ମେରାଇନ୍‌ ଡ୍ରାଇଭ ମାର୍ଗ ଫଟୋ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୧(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ବହୁତ କ୍ଷତି ସାଧନ କରିଥିଲା। ବିଶେଷ କରି ପୁରୀ ଜିଲାକୁ ବହୁଳ କ୍ଷତି ପହଞ୍ଚାଇଥିଲା। ପର୍ଯ୍ୟଟନର ପ୍ରଶସ୍ତ ମାର୍ଗ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାଲୁଖଣ୍ଡର ହଜାର ହଜାର ଗଛ ଉପୁଡିଯିବା ସହ ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହୋଇଥିଲା। ହେଲେ ଏହି ଝଡର ପ୍ରାୟ ୮ ମାସ ପରେ ଏହି ମାର୍ଗ ପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଛି। ଏହି ମାର୍ଗର ଏକ ସୁନ୍ଦର ଫଟୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର୍‌ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି। କୌଣସି ଝଡକୁ ସମ୍ମୁଖୀନ ହୋଇ ପୁଣି ଉଠିବାର ସାମର୍ଥ୍ୟ ଓଡ଼ିଶା ଜନସାଧାରଣଙ୍କ ଅଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।