‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’:ରିୟୁନିୟନ୍‌ରୁ ଲକ୍‌ଜୁରିୟସ୍‌ ଷ୍ଟେ’

ସସ୍ମିତା ପାଇକରାୟଭୁବନେଶ୍ୱର,୧୭ା୧୨(ବ୍ୟୁରୋ):କାହାପାଇଁ ଏହା ବ୍ୟାଚ୍‌ ରିୟୁନିୟନ୍‌ ଲାଗି ଡେଷ୍ଟିନେଶନ ତ କାହାପାଇଁ ଲକ୍‌ଜୁରିୟସ୍‌ ହଲିଡେ’ ଡେଷ୍ଟିନେଶନ। ଫେଭରାଇଟ୍‌ କପୁଲ୍‌ ଗୋଲ୍‌ ସେଲ୍‌ଫି ହେଉ କି ଚନ୍ଦ୍ରଭାଗାର ଧଳାବାଲିରେ ରାତି ବିତାଇବାର ନିଆରା ଅନୁଭୂତି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ପୂର୍ବ ଭାରତର ପ୍ରଥମ ‘ଗ୍ଲାମର୍ସ କ୍ୟାମ୍ପିଂ’ ଉତ୍ସବ ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’ ରାଜ୍ୟ ଏବଂ ଦେଶ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଆଣିଦେଉଛି କିଛି ଏଭଳି ଅନୁଭୂତି। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢ଼ି କୋଣାର୍କର ବିସ୍ତୀର୍ଣ୍ଣ ବେଳାଭୂମିରେ ନିଜ ବନ୍ଧୁ ପରିଜନଙ୍କ ସହ କିଛି ହାଲ୍‌କା ମୁହୂର୍ତ୍ତ ବିତାଇବାକୁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ। ସୁସ୍ବାଦୁ ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରାସେଲିଂ, ବାନାନା ରାଇଡ୍‌ ଓ ବିଚ୍‌ ଭଲିବଲ୍‌ ଭଳି ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର୍‌ ଓ ଓ୍ବାଟର୍‌ ସ୍ପୋର୍ଟସର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଯୁବ, ବୟସ୍କ ତଥା ସବୁବର୍ଗର ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଇକୋ-ରିଟ୍ରିଟ୍‌।

ତାରକାଖଚିତ ‘ମ୍ୟୁଜିକାଲ ନାଇଟ୍‌’

ୟୁଫୋରିଆରୁ ଆରମ୍ଭ କରି ଇଣ୍ଡିଆନ୍‌ ଓସେନ୍‌ ପର୍ଯ୍ୟନ୍ତ। ମାମେ ଖାନ୍‌ଙ୍କ ଠାରୁ ବେନୀ ଦୟାଲ୍‌ଙ୍କ ପର୍ଯ୍ୟନ୍ତ। ଇକୋ ରିଟ୍ରିଟ୍‌ ପରିସରରେ ଥିବା ସ୍ବତନ୍ତ୍ର ଷ୍ଟେଜ୍‌ରେ ସାର ଆକର୍ଷଣ ସାଜୁଛି ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ଲୋକକଳା ଓ ନୃତ୍ୟ, ସଙ୍ଗୀତର ଝଲକ ଦେବାକୁ ପ୍ରତି ସନ୍ଧ୍ୟାରେ ରାଜ୍ୟର ଖ୍ୟାତନାମା କଳାକାର ଏବଂ ଗ୍ରୁପ୍‌ ଦ୍ୱାରା ଓଡ଼ିଶୀ, ଗୋଟିପୁଅ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ସେହିଭଳି ପ୍ରତି ଶନିବାର ସନ୍ଧ୍ୟାରେ ସ୍ବତନ୍ତ୍ର ମ୍ୟୁଜିକାଲ ନାଇଟ୍‌ ଓ କନସର୍ଟର ଆୟୋଜନ କରାଯାଉଛି। ଦେଶର ବଛା ବଛା ବ୍ୟାଣ୍ଡ୍‌ ଏବଂ ଖ୍ୟାତନାମା କଣ୍ଠଶିଳ୍ପୀମାନେ ଲାଇଭ୍‌ ମ୍ୟୁଜିକ୍‌ ପରିବେଷଣ କରିବାର ବ୍ୟବସ୍ଥା ରହିଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ଦେଶର ଏକ ପ୍ରମୁଖ ଲୋକପ୍ରିୟ ବ୍ୟାଣ୍ଡ୍‌ ‘ୟୁଫୋରିଆ’ ଆକର୍ଷଣ ସାଜିଥିବାବେଳେ ଆସନ୍ତା ଶନିବାର ଅର୍ଥାତ୍‌ ୨୧ ତାରିଖରେ ବ୍ୟାଣ୍ଡ୍‌ ‘ଇଣ୍ଡିଆନ୍‌ ଓସେନ୍‌’ ଲାଇଭ୍‌ ଶୋ’ କରିବ। ଏହାପରେ ଖ୍ରୀଷ୍ଟମାସ୍‌ ଅବସରରେ ୨୫ ତାରିଖରେ ବଲିଉଡ୍‌ର ଲୋକପ୍ରିୟ ସୁଫି ଗାୟିକା ହର୍ଷଦୀପ୍‌ କୌର୍‌, ୩୦ରେ ମାମେ ଖାନ୍‌, ଜାନୁୟାରୀ ୪ରେ ବେନି ଦୟାଲ, ୧୧ରେ ପାପୋନ୍‌, ୧୮ରେ ଦିବ୍ୟ କୁମାର, ୨୩ରେ ସଲିମ ସୁଲେମାନ୍‌ ଏବଂ ୩୧ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ଖୋଦ୍‌ ଓଡ଼ିଶା ମାଟିର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ସଙ୍ଗୀତ ପରିବେଷଣ କରିବେ।

ରିୟୁନିୟନ୍‌ ଡେଷ୍ଟିନେଶନ

ପୁରୁଣା ସ୍ମୃତି ପୁଣିଥରେ ଉଜ୍ଜୀବିତ ହୋଇଛି। କଲେଜ ବେଳର ଛୋଟ ଛୋଟ କଥାକୁ ମନେପକାଇ ଖଟି ଜମୁଛି। ପରସ୍ପର ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ଆଜି ପୁଣିଥରେ ଜୀବନ୍ତ ହୋଇଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏନ୍‌ଆଇଟି), ରାଉରକେଲାର ୧୯୮୯ ବ୍ୟାଚ୍‌ର କିଛି ପୁରାତନ ଛାତ୍ରଙ୍କ ପାଇଁ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ପାଲଟିଥିଲା ଫେଭରାଇଟ୍‌ ରିୟୁନିୟନ୍‌ ଡେଷ୍ଟିନେଶନ୍‌। ରାଜ୍ୟ ଏବଂ ଦେଶ ବାହାରୁ ଆସିଥିବା ଏହି ପୁରାତନ ଛାତ୍ରମାନେ ଏନ୍‌ଆଇଟି ସମୟର ସେହି ପୁରୁଣା ସ୍ମୃତିକୁ ଚନ୍ଦ୍ରଭାଗା ବେଳାଭୂମିରେ ମନେପକାଇ ବେଶ୍‌ ହସଖୁସିରେ ସମୟ କାଟିଥିଲେ। କେବଳ ଏହି ଗ୍ରୁପ୍‌ ନୁହେଁ, ରାଜ୍ୟ ବାହାରୁ ଏଭଳି ଅନେକ ଗ୍ରୁପ୍‌ ଇକୋ ରିଟ୍ରିଟ୍‌କୁ ରିୟୁନିୟନ୍‌ ଡେଷ୍ଟିନେଶନ ଭାବେ ବାଛିଥିବାବେଳେ ସେମାନଙ୍କୁ ଆକର୍ଷଣୀୟ ପ୍ୟାକେଜ୍‌ ସହ ଗ୍ରୁପ୍‌ ବୁକିଂ ଅଫର୍‌ ଯୋଗାଇ ଦେଉଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ନିଜ ସାଙ୍ଗସାଥୀଙ୍କ ସହ ସମୟ ବିତାଇ ହାଲ୍‌କା ମନରେ ଘରକୁ ଫେରିବାବେଳେ ଓଡ଼ିଶା ପର୍ଯ୍ୟଟନର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ସବୁ ବର୍ଗର ପର୍ଯ୍ୟଟକ।

ପର୍ଯ୍ୟଟକଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ
ଇକୋ ରିଟ୍ରିଟ୍‌ ପରିସରରେ ଅସ୍ଥାୟୀ ଭାବେ ନିର୍ମିତ ୪ ରେସ୍ତୋରାଁ ପାରମ୍ପରିକ ଓଡ଼ିଆ ଖାଦ୍ୟରୁ ଆରମ୍ଭ କରି ସମସ୍ତ ପ୍ରକାର ଦେଶୀ, ବିଦେଶୀ ଖାଦ୍ୟ ପରିବେଷଣ କରୁଛନ୍ତି। ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ କଣ୍ଟିନେଣ୍ଟାଲ, ଚାଇନିଜ୍‌, ଇଟାଲିଆନ୍‌ରୁ ଆରମ୍ଭ କରି ଭଳିକିଭଳି ଭାରତୀୟ ଖାଦ୍ୟ ଉପଲବ୍ଧ ଥିଲେ ମଧ୍ୟ ସମସ୍ତେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବାକୁ ଆଗ୍ରହ ଦେଖାଉଛନ୍ତି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହା ପରିସରରେ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଥିବାବେଳେ ଏଠାରେ ଉପଲବ୍ଧ ହେଉଛି ଏଣ୍ଡୁରି ପିଠା, ସ୍ବାସ୍ଥ୍ୟ ପାଇଁ ହିତୋପଯୋଗୀ ମାଣ୍ଡିଆରେ ପ୍ରସ୍ତୁତ ସ୍ବତନ୍ତ୍ର ପିଠା, ମହୁଲପିଠା ଓ ମଣ୍ଡାପିଠା। ଓଡ଼ିଆ ଏବଂ ଅଣଓଡ଼ିଆଙ୍କ ମଧ୍ୟରେ ଏହି ପିଠାର ଚାହିଦା ବେଶ୍‌ ଅଧିକ ଥିବାବେଳେ ବିଭିନ୍ନ ପ୍ରକାର ସମୁଦ୍ର ମାଛ ଏବଂ ଚିଲିକା ଚିଙ୍ଗୁଡ଼ି ଭଜାର ମଧ୍ୟ ଡିମାଣ୍ଡ ରହିଛି। ସେହିଭଳି ମେ’ଫେୟାର ସମେତ ଅନ୍ୟ ତାରକା ହୋଟେଲ ପକ୍ଷରୁ ଏଠାରେ ଇନ୍‌ଡୋର୍‌ ଏବଂ ଓପନ୍‌ ଏୟାର ରେସ୍ତୋରାଁ ରହିଥିବାବେଳେ ଏଠାରେ ମଧ୍ୟ ଗ୍ରାହକଙ୍କ ପସନ୍ଦ ମୁତାବକ ଖାଦ୍ୟ ପରଷାଯାଉଛି। ସ୍ବତନ୍ତ୍ର ଡାଇନିଂ ହଲ୍‌ରେ କେହି କେହି ଏକାଠି ବସି ଖାଇବାକୁ ପସନ୍ଦ କରୁଛନ୍ତି ତ କେହି ନିରୋଳା ବେଳାଭୂମିର ହାଲ୍‌କା ହାଲ୍‌କା ପବନ ଓ ତାରକାଖଚିତ ଆକାଶ ତଳେ ବସି ରୋମାଣ୍ଟିକ୍‌ ଡିନର୍‌ କରିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri