ମେ ମାସରେ ବଡ଼ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ସଙ୍ଗଠନକୁ ସରକାରଙ୍କ ଠାରୁ ଦାବି ହାସଲ କରିବା ସକାଶେ ଯେତିକି ଜନଶକ୍ତିର ଆବଶ୍ୟକତା ଅଛି ପାଣ୍ଠିର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଏଣୁ ଗୋଟିଏ ମାସରେ ସମସ୍ତ ଛାମୁଆ କର୍ମୀ, ବ୍ଲକ ସଂଯୋଜକ ଏବଂ ଜିଲା ସଂଯୋଜକ ପ୍ରତି ଗ୍ରାମରୁ ପାଣ୍ଠି ସଂଗ୍ରହ କରିବେ। ମେ ମାସରେ ଆନ୍ଦୋଳନ କରାଯିବ। ଏହା ପୂର୍ବରୁ ରାଜ୍ୟ କମିଟି ନିକଟରେ ୨ କୋଟି ଟଙ୍କା ଜମା କରିବାକୁ ପ୍ରସ୍ତାବ ରଖିଛନ୍ତି। ପ୍ରତ୍ୟେକ ଦିନ ୧୦୦ ବ୍ଲକରେ ୧୦୦ଜଣ କର୍ମକର୍ତ୍ତା ଏହି କାମ କରିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି। ସେହିପରି ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ପ୍ରସ୍ତାବ ରଖି କହିଛନ୍ତି, ଧାନ ସଂଗ୍ରହ କରିବାରେ କଟକଣା ନ କରି ସମସ୍ତ ବଳକା ଧାନ ସଂଗ୍ରହ କରିବାକୁ ଦାବି କରିଛନ୍ତି। ଅକ୍ଷୟ କୁମାର କହିଛନ୍ତି, ମେ ମାସ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଣ୍ଣାୟକ ଆନ୍ଦୋଳନ କରାଯିବ। ବିଭିନ୍ନ ସମୟରେ ଚାଷୀଙ୍କ ଲାଗି ମିଥ୍ୟା ଘୋଷଣା କରାଯାଉଛି। ଆସନ୍ତା ଦିନରେ ହେବାକୁ ଥିବା ଆନ୍ଦୋଳନରେ ଅତି କମ୍‌ରେ ୫ଲକ୍ଷ ଚାଷୀ ଅହିଂସାତ୍ମକ ଆନ୍ଦୋଳନରେ ଯୋଗଦେବେ ବୋଲି ସେ କହିଛନ୍ତି। ସରକାରଙ୍କ ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଅକ୍ଷୟ ଅନଶନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri