ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ ଶୀର୍ଷସ୍ତରରେ ପହଞ୍ଚତ୍ବ ଏବଂ ଧୀରେ ଧୀରେ ହ୍ରାସ ପାଇବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିିଶ୍ୱସ୍ତରୀୟ କନସଲ୍‌ଟାଣ୍ଟ ଫାର୍ମ ‘ପ୍ରୋଟିଟି’ ସହାୟତାରେ ଟାଇମ୍ସ ନେଟୱର୍କ ଦ୍ୱାରା କରାଯାଇଥିବା ଏହି ସର୍ଭେ ରିପୋର୍ଟରେ ୩ଟି ଭିନ୍ନ ସମ୍ଭାବ୍ୟ ସ୍ଥିତିର ଚିିତ୍ର ଆଙ୍କିଛି। ଏଥିରେ ଆକଳନ କରାଯାଇଛି ଯେ, ମେ ୨୨ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ହଜାର ଟପିପାରେ।
କରୋନା ଭାଇରସ୍‌ର ଅଗ୍ରଗତି ସମ୍ପର୍କରେ ପୂର୍ବାନୁମାନ କରିବା ପାଇଁ ସର୍ଭେ ଟିମ୍‌ ୩ଟିି ମଡେଲ ପ୍ରସ୍ତୁତ କରିଥିଲା। ତାହା ହେଲା ପର୍ସଣ୍ଟେଇଜ୍‌ ମଡେଲ, ଟାଇମ୍‌ ସିରିଜ୍‌ ମଡେଲ ଏବଂ ସସ୍‌ସେପ୍ଟିବଲ ଏକ୍ସପୋଜଡ୍‌ ଇନ୍‌ଫେକ୍ଟେଡ୍‌ ରିକଭର୍ଡ (ଏସ୍‌ଇଆଇଆର୍‌) ମଡେଲ। ପ୍ରତ୍ୟେକ ମଡେଲରୁ ଏକ ଆକଳନ ସାମ୍ନାକୁ ଆସିଥିଲା। ବିଭିନ୍ନ ଅବସ୍ଥାରେ ଏହି ମହାମାରୀର ପ୍ରକୋପ କିପରି ହୋଇପାରେ, ସରକାର ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଏହି ସଙ୍କଟକୁ କିପରି ମୁକାବିଲା କରିପାରିବେ ସେ ସମ୍ପର୍କରେ ସେଥିରୁ ସୂଚନା ମିଳିଥିଲା।
ପର୍ସଣ୍ଟେଇଜ୍‌ ମଡେଲ ଦ୍ୱାରା ଇଟାଲୀ ଏବଂ ଆମେରିକାରେ କରୋନା ବ୍ୟାପିବା ଧାରାକୁ ଅନୁଧ୍ୟାନ କରାଯାଇ ସେହି ଆଧାରରେ ଭାରତରେ ଏହି ସଂକ୍ରମଣର ସ୍ଥିତି ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ଟାଇମ ସିରିଜ ମଡେଲ ଦ୍ୱାରା ଚାଇନା ଏବଂ ଦକ୍ଷିଣ କୋରିଆର ସମୟ ଅବଧି ମଧ୍ୟରେ ତଥ୍ୟକୁ ବିଚାରକୁ ନିଆଯାଇ ତାହାକୁ ଭାରତର ସ୍ଥିତି ଅଧ୍ୟୟନ ପାଇଁ ବ୍ୟବହାର କରାଯାଇଛି। ସେହିପରି ଏସ୍‌ଇଆଇଆର୍‌ ମଡେଲ ଭୂତାଣୁର ପୁନଃଉତ୍ପନ୍ନ ହାରକୁ ଆକଳନ କରିଛି। ଜଣେ କରୋନା ରୋଗୀ ହାରାହାରି କେତେଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି ସେ ନେଇ ଏସ୍‌ଇଆଇଆର୍‌ ମଡେଲ ଅନୁଧ୍ୟାନ କରିଛି। ୩ ମଡେଲରୁ ଏହି ମହାମାରୀ ପ୍ରକୋପ ପାଇଁ ୬ଟି ଅନୁମାନ କରାଯାଇଛି। ସେଥିରୁ ସଙ୍କେତ ମିଳୁଛି ଯେ, କେବେ ଲକ୍‌ଡାଉନ୍‌ ଉଠାଇବା ସୁରକ୍ଷିତ ହେବ।
ଭାରତରେ କରୋନା ସଂକ୍ରମଣ କେବେ ବିଲୋପ ହେବ ସେ ନେଇ ସର୍ଭେ ରିପୋର୍ଟରେ ୨ଟି ଦୃଶ୍ୟପଟ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ପ୍ରଥମରେ, ଯଦି ଲକ୍‌ଡାଉନ୍‌ ମେ ୩ ପରେ ବଢ଼ାଯାଏ ତା’ହେଲେ ଭୂତାଣୁର ପୁନଃଉତ୍ପନ୍ନ ହାର ୦.୮ ରହିବ। ଅର୍ଥାତ୍‌ ଜଣେ କରୋନା ରୋଗୀଙ୍କ ଦ୍ୱାରା ଅନ୍ୟ ୦.୮ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ। ଏଭଳି କ୍ଷେତ୍ରରେ ଯଦି ମେ ୧୫ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଏ ତା’ହେଲେ ରୋଗୀଙ୍କ ସଂଖ୍ୟା ଶୂନରେ ପହଞ୍ଚତ୍ବା ପାଇଁ ସେପ୍ଟେମ୍ବର ୧୫ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଦ୍ୱିତୀୟରେ, ଯଦି ଲକ୍‌ଡାଉନ୍‌ ଅବଧି ମେ ୩୦ ଯାଏ ବୃଦ୍ଧି କରାଯିବ ତା’ହେଲେ ଜୁନ୍‌ ମଧ୍ୟଭାଗ ସୁଦ୍ଧା ରୋଗୀଙ୍କ ସଂଖ୍ୟା ଶୂନକୁ ଖସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri