ୍ଟା

ନୂଆଦିଲ୍ଲୀ,୨୩।୧୦: କଂଗ୍ରେସର ଆଗ ଧାଡ଼ିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ମାତ୍ର କଂଗ୍ରେସ ଅଧ୍ୟକ୍ଷା ସବୁଦେଖି ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ପ୍ରଥମେ ଶଶି ଥରୁର୍‌ ମୋଦିଙ୍କ ପ୍ରଶଂସା କରିଥିଲେ। ଏହାପରେ ଜୟରାମ ରମେଶ, ଅଭିଷେକ ମନୁ ସିନ୍ଧଓ୍ବି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିଥିଲେ। କଂଗ୍ରେସ ବରିଷ୍ଠ ନେତା ସଲମାନ୍‌ ଖୁର୍ସିଦ୍‌ ମୋଦିଙ୍କ ପ୍ରଶଂସା କରିବା ପରେ ଜାତୀୟ ରାଜନୀତିରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ କଂଗ୍ରେସର ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୋଦିଙ୍କ ପଦକ୍ଷେପକୁ ବେଶ୍‌ ତାରିଫ୍‌ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଏପରି କରି ମୋଦିଙ୍କ ପ୍ରତି ନିଜର ଆନୁଗତ୍ୟ ଦେଖାଉଥିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି। ସୋନିଆ ଏନେଇ ଆକଟ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଏବେ ରହସ୍ୟ ଘେରରେ ଥିବା ଭଳି ମନେହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share