ମେ’ ୨୪ ପର୍ଯ୍ୟନ୍ତ ବଢ଼ିଲା ଅକରପଦା କଣ୍ଟେନମେଣ୍ଟ ଜୋନ ଅବଧି

ଯାଜପୁର ଅଫିସ,୧୦।୫- କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୬୯୦/୯।୫।୨୦୨୦ରେ ଦଶରଥପୁର ବ୍ଲକ ଅକରପଦା କଣ୍ଟେନମେଣ୍ଟ ଜୋନକୁ ଆସନ୍ତା ୨୪ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିରେ କଟିକଟା, ବିରଜାପୁର, ମହାନ୍ତିପାଟଣା, ଅକରପଦା ଓ ଦେଓପଡା ଗ୍ରାମକୁ ଅର୍ନ୍ତଭୁକ୍ତ କରାଯାଇଛି। ପରୀକ୍ଷାରେ ତତ୍ପରତା, ସ୍ବାବ ସଂଗ୍ରହ, ସାମାଜିକ ଦୂରତା ବଜାୟ ଆଦି କାର୍ଯ୍ୟ ସମ୍ପାଦନ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ ଦାସ ତାଙ୍କ ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଉପରୋକ୍ତ ଅଞ୍ଚଳଗୁଡିକୁ ଗତ ୨୬ ତାରିଖରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା।