ଗଣତନ୍ତ୍ର ବିରୋଧରେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ

ନୂଆଦିଲ୍ଲୀ,୨୩ା୪: ଜୋସ୍‌ ଓର୍ଟେଗା ଓ୍ବାଇ ଗାସେଟ୍‌ ହେଉଛନ୍ତି (୧୮୮୩-୧୯୫୫) ବିଂଶ ଶତାବ୍ଦୀର ବହୁଳ ଭାବେ ବିସ୍ମୃତ ବିଚାରକ। ସ୍ପେନ୍‌ର ଏହି ରୂଢ଼ି ବିରୋଧୀ ଦାର୍ଶନିକଙ୍କ ସବୁଠୁ ଉତ୍କୃଷ୍ଟ ସାମାଜିକ ବିଜ୍ଞାନ କୃତି ‘ଦି ରିଭୋଲ୍ଟ ଅଫ୍‌ ଦି ମାସେସ୍‌’ରେ ବିଶ୍ୱକୁ ନେଇ ତାଙ୍କର ଭୟ ପ୍ରତିଫଳିତ ହୋଇଛି। ସେହି ବିଶ୍ୱରେ ଉଦାର ବ୍ୟକ୍ତିମାନେ ଉଭାନ ହୋଇଯାଉଛନ୍ତି ଏବଂ ‘ବ୍ୟକ୍ତି ସମୂହ’ର ଆବିର୍ଭାବ ହେଉଛି। ବ୍ୟକ୍ତି ସମୂହ ସମ୍ପର୍କରେ ଓର୍ଟେଗାଙ୍କ ଧାରଣା ଗରିବ, ବଞ୍ଚତ୍ତ ଅଥବା ସର୍ବହରାଙ୍କ ସମାବେଶକୁ ନେଇ ଏକ ଛବି ନୁହେଁ, ବରଂ ସାମାନ୍ୟ ବ୍ୟକ୍ତିମାନଙ୍କର ଏକ ସମୂହ। ଏହି ଗୋଷ୍ଠୀ ନିଜ ପସନ୍ଦ, ସ୍ବାଭାବିକ ପ୍ରବୃତ୍ତି ଓ ମୂଲ୍ୟବୋଧର ସମାନତାକୁ ନେଇ ପରିଚିତ। ଓର୍ଟେଗା ଥିଲେ ଊନବିଂଶ ଶତାବ୍ଦୀରେ ଉଦାର ବିଚାରଧାରାଗୁଡ଼ିକ ବିରୋଧରେ ବିଦ୍ରୋହ କରୁଥିବା ଜନସମୂହର ଜଣେ ଆଦ୍ୟ ସ୍ବର।
ଚଳିତ ଶତାବ୍ଦୀରେ ବଡ଼ଧରଣର ଗଣବିଦ୍ରୋହ ଶକ୍ତିହୀନ ହୋଇ ଥକିପଡ଼ିଛି। ଆମେ ‘ସମ୍ଭ୍ରାନ୍ତମାନଙ୍କ ବିଦ୍ରୋହ’ର ଚରିତ୍ର ଚିତ୍ରଣ କରୁଥିବା ଏକ ଯୁଗରେ ପ୍ରବେଶ କରିଥିବା ପରି ମନେହେଉଛି। ଏହି ବିଦ୍ରୋହୀ ସମ୍ଭ୍ରାନ୍ତମାନେ ହେଉଛନ୍ତି ସେହିମାନେ, ଯିଏ ନରେନ୍ଦ୍ର ମୋଦି, ଡୋନାଲ୍ଡ ଟ୍ରମ୍ପ୍‌, ରେସେପ ତାୟିପ୍‌ ଏର୍ଡୋଗାନ, ଜୈର୍‌ ବୋଲସୋନାରୋ, ବୋରିସ୍‌ ଜନ୍‌ସନ ଓ ଭିକ୍ଟର ଓର୍ବାନଙ୍କ ନୂଆ ଏକତନ୍ତ୍ରକୁ ସମର୍ଥନ ପ୍ରୋତ୍ସାହନ ଦେଇ ତୋଷାମଦିରେ ବିଶ୍ୱାସ କରନ୍ତି। ଏହି ଧାରାରେ ‘ଉପରଠାଉରିଆ ଜନବାଦୀ’ ବ୍ୟବସ୍ଥା ପ୍ରତିଷ୍ଠା କରିଥିବା ଆହୁରି ଅନେକେ ଯୋଡ଼ିହୋଇଛନ୍ତି। ଏହି ବ୍ୟବସ୍ଥାରେ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରରୁ ଗଣପ୍ରସ୍ଥାନ ନିମନ୍ତେ ଏକ ନିର୍ବାଚନୀ ଅସ୍ତ୍ର।

ଏଠାରେ ପ୍ରଶ୍ନ ଉଠେ ଏହି ନିରଙ୍କୁଶ ଉଚ୍ଚବର୍ଗର ବ୍ୟବହାରକୁ କାହିଁକି ଲୁଟେରା ପୁଞ୍ଜିବାଦ, ପକ୍ଷପାତ, ନବଉଦାରବାଦର ଛଦ୍ମବେଶ ପରିବର୍ତ୍ତେ ଏକ ‘ବିଦ୍ରୋହ’ର ଆଖ୍ୟା ଦିଆଯାଉଛି। କିଏ ଏହି ସମ୍ଭାନ୍ତମାନେ ଓ କାହା ବିରୋଧରେ ବିଦ୍ରୋହ କରୁଛନ୍ତି ଏମାନେ?
ପ୍ରଥମତଃ ସେମାନେ ଅନ୍ୟ ସମସ୍ତ ଉଚ୍ଚ ଗୋଷ୍ଠୀଙ୍କ ବିରୋଧରେ ବିଦ୍ରୋହ କରୁଛନ୍ତି, ଯାହାଙ୍କୁ ସେମାନେ ତିରସ୍କାର, ଘୃଣା ଓ ଭୟ କରନ୍ତି। ଏହି ଗୋଷ୍ଠୀ ମଧ୍ୟରେ ରହିଛନ୍ତି, ଉଦାରବାଦୀ, ମିଡିଆ, ଧର୍ମନିରପେକ୍ଷ ଓ ସାର୍ବଜନୀନବାଦୀ, ହାର୍ଭାର୍ଡ ଏଲିଟ୍ସ, ଡବ୍ଲ୍ୟୁଏଏସ୍‌ପି ଏଲିଟ୍ସ, ପୁରୁଣା ଅର୍ଥନୈତିକ ବର୍ଗ, ବୁଦ୍ଧିଜୀବୀ, କଳାକାର ଓ ଶିକ୍ଷାବିତ୍‌ (ଯାହାଙ୍କୁ ଭିନ୍ନ ଜାତୀୟ ଜନବାଦୀମାନେ ବୋକା ବୋଲି ବିବେଚନା କରନ୍ତି)। ତେଣୁ ଏହା ଏପରି ଏକ ଏଲିଟ୍‌ , ଯାହା ନିଜ ସମ୍ଭ୍ରାନ୍ତବାଦକୁ ନେଇ ଛଦ୍ମ ଚାଦର ଘୋଡ଼ିହୋଇଛି ସ୍ବ ସମ୍ଭ୍ରାନ୍ତବାଦ ବିରୋଧୀ ରୂପରେ। ଦ୍ୱିତୀୟରେ ଏହି ବିଦ୍ରୋହ ସେମାନଙ୍କ ବିରୋଧରେ ଉଦ୍ଦିଷ୍ଟ, ଯେଉଁମାନେ ବାସ୍ତବ ସମ୍ଭ୍ରାନ୍ତଙ୍କୁ ପ୍ରତ୍ୟାଖ୍ୟାନ କରି ବେଆଇନ ଭାବେ କ୍ଷମତା ଅକ୍ତିଆର କରିଥିବା ବିବେଚନା କରାଯାଉଛି। ସେମାନଙ୍କ ମଧ୍ୟରେ ଆମେରିକାର କୃଷ୍ଣକାୟ, ଭାରତର ଧର୍ମନିରପେକ୍ଷ, ବ୍ରାଜିଲର ବାମପନ୍ଥୀ ଏବଂ ଏଲ୍‌ଜିବିଟି ସମୁଦାୟ, ରୁଷିଆର ଅସନ୍ତୁଷ୍ଟ, ଏନ୍‌ଜିଓ, ଖବରଦାତା ଅନ୍ତର୍ଭୁକ୍ତ। ସେହିପରି ତୁର୍କୀର ଧାର୍ମିକ, ସାଂସ୍କୃତିକ ଓ ଆର୍ଥିକ ସଂଖ୍ୟାଲଘୁ, ବ୍ରିଟେନର ପ୍ରବାସୀ, ଶ୍ରମିକ ଓ ଟ୍ରେଡ୍‌ ୟୁନିୟନ୍‌ ନେତା ମଧ୍ୟ ଏଥିରେ ସାମିଲ ଅଛନ୍ତି। ଏହା ନିଜକୁ ପ୍ରକୃତ ସମ୍ଭ୍ରାନ୍ତ ବୋଲି ବିବେଚନା କରୁଥିବା ଗୋଷ୍ଠୀଙ୍କ ବିଦ୍ରୋହ ସେହିମାନଙ୍କ ବିରୋଧରେ, ଯେଉଁମାନଙ୍କୁ ସେମାନେ ଦଖଲକାରୀ ବା ମିଥ୍ୟା ଏଲିଟ୍ସ ବୋଲି ବିବେଚନା କରନ୍ତି। ତୃତୀୟରେ ନବସମ୍ଭ୍ରାନ୍ତଙ୍କ ବିଦ୍ରୋହ ହେଉଛି ସେମାନଙ୍କୁ ଉଦାର ଗଣତନ୍ତ୍ରର ଯୁଗରେ ବାନ୍ଧିରଖିଥିବା ଶୃଙ୍ଖଳ ବିରୋଧରେ। ସେମାନେ ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ୱକୁ ଘୃଣା କରନ୍ତି। ନିୟନ୍ତ୍ରଣ ଓ ସନ୍ତୁଳନକୁ ଘୃଣା କରନ୍ତି, ଯାହାକୁ ସେମାନେ ନିଜ ନିରଙ୍କୁଶ କାର୍ଯ୍ୟଧାରାର ସ୍ବାଧୀନତା ଉପରେ ବେଆଇନ କଟକଣା ବୋଲି ବିବେଚନା କରନ୍ତି। ସେମାନେ ସମସ୍ତ ପ୍ରକାର ନିୟମକୁ ଘୃଣା କରନ୍ତି ବିଶେଷକରି କର୍ପୋରେଟ ବିଶେଷାଧିକାରକୁ, ଯାହାକୁ ସେମାନେ ନିଜ ବ୍ୟକ୍ତିଗତ ପରିସୀମାର ପୁଞ୍ଜିବାଦ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଧରିନେଇଛନ୍ତି। ଏହାବାଦ ସେମାନେ ସାମଗ୍ରିକ ତର୍କ ଓ ଧୈର୍ଯ୍ୟରେ ବିଶ୍ୱାସ ରଖୁଥିବାରୁ ବିଚାରବିମର୍ଶ ଓ ପ୍ରକ୍ରିୟାଗତ ଯୁକ୍ତିଯୁକ୍ତତାକୁ ଘୃଣା କରନ୍ତି। ନିଜ ବନ୍ଧୁମାନଙ୍କ ଦ୍ୱାରା ବ୍ୟବସ୍ଥାପିକା ଓ ନ୍ୟାୟପାଳିକାକୁ ନିୟନ୍ତ୍ରଣ ବ୍ୟତୀତ ସେମାନେ କ୍ଷମତା ବିଭାଜନରେ ବିଶ୍ୱାସ କରନ୍ତି ନାହିଁ। ଏହାର ତାତ୍ପର୍ଯ୍ୟ ହେଉଛି ଏହା ଗଣତନ୍ତ୍ର ବିରୋଧରେ ନବସମ୍ଭ୍ରାନ୍ତମାନଙ୍କ ବିଦ୍ରୋହ। କିନ୍ତୁ ଅନୁଧ୍ୟାନଯୋଗ୍ୟ ବିଷୟ ହେଉଛି ଏହି ବିଦ୍ରୋହ କରାଯାଉଛି ଲୋକଙ୍କ ନାମରେ। ଅନ୍ୟ ଭାଷାରେ ଜନସାଧାରଣଙ୍କ ଆଧୁନିକ ବିଚାର ଗଣତନ୍ତ୍ରର ବିଚାରଠାରୁ ସମ୍ପୂର୍ଣ୍ଣ ଭାବେ ବିଚ୍ୟୁତ ହୋଇଯାଇଛି। ଏହା ରାଷ୍ଟ୍ରନୀତି ବା ଅର୍ଥନୀତିରେ ମୌଳିକ ପରିବର୍ତ୍ତନ ଉଦ୍ଦେଶ୍ୟରେ ବିପ୍ଳବ ନୁହେଁ, ବରଂ କ୍ଷମତା ଦଖଲ ନିମନ୍ତେ ଏକ ବିଦ୍ରୋହ। ଏହା ଅନ୍ୟ ଜଣେ ସମ୍ଭ୍ରାନ୍ତଙ୍କୁ ହଟାଇବା ଲାଗି ଜଣେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ। କେତେକ ସମାଜ ବିଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉଠା ନ ଗଲେ ଏସବୁ ମୋଟାମୋଟି ଭାବେ ସାଧାରଣ ଓ ପରିଚିତ ବୋଲି ବୋଲି ଦୃଶ୍ୟମାନ ହେବ। ଏହି ନବ ସମ୍ଭ୍ରାନ୍ତର ବୈଶିଷ୍ଟ୍ୟ କ’ଣ? ଏହାର ପ୍ରବେଶ ସର୍ତ୍ତକୁ କିଏ ପରିଭାଷିତ କରେ? ଏହା ସପକ୍ଷରେ କିଏ ଯୁକ୍ତି ବାଢ଼ନ୍ତି? ଏହାର ସାମାଜିକ ଭିତ୍ତିଭୂମି କ’ଣ? ଏହି ପ୍ରଶ୍ନଗୁଡ଼ିକ ଆମକୁ ତ୍ୱରିତ ଭାବେ ନିର୍ଦ୍ଦିଷ୍ଟ ସମାଜ ଓ ରାଷ୍ଟ୍ର ନିକଟକୁ ନେଇଯାଏ।
ଆମେରିକା କଥା ବିଚାର କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯେଉଁ ଏଲିଟ ସମ୍ପର୍କରେ କୁହନ୍ତି, ତାହାର ପୃଷ୍ଠଭୂମି ଏହିପରି: ସେମାନେ ଅଧିକ ଶିକ୍ଷିତ ନୁହନ୍ତି, ସେମାନେ ମୋବାଇଲ୍‌ ଉଦ୍ୟୋକ୍ତା ଓ ରାଜନେତା, ସେମାନେ ରିପବ୍ଲିକାନ୍‌ ସିନେଟର ଶାସକ। ସେମାନେ ଅତ୍ୟଧିକ ଗୌରବୋନ୍ମାଦ ପୀଡ଼ିତ ନବ-ଫାସିବାଦୀ ସିଇଓ(ସିଲିକନ୍‌ ଭ୍ୟାଲିର ପିଟଲ ଥିଏଲଙ୍କ ଭଳି), ସଂଖ୍ୟାଗରିଷ୍ଠ ଟିଭି ଓ ରେଡିଓ ମିଡିଆ ଏବଂ ବୈଷମ୍ୟବାଦୀଙ୍କ ବିସ୍ତୃତ ନେଟ୍‌ଓ୍ବର୍କ ତଥା ଲୋଭୀ ପାଦ୍ରୀ ଓ ଦାତା। ସମ୍ପ୍ରତି ଭାରତରେ ଚାଲିଥିବା ଶାସନର ଏଲିଟମାନଙ୍କୁ ନେଇ ମଧ୍ୟ ସମାନ ଚିତ୍ର ଅଙ୍କାଯାଇପାରେ, ଯେଉଁଠି ନିର୍ବାଚନକୁ ଛାଡ଼ିଦେଲେ ପ୍ରତ୍ୟେକ ଗଣତାନ୍ତ୍ରିକ ସଂସ୍ଥା ଖୋଲାଖୋଲି ଭାବେ ତିରସ୍କୃତ। ଏଠାରେ ଅର୍ଦ୍ଧଶିକ୍ଷିତ ଅର୍ଥନୀତିଜ୍ଞ, କ୍ୟାରିୟର ଠକ, ଲବି କରି ଭ୍ରଷ୍ଟାଚାରରେ ସାମିଲ ଏକଚାଟିଆ କାରବାର କରୁଥିବା ଚୋରତାନ୍ତ୍ରିକ ବିଜିନେସ୍‌ ଟାଇକୁନ ଏବଂ ନିର୍ଲଜ ଦାଗୀ ରାଜନେତାଙ୍କ ଅଭାବ ନାହିଁ। ଏହି ଏଲିଟ୍‌ର ବିଦ୍ରୋହ ପ୍ରତ୍ୟେକ ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ଉଦ୍ଦିଷ୍ଟ, ଯେଉଁମାନେ ନେହେରୁବାଦୀ ସମାଜବାଦ, ଧର୍ମନିରପେକ୍ଷତା ଓ ବହୁଳବାଦ ସହ ଜଡ଼ିତ।
ଟ୍ରମ୍ପ୍‌ଙ୍କ ଏଲିଟ୍‌ ପାର୍ଟନରମାନଙ୍କ ଭଳି ଏହା ଏକ ସୁବିଧାବାଦୀ ଏଲିଟ୍‌, ଯାହା ସମସ୍ତ ପ୍ରକାର ସଂସ୍ଥାଗତ ଢାଞ୍ଚାକୁ ଅବମାନନା କରିବା ପାଇଁ ଉଦ୍ୟତ। ଅନୁରୂପ ଭାବେ ଏର୍ଡୋଗାନ, ପୁଟିନ ଓ ବୋଲ୍‌ସୋନାରୋଙ୍କ ବିଦ୍ରୋହୀ ସମ୍ଭ୍ରାନ୍ତମାନଙ୍କ ମଧ୍ୟ ସମାନ ପ୍ରୋଫାଇଲ ଥାଇପାରେ। ସେହିପରି ହଙ୍ଗେରିରେ ନିକଟରେ ଓର୍ବାନ ନିଜର ନିରଙ୍କୁଶ କ୍ଷମତା ଜାହିର କରିଛନ୍ତି। କୋଭିଡ୍‌-୧୯କୁ ନେଇ ବର୍ତ୍ତମାନ ଦେଖାଦେଇଥିବା ସଙ୍କଟ ପରିପ୍ରେକ୍ଷୀରେ ଟ୍ରମ୍ପ୍‌ ତାଙ୍କୁ ସମର୍ଥନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଊଣାଅଧିକେ ଭାରତୀୟ ସମ୍ବିଧାନ ଊର୍ଦ୍ଧ୍ୱରେ ବୋଲି ଘୋଷଣା ପୂର୍ବକ ବୋଲସୋନାରୋ, ଟ୍ରମ୍ପ୍‌ ଓ ନେତାନ୍ୟାହୁଙ୍କ ସହ ସାମିଲ ହୋଇ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରିଛନ୍ତି। କଶ୍ମୀରରେ ଦମନମୂଳକ ନୀତି ଆପଣାଇ ଜେଲରେ ପୂରାଇବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଏହି ସମସ୍ତ କ୍ଷେତ୍ରରେ ଉପରୋକ୍ତ ନେତାମାନେ ନିଜ ସମର୍ଥକମାନଙ୍କ ନେଟ୍‌ଓ୍ବର୍କକୁ ବିଶ୍ୱାସ କରନ୍ତି। ଯେଉଁମାନେ ଏହି ସୁପ୍ରିମ ଲିଡରଙ୍କ ସହ ଏକମତ ସେମାନେ ହିଁ ତିଷ୍ଠି ରହିବା ପାଇଁ ସୁଯୋଗ ପାଉଥିବା ଅନେକ ବିଶ୍ଳେଷକ ସମାଲୋଚନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri