ମେଲାଣି ନେଲେ ମା’

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ ଭକ୍ତମାନେ ମା’ଙ୍କୁ ବିଦାୟ ଦେଇଛନ୍ତି। ମା’ଙ୍କ ମେଲାଣି ସହ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ମଙ୍ଗଳବାର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଦଶମୀ ପୂଜା ସରିବା ପରେ ଘଟ ବିସର୍ଜନ କରାଯାଇଥିଲା ଓ ବୁଧବାର ଧୁମ୍‌ଧାମ୍‌ରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଶହୀଦନଗର, ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର ଏବଂ ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଆୟୋଜିତ ଭସାଣି ଉତ୍ସବରେ ପ୍ରାୟ ୧୭୧ ମେଢ଼ ସାମିଲ ହୋଇଥିଲେ। ପୁରୁଣା ଭୁବନେଶ୍ୱର ଭସାଣି କମିଟିର ସମସ୍ତ ମେଢ଼ ଦିନବେଳେ ବିସର୍ଜନ ହୋଇଥିବାବେଳେ ନୟାପଲ୍ଲୀ, ଶହୀଦନଗର ଏବଂ ଉତ୍ତର ଭୁବନେଶ୍ୱର କମିଟିର ସମସ୍ତ ମେଢ଼ ସନ୍ଧ୍ୟାରେ ଶୋଭାଯାତ୍ରାରେ ଯାଇଥିଲେ। କୁଆଖାଇ ଏବଂ ଦୟା ନଦୀପଠାରେ ନିର୍ମିତ ସ୍ବତନ୍ତ୍ର ଦେବୀଗଡ଼ାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା। ସେହିଭଳି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରସୁଲଗଡ଼ ପୂଜାମଣ୍ଡପ କାହା ସହ ସାମିଲ ନ ହୋଇ ସ୍ବତନ୍ତ୍ର ଭାବେ ଶୋଭାଯାତ୍ରାରେ ଯାଇଥିଲା। ସନ୍ଧ୍ୟାରେ ରସୁଲଗଡ଼ର ବିଭିନ୍ନ ଅଞ୍ଚଳ ବୁଲିବା ପରେ ମା’ଙ୍କୁ କୁଆଖାଇ କୂଳରେ ନିର୍ମିତ ଦେବୀଗଡ଼ାରେ ମେଲାଣି ଦିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri