Categories: ରାୟଗଡା

ମୋଟୁର ସିଲେରୁ ନଦୀରେ ସେତୁ ନିର୍ମାଣ ପରେ ୩୩୨ ମିଟର ଆପ୍ରୋଚ ରୋଡ୍‌ ନିର୍ମାଣରେ ପ୍ରଶାସନର ବିଳମ୍ବ: ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ମାଲକାନଗିରି,୧୯।୭(ଡି.ଏନ୍‌.ଏ): ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଅନ୍ୟ ଏକ ସ୍ବପ୍ନ ମୋଟୁର ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ପରେ ମଧ୍ୟ କେବଳ ୩୩୨ ମିଟର ରାସ୍ତା ନିର୍ମାଣରେ ଜିଲା ପ୍ରଶାସନ ଅବହେଳା କରିବାରୁ ବାଧ୍ୟ ହୋଇ ଗ୍ରାମବାସୀ ଶୁକ୍ରବାର ରାସ୍ତା ନିର୍ମାଣ କରିଛନ୍ତି ।
ସୂଚନାଯୋଗ୍ୟ ଗତ ୫ ତାରିଖରେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଡିଙ୍କ଼ ନେତୃତ୍ୱରେ ମହେଶ ଖାନ, ମହମ୍ମଦ ଆଜାର, କତାଗୁଡ଼ମ ୱାର୍ଡମେମ୍ବର କାରମ ଜଗା, ମୁତୁମ ଲାଛା ପ୍ରମୁଖ ଗ୍ରାମବାସୀ ଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ବିଳମ୍ବ ହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ଏହି ପନ୍ଥା ଆପଣେଇଛନ୍ତି । ମୋଟୁ ଅଞ୍ଚଳର ମାସୁମ ଖାନ, ମହମ୍ମଦ ଜାମାଲ ଖାନଙ୍କ ସମେତ ବହୁ ଗ୍ରାମବାସୀ ଜେସିବି ଓ ଟ୍ରାକ୍ଟର ଲଗାଇ ରାସ୍ତା ତିଆରି କରୁଛନ୍ତି ।