ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ ଶୀର୍ଷସ୍ତରରେ ପହଞ୍ଚତ୍ବ ଏବଂ ଧୀରେ ଧୀରେ ହ୍ରାସ ପାଇବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିିଶ୍ୱସ୍ତରୀୟ କନସଲ୍‌ଟାଣ୍ଟ ଫାର୍ମ ‘ପ୍ରୋଟିଟି’ ସହାୟତାରେ ଟାଇମ୍ସ ନେଟୱର୍କ ଦ୍ୱାରା କରାଯାଇଥିବା ଏହି ସର୍ଭେ ରିପୋର୍ଟରେ ୩ଟି ଭିନ୍ନ ସମ୍ଭାବ୍ୟ ସ୍ଥିତିର ଚିିତ୍ର ଆଙ୍କିଛି। ଏଥିରେ ଆକଳନ କରାଯାଇଛି ଯେ, ମେ ୨୨ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ହଜାର ଟପିପାରେ।
କରୋନା ଭାଇରସ୍‌ର ଅଗ୍ରଗତି ସମ୍ପର୍କରେ ପୂର୍ବାନୁମାନ କରିବା ପାଇଁ ସର୍ଭେ ଟିମ୍‌ ୩ଟିି ମଡେଲ ପ୍ରସ୍ତୁତ କରିଥିଲା। ତାହା ହେଲା ପର୍ସଣ୍ଟେଇଜ୍‌ ମଡେଲ, ଟାଇମ୍‌ ସିରିଜ୍‌ ମଡେଲ ଏବଂ ସସ୍‌ସେପ୍ଟିବଲ ଏକ୍ସପୋଜଡ୍‌ ଇନ୍‌ଫେକ୍ଟେଡ୍‌ ରିକଭର୍ଡ (ଏସ୍‌ଇଆଇଆର୍‌) ମଡେଲ। ପ୍ରତ୍ୟେକ ମଡେଲରୁ ଏକ ଆକଳନ ସାମ୍ନାକୁ ଆସିଥିଲା। ବିଭିନ୍ନ ଅବସ୍ଥାରେ ଏହି ମହାମାରୀର ପ୍ରକୋପ କିପରି ହୋଇପାରେ, ସରକାର ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଏହି ସଙ୍କଟକୁ କିପରି ମୁକାବିଲା କରିପାରିବେ ସେ ସମ୍ପର୍କରେ ସେଥିରୁ ସୂଚନା ମିଳିଥିଲା।
ପର୍ସଣ୍ଟେଇଜ୍‌ ମଡେଲ ଦ୍ୱାରା ଇଟାଲୀ ଏବଂ ଆମେରିକାରେ କରୋନା ବ୍ୟାପିବା ଧାରାକୁ ଅନୁଧ୍ୟାନ କରାଯାଇ ସେହି ଆଧାରରେ ଭାରତରେ ଏହି ସଂକ୍ରମଣର ସ୍ଥିତି ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ଟାଇମ ସିରିଜ ମଡେଲ ଦ୍ୱାରା ଚାଇନା ଏବଂ ଦକ୍ଷିଣ କୋରିଆର ସମୟ ଅବଧି ମଧ୍ୟରେ ତଥ୍ୟକୁ ବିଚାରକୁ ନିଆଯାଇ ତାହାକୁ ଭାରତର ସ୍ଥିତି ଅଧ୍ୟୟନ ପାଇଁ ବ୍ୟବହାର କରାଯାଇଛି। ସେହିପରି ଏସ୍‌ଇଆଇଆର୍‌ ମଡେଲ ଭୂତାଣୁର ପୁନଃଉତ୍ପନ୍ନ ହାରକୁ ଆକଳନ କରିଛି। ଜଣେ କରୋନା ରୋଗୀ ହାରାହାରି କେତେଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି ସେ ନେଇ ଏସ୍‌ଇଆଇଆର୍‌ ମଡେଲ ଅନୁଧ୍ୟାନ କରିଛି। ୩ ମଡେଲରୁ ଏହି ମହାମାରୀ ପ୍ରକୋପ ପାଇଁ ୬ଟି ଅନୁମାନ କରାଯାଇଛି। ସେଥିରୁ ସଙ୍କେତ ମିଳୁଛି ଯେ, କେବେ ଲକ୍‌ଡାଉନ୍‌ ଉଠାଇବା ସୁରକ୍ଷିତ ହେବ।
ଭାରତରେ କରୋନା ସଂକ୍ରମଣ କେବେ ବିଲୋପ ହେବ ସେ ନେଇ ସର୍ଭେ ରିପୋର୍ଟରେ ୨ଟି ଦୃଶ୍ୟପଟ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ପ୍ରଥମରେ, ଯଦି ଲକ୍‌ଡାଉନ୍‌ ମେ ୩ ପରେ ବଢ଼ାଯାଏ ତା’ହେଲେ ଭୂତାଣୁର ପୁନଃଉତ୍ପନ୍ନ ହାର ୦.୮ ରହିବ। ଅର୍ଥାତ୍‌ ଜଣେ କରୋନା ରୋଗୀଙ୍କ ଦ୍ୱାରା ଅନ୍ୟ ୦.୮ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ। ଏଭଳି କ୍ଷେତ୍ରରେ ଯଦି ମେ ୧୫ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଏ ତା’ହେଲେ ରୋଗୀଙ୍କ ସଂଖ୍ୟା ଶୂନରେ ପହଞ୍ଚତ୍ବା ପାଇଁ ସେପ୍ଟେମ୍ବର ୧୫ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଦ୍ୱିତୀୟରେ, ଯଦି ଲକ୍‌ଡାଉନ୍‌ ଅବଧି ମେ ୩୦ ଯାଏ ବୃଦ୍ଧି କରାଯିବ ତା’ହେଲେ ଜୁନ୍‌ ମଧ୍ୟଭାଗ ସୁଦ୍ଧା ରୋଗୀଙ୍କ ସଂଖ୍ୟା ଶୂନକୁ ଖସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri