ମୋଗଲ ଅମଳରେ କଳିଙ୍ଗର ନୌବାଣିଜ୍ୟ

ହରିଗୁରୁ ଦାସ
ଯୁଗେଯୁଗେ ଶିଳ୍ପ ଓ ବାଣିଜ୍ୟ ଉତ୍କର୍ଷ ଓ ବିସ୍ତାର ନିମନ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଶିଳ୍ପ ଉତ୍କୃଷ୍ଟ ଓ ପ୍ରଚୁର ନ ହେଲେ ବାଣିଜ୍ୟ ଅସମ୍ଭବ। ଅତୀତରେ ରାଜ୍ୟବାସୀଙ୍କ ଅଭାବ ପୂରଣ କରି କଳିଙ୍ଗ ଶିଳ୍ପବାଣିଜ୍ୟର ଉତ୍କର୍ଷ ଓ ବହୁଳତା ଯୋଗୁ ଦେଶବିଦେଶରେ ଆଦୃତ ଥିଲା। କଳିଙ୍ଗର ବାଣିଜ୍ୟ ଉଭୟ ଜଳ ଓ ସ୍ଥଳରେ ମହାଭାରତ ଯୁଗରୁ ପ୍ରସିଦ୍ଧିଲାଭ କରିଥିବାର ପ୍ରମାଣ ମିଳେ। ଏଥିରୁ କଳିଙ୍ଗବାସୀଙ୍କ ବୁଦ୍ଧି, ବୃତ୍ତି, କୌଶଳ ଓ ରୁଚି କେତେ ଉନ୍ନତ ଜାଣିହୋଇଥାଏ। କଳିଙ୍ଗ ବଣିକମାନେ ବହିର୍ବାଣିଜ୍ୟ ଉଦ୍ଦେଶ୍ୟରେ ସାଗର ବକ୍ଷରେ ବଡ଼ ବଡ଼ ବୋଇତ ଭସାଇ ସାଗର ପରପାରିରେ ଉପନିବେଶ ବା ବସତି ସ୍ଥାପନ କରିଥିଲେ। କଳିଙ୍ଗର ବାଣିଜ୍ୟ ତରୀ ସୁଦୂର ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଅତିକ୍ରମ କରି ଚାଇନା, ଜାପାନ, ଆରବ, ଆଫ୍ରିକା ଏବଂ ମାଡାସ୍କର ପ୍ରଭୃତି ଦେଶ ଓ ଦ୍ୱୀପଗୁଡ଼ିକରେ ଉତ୍କଳୀୟ ପଣ୍ୟଗୁଡ଼ିକର ବିପଣି ସର୍ଜନା କରୁଥିଲା। ଏହି ବାଣିଜ୍ୟ ପ୍ରଭାବରେ କଳିଙ୍ଗର ରାଜାମାନେ ଦୂର ଦ୍ୱୀପଦେଶ ସହ ଅନ୍ତର୍ଜାତୀୟ ରାଷ୍ଟ୍ରୀୟ ସୁସମ୍ପର୍କ ରଖିପାରିଥିଲେ।
ଚାଇନା ପରିବ୍ରାଜକ ହୁଏନ୍‌ସାଂଙ୍କ ମତରେ କଳିଙ୍ଗର ବନ୍ଦରଗୁଡ଼ିକରେ ବହୁ ଦୂର ବିଦେଶରୁ ବାଣିଜ୍ୟ ପୋତମାନ ଆସି ଆଶ୍ରୟ ନେଉଥିଲେ ଏବଂ ମାଲ୍‌ ଖଲାସ, ବୋଝେଇ କରୁଥିଲେ। ବହୁସଂଖ୍ୟକ ବିଦେଶୀ ବୋଇତ ମଧ୍ୟ ଉକ୍ତ ବନ୍ଦରଗୁଡ଼ିକରେ ଅବସ୍ଥାନ କରୁଥିଲେ ଏବଂ ନାନା ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ ବାଣିଜ୍ୟ କାରବାର ସେ ବନ୍ଦରରେ ହେଉଥିଲା। ସେ ସମୟର ରାଜ୍ୟବାସୀ ବଡ଼ ସରଳ, ସତ୍ୟବାଦୀ ଓ ସୁରୁଚିସମ୍ପନ୍ନ ଥିଲେ। ଅଧିକ ବିଳାସବ୍ୟସନ ଓ ଆଡ଼ମ୍ବର ସେ ସମୟରେ ସମାଜରେ ପଶି ନ ଥିଲା। ଶିକ୍ଷା ସାଧାରଣ ଥିଲା। ସମଗ୍ର ଭାରତବର୍ଷରେ କଳିଙ୍ଗବାସୀଙ୍କ ଦୁଃସାହସିକ ନୌବାଣିଜ୍ୟ ଯାତ୍ରା ଭାରତ ଇତିହାସରେ ଗୌରବାବହ ଥିଲା। ସମଗ୍ର ବଙ୍ଗୋପସାଗର, ଆରବସାଗର ଓ ଭାରତ ମହାସାଗରରେ କଳିଙ୍ଗ ପୋତ ଚାଳ
ଏହି ବାଣିଜ୍ୟ ବ୍ୟବସାୟ ଗଜପତିଙ୍କ ଉତ୍କଳରେ ଯେଭଳି ନିରାପଦରେ ଚାଲୁଥିଲା, ମୋଗଲ ରାଜତ୍ୱ ବେଳକୁ ଅବଶ୍ୟ ସେପରି ନ ଥିଲା। ବାରମ୍ବାର ଆକ୍ରମଣ, ଲୁଣ୍ଠନ ଏବଂ ମୋଗଲ କର୍ମଚାରୀ ଓ ଶାସନକର୍ତ୍ତାମାନଙ୍କର ଯଥେଚ୍ଛ ଅତ୍ୟାଚାରରେ ଶିଳ୍ପବାଣିଜ୍ୟରେ ବହୁ ବାଧା ପଡ଼ିଥିଲା। ଏହା ସତ୍ତ୍ୱେ ମୋଗଲ ରାଜତ୍ୱରେ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟ ଉନ୍ନତିର ଚରମ ସୋପାନରେ ପହଞ୍ଚିଥିଲା। କଳିଙ୍ଗର ବଣିକମାନେ ବଙ୍ଗୋପସାଗର ପାର ହୋଇ ଦୂର ଦ୍ୱୀପଦେଶକୁ ଯାଉଥିଲେ। ଏଥିମଧ୍ୟରେ ୟୁରୋପୀୟ ବଣିକମାନଙ୍କ ପ୍ରତିଯୋଗିତା ସାଙ୍ଗକୁ ପର୍ତ୍ତୁଗୀଜ୍‌ ଓ ଆରାକାନ୍‌ବାସୀଙ୍କ ଜଳଦସ୍ୟୁ ବୃତ୍ତି କଳିଙ୍ଗ ବଣିକମାନଙ୍କର ସାମୁଦ୍ରିକ ବାଣିଜ୍ୟରେ ବହୁ ବାଧା ଦେଉଥିଲା। ବନ୍ଦରଗୁଡ଼ିକ ମଧ୍ୟରେ ତମଲୁକ୍‌ ପୂର୍ବ ବାଣିଜ୍ୟ ସମ୍ଭାର ସବୁ ହରାଇଥିଲା। ମାତ୍ର ହିଜିଲି, ପିପିଲି, ବାଲେଶ୍ୱର, ଧାମରା, କନିକା, ହରିଶ୍‌ପୁର, ଜଟାଧାର, ବୋଇତରାକୁଦ, ଜମ୍ବୁ, ପୁରୀ, ଚିଲିକା ପ୍ରଭୃତି ବନ୍ଦରଗୁଡ଼ିକ ସାମୁଦ୍ରିକ ବାଣିଜ୍ୟର ପ୍ରଧାନ ସ୍ଥାନ ଥିଲା। ସାହାବୁଦ୍ଦିନ ତାଲିସ୍‌ଙ୍କ ମତରେ, ୧୬୬୫ ଖ୍ରୀ:ଅ:ରେ ତମଲୁକ୍‌ରେ ଦାସ ବ୍ୟବସାୟ ଚାଲୁଥିଲା। ଆକବରଙ୍କ ରାଜତ୍ୱ କାଳରୁ ଶାୟସ୍ତ ଖଁାଙ୍କ ବଙ୍ଗ ସୁବାଦାରି ପର୍ଯ୍ୟନ୍ତ ଆରାକାନ୍‌ବାସୀ ଓ ଇଂରେଜ ଜଳଦସ୍ୟୁମାନେ ବଙ୍ଗ ଆକ୍ରମଣ କରି ଲୋକଙ୍କୁ ଧରିନେଉଥିଲେ ଏବଂ ବାଲେଶ୍ୱର, ତମଲୁକ୍‌ ପ୍ରଭୃତି ବନ୍ଦରରେ ଦାସରୂପେ ବିକ୍ରି କରୁଥିଲେ। ୧୭୨୪ରେ ଭାଲେଣ୍ଟାଇନ୍‌ ନାମକ ଜଣେ ପର୍ଯ୍ୟଟକ ତମଲୁକ୍‌, ବାଲେଶ୍ୱର ଓ ହିଜିଲି ବନ୍ଦରର ବାଣିଜ୍ୟ ବିଭବର ସାକ୍ଷ୍ୟ ଦେଇଥିଲେ। ଚାଉଳ, ଗହମ ଓ ଅନ୍ୟାନ୍ୟ ଜିନିଷ ଉକ୍ତ ବନ୍ଦରମାନଙ୍କରୁ ବିଶେଷ ପରିମାଣରେ ରପ୍ତାନି ହେଉଥିଲା। ୧୮୮୬ରେ ରାଲଫ୍‌ ଚିଫ୍‌ ସାକ୍ଷ୍ୟ ଦେଇଥିଲେ ଯେ ହିଜିଲି ବନ୍ଦର ସହିତ ଇଣ୍ଡିଆ ନେଗାପଟମ୍‌, ସୁମାତ୍ରା, ମଲକସ୍‌ ପ୍ରଭୃତିର ବାଣିଜି୍ୟକ ସମ୍ବନ୍ଧ ଥିଲା। ବାଣିଜ୍ୟ ତରୀ ଦ୍ୱାରା ହିଜିଲିରୁ ଚାଉଳ, ଲୁଗା, ପାଟ, ପଶମବସ୍ତ୍ର, ଚିନି, ଲଙ୍କା, ମାଖନ ଇତ୍ୟାଦି ଉକ୍ତ ଦେଶଗୁଡ଼ିକୁ ରପ୍ତାନି ହେଉଥିଲା। ବାଲେଶ୍ୱର ବନ୍ଦର ଜାହାଜ ନିର୍ମାଣର କେନ୍ଦ୍ର ଥିଲା। ସୁଜା ଓ ଶାୟସ୍ତ ଖଁାଙ୍କ ଶାସନ କାଳରେ ବାଲେଶ୍ୱରରେ ଜାହାଜ ନିର୍ମାଣର ତତ୍ତ୍ୱ ବୁଝିବା ନିମନ୍ତେ ଜଣେ ଦାରୋଗା ନିଯୁକ୍ତ ଥିଲେ। ପ୍ରାଚ୍ୟ ସମୁଦ୍ରରେ ଶାନ୍ତିରକ୍ଷା ନିମନ୍ତେ ମୋଗଲ ସମ୍ରାଟ୍‌ଙ୍କର ଯୁଦ୍ଧଜାହାଜମାନ ସେହି ବନ୍ଦରରେ ତିଆରି ହେଉଥିଲା। ଜଳଦସ୍ୟୁମାନଙ୍କୁ ଦମନ କରିବା ଏବଂ ଚିଟାଗଙ୍ଗ ଜୟ କରିବା ନିମନ୍ତେ ବଙ୍ଗ ସୁବାଦାର ଶାୟସ୍ତ ଖଁା ବାଲେଶ୍ୱର ବନ୍ଦରରେ ବହୁ ଯୁଦ୍ଧଜାହାଜ ତିଆରି କରାଇଥିଲେ। ସେଥିନିମନ୍ତେ ହରିଶ୍‌ପୁର ପ୍ରଭୃତି ଦକ୍ଷିଣାଞ୍ଚଳ ବନ୍ଦରମାନଙ୍କୁ ‘କଳାପତି’ ଓ ନାଜରା (ଜାହାଜ ମିସ୍ତ୍ରି ଓ କମାର) ପ୍ରଭୃତିଙ୍କୁ ନେଇ ବାଲେଶ୍ୱରରେ ରୁଣ୍ଡ କରାଇଥିଲେ। ବାଲେଶ୍ୱର ଓ ଓଡ଼ିଶାର ଅନ୍ୟାନ୍ୟ ବନ୍ଦରଗୁଡ଼ିକରେ ଜାହାଜ ନିର୍ମାଣ ଏକ ସାଧାରଣ ଜୀବିକା ଥିଲା।
କଟକରେ ଗୋଟିଏ ମୁଦ୍ରାଶାଳ ପ୍ରଥମରୁ ହିଁ ଥିଲା। ପରେ ହରିହରପୁରଠାରେ ଆଉ ଗୋଟିଏ ମୁଦ୍ରାଶାଳ ସ୍ଥାପିତ ହୋଇଥିଲା। ଏହି ମୁଦ୍ରାଶାଳରେ ମୋଗଲ ସମ୍ରାଟ୍‌ଙ୍କ ସାମ୍ରାଜ୍ୟ ମଧ୍ୟରେ ପ୍ରଚଳିତ ଟଙ୍କା ଆଦି ନିର୍ମିତ ହେଉଥିଲା। ଏହିପରି ଶିଳ୍ପବାଣିଜ୍ୟର ସମୃଦ୍ଧିରେ ଦେଶବାସୀଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ସ୍ବଚ୍ଛଳ ଥିଲା। ଏତେ ଆକ୍ରମଣ, ଅତ୍ୟାଚାର ସତ୍ତ୍ୱେ ସେମାନେ ବର୍ତ୍ତମାନ ପରି ସବୁ ଥାଇ ବି ଦାରିଦ୍ର୍ୟ ଦୁଃଖ ଭୋଗ କରୁ ନ ଥିଲେ।
Email: harigurudas123@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri