Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଜଗନ୍‌ ମୋହନ

ନୂଆଦିଲ୍ଲୀ, ୨୬।୫: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଓ୍ପାଇଏସ୍‌ଆର୍‌ କଂଗ୍ରେସ ଅଧ୍ୟକ୍ଷ ଓ୍ବାଇ.ଏସ୍‌ ଜଗନ୍‌ ମୋହନ ରେଡ୍ଡୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଜଗନ୍‌ ମୋହନଙ୍କ ଦଳ ରାଜ୍ୟର ୧୭୫ ବିଧାନସଭା ଆସନରୁ ୧୫୧ରେ ବିଜୟୀ ହୋଇଛି। ତେଲୁଗୁ ଦେଶମ୍‌ ପାର୍ଟି ମାତ୍ର ୨୩ ଆସନରେ ହାତେଇବାକୁ ସକ୍ଷମ ହୋଇଥିଲା। ଏହା ସହିତ ରାଜ୍ୟର ୨୫ ଲୋକ ସଭା ଆସନ ମଧ୍ୟରୁ ଓ୍ପାଇଏସ୍‌ଆର୍‌ କଂଗ୍ରେସ ୨୨ଟି ଆସନରେ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଜଗନ୍‌ମାହନ ପ୍ରକାଶ କରିଛନ୍ତି।

Share