‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’:ରିୟୁନିୟନ୍‌ରୁ ଲକ୍‌ଜୁରିୟସ୍‌ ଷ୍ଟେ’

ସସ୍ମିତା ପାଇକରାୟଭୁବନେଶ୍ୱର,୧୭ା୧୨(ବ୍ୟୁରୋ):କାହାପାଇଁ ଏହା ବ୍ୟାଚ୍‌ ରିୟୁନିୟନ୍‌ ଲାଗି ଡେଷ୍ଟିନେଶନ ତ କାହାପାଇଁ ଲକ୍‌ଜୁରିୟସ୍‌ ହଲିଡେ’ ଡେଷ୍ଟିନେଶନ। ଫେଭରାଇଟ୍‌ କପୁଲ୍‌ ଗୋଲ୍‌ ସେଲ୍‌ଫି ହେଉ କି ଚନ୍ଦ୍ରଭାଗାର ଧଳାବାଲିରେ ରାତି ବିତାଇବାର ନିଆରା ଅନୁଭୂତି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ପୂର୍ବ ଭାରତର ପ୍ରଥମ ‘ଗ୍ଲାମର୍ସ କ୍ୟାମ୍ପିଂ’ ଉତ୍ସବ ‘ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌’ ରାଜ୍ୟ ଏବଂ ଦେଶ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଆଣିଦେଉଛି କିଛି ଏଭଳି ଅନୁଭୂତି। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢ଼ି କୋଣାର୍କର ବିସ୍ତୀର୍ଣ୍ଣ ବେଳାଭୂମିରେ ନିଜ ବନ୍ଧୁ ପରିଜନଙ୍କ ସହ କିଛି ହାଲ୍‌କା ମୁହୂର୍ତ୍ତ ବିତାଇବାକୁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ। ସୁସ୍ବାଦୁ ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରାସେଲିଂ, ବାନାନା ରାଇଡ୍‌ ଓ ବିଚ୍‌ ଭଲିବଲ୍‌ ଭଳି ବିଭିନ୍ନ ପ୍ରକାର ଆଡ୍‌ଭେଞ୍ଚର୍‌ ଓ ଓ୍ବାଟର୍‌ ସ୍ପୋର୍ଟସର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଯୁବ, ବୟସ୍କ ତଥା ସବୁବର୍ଗର ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଇକୋ-ରିଟ୍ରିଟ୍‌।

ତାରକାଖଚିତ ‘ମ୍ୟୁଜିକାଲ ନାଇଟ୍‌’

ୟୁଫୋରିଆରୁ ଆରମ୍ଭ କରି ଇଣ୍ଡିଆନ୍‌ ଓସେନ୍‌ ପର୍ଯ୍ୟନ୍ତ। ମାମେ ଖାନ୍‌ଙ୍କ ଠାରୁ ବେନୀ ଦୟାଲ୍‌ଙ୍କ ପର୍ଯ୍ୟନ୍ତ। ଇକୋ ରିଟ୍ରିଟ୍‌ ପରିସରରେ ଥିବା ସ୍ବତନ୍ତ୍ର ଷ୍ଟେଜ୍‌ରେ ସାର ଆକର୍ଷଣ ସାଜୁଛି ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ। ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାର ଲୋକକଳା ଓ ନୃତ୍ୟ, ସଙ୍ଗୀତର ଝଲକ ଦେବାକୁ ପ୍ରତି ସନ୍ଧ୍ୟାରେ ରାଜ୍ୟର ଖ୍ୟାତନାମା କଳାକାର ଏବଂ ଗ୍ରୁପ୍‌ ଦ୍ୱାରା ଓଡ଼ିଶୀ, ଗୋଟିପୁଅ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ସେହିଭଳି ପ୍ରତି ଶନିବାର ସନ୍ଧ୍ୟାରେ ସ୍ବତନ୍ତ୍ର ମ୍ୟୁଜିକାଲ ନାଇଟ୍‌ ଓ କନସର୍ଟର ଆୟୋଜନ କରାଯାଉଛି। ଦେଶର ବଛା ବଛା ବ୍ୟାଣ୍ଡ୍‌ ଏବଂ ଖ୍ୟାତନାମା କଣ୍ଠଶିଳ୍ପୀମାନେ ଲାଇଭ୍‌ ମ୍ୟୁଜିକ୍‌ ପରିବେଷଣ କରିବାର ବ୍ୟବସ୍ଥା ରହିଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ଦେଶର ଏକ ପ୍ରମୁଖ ଲୋକପ୍ରିୟ ବ୍ୟାଣ୍ଡ୍‌ ‘ୟୁଫୋରିଆ’ ଆକର୍ଷଣ ସାଜିଥିବାବେଳେ ଆସନ୍ତା ଶନିବାର ଅର୍ଥାତ୍‌ ୨୧ ତାରିଖରେ ବ୍ୟାଣ୍ଡ୍‌ ‘ଇଣ୍ଡିଆନ୍‌ ଓସେନ୍‌’ ଲାଇଭ୍‌ ଶୋ’ କରିବ। ଏହାପରେ ଖ୍ରୀଷ୍ଟମାସ୍‌ ଅବସରରେ ୨୫ ତାରିଖରେ ବଲିଉଡ୍‌ର ଲୋକପ୍ରିୟ ସୁଫି ଗାୟିକା ହର୍ଷଦୀପ୍‌ କୌର୍‌, ୩୦ରେ ମାମେ ଖାନ୍‌, ଜାନୁୟାରୀ ୪ରେ ବେନି ଦୟାଲ, ୧୧ରେ ପାପୋନ୍‌, ୧୮ରେ ଦିବ୍ୟ କୁମାର, ୨୩ରେ ସଲିମ ସୁଲେମାନ୍‌ ଏବଂ ୩୧ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ଖୋଦ୍‌ ଓଡ଼ିଶା ମାଟିର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ସଙ୍ଗୀତ ପରିବେଷଣ କରିବେ।

ରିୟୁନିୟନ୍‌ ଡେଷ୍ଟିନେଶନ

ପୁରୁଣା ସ୍ମୃତି ପୁଣିଥରେ ଉଜ୍ଜୀବିତ ହୋଇଛି। କଲେଜ ବେଳର ଛୋଟ ଛୋଟ କଥାକୁ ମନେପକାଇ ଖଟି ଜମୁଛି। ପରସ୍ପର ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ଆଜି ପୁଣିଥରେ ଜୀବନ୍ତ ହୋଇଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏନ୍‌ଆଇଟି), ରାଉରକେଲାର ୧୯୮୯ ବ୍ୟାଚ୍‌ର କିଛି ପୁରାତନ ଛାତ୍ରଙ୍କ ପାଇଁ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ପାଲଟିଥିଲା ଫେଭରାଇଟ୍‌ ରିୟୁନିୟନ୍‌ ଡେଷ୍ଟିନେଶନ୍‌। ରାଜ୍ୟ ଏବଂ ଦେଶ ବାହାରୁ ଆସିଥିବା ଏହି ପୁରାତନ ଛାତ୍ରମାନେ ଏନ୍‌ଆଇଟି ସମୟର ସେହି ପୁରୁଣା ସ୍ମୃତିକୁ ଚନ୍ଦ୍ରଭାଗା ବେଳାଭୂମିରେ ମନେପକାଇ ବେଶ୍‌ ହସଖୁସିରେ ସମୟ କାଟିଥିଲେ। କେବଳ ଏହି ଗ୍ରୁପ୍‌ ନୁହେଁ, ରାଜ୍ୟ ବାହାରୁ ଏଭଳି ଅନେକ ଗ୍ରୁପ୍‌ ଇକୋ ରିଟ୍ରିଟ୍‌କୁ ରିୟୁନିୟନ୍‌ ଡେଷ୍ଟିନେଶନ ଭାବେ ବାଛିଥିବାବେଳେ ସେମାନଙ୍କୁ ଆକର୍ଷଣୀୟ ପ୍ୟାକେଜ୍‌ ସହ ଗ୍ରୁପ୍‌ ବୁକିଂ ଅଫର୍‌ ଯୋଗାଇ ଦେଉଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ନିଜ ସାଙ୍ଗସାଥୀଙ୍କ ସହ ସମୟ ବିତାଇ ହାଲ୍‌କା ମନରେ ଘରକୁ ଫେରିବାବେଳେ ଓଡ଼ିଶା ପର୍ଯ୍ୟଟନର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି ସବୁ ବର୍ଗର ପର୍ଯ୍ୟଟକ।

ପର୍ଯ୍ୟଟକଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ
ଇକୋ ରିଟ୍ରିଟ୍‌ ପରିସରରେ ଅସ୍ଥାୟୀ ଭାବେ ନିର୍ମିତ ୪ ରେସ୍ତୋରାଁ ପାରମ୍ପରିକ ଓଡ଼ିଆ ଖାଦ୍ୟରୁ ଆରମ୍ଭ କରି ସମସ୍ତ ପ୍ରକାର ଦେଶୀ, ବିଦେଶୀ ଖାଦ୍ୟ ପରିବେଷଣ କରୁଛନ୍ତି। ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ କଣ୍ଟିନେଣ୍ଟାଲ, ଚାଇନିଜ୍‌, ଇଟାଲିଆନ୍‌ରୁ ଆରମ୍ଭ କରି ଭଳିକିଭଳି ଭାରତୀୟ ଖାଦ୍ୟ ଉପଲବ୍ଧ ଥିଲେ ମଧ୍ୟ ସମସ୍ତେ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେବାକୁ ଆଗ୍ରହ ଦେଖାଉଛନ୍ତି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହା ପରିସରରେ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଥିବାବେଳେ ଏଠାରେ ଉପଲବ୍ଧ ହେଉଛି ଏଣ୍ଡୁରି ପିଠା, ସ୍ବାସ୍ଥ୍ୟ ପାଇଁ ହିତୋପଯୋଗୀ ମାଣ୍ଡିଆରେ ପ୍ରସ୍ତୁତ ସ୍ବତନ୍ତ୍ର ପିଠା, ମହୁଲପିଠା ଓ ମଣ୍ଡାପିଠା। ଓଡ଼ିଆ ଏବଂ ଅଣଓଡ଼ିଆଙ୍କ ମଧ୍ୟରେ ଏହି ପିଠାର ଚାହିଦା ବେଶ୍‌ ଅଧିକ ଥିବାବେଳେ ବିଭିନ୍ନ ପ୍ରକାର ସମୁଦ୍ର ମାଛ ଏବଂ ଚିଲିକା ଚିଙ୍ଗୁଡ଼ି ଭଜାର ମଧ୍ୟ ଡିମାଣ୍ଡ ରହିଛି। ସେହିଭଳି ମେ’ଫେୟାର ସମେତ ଅନ୍ୟ ତାରକା ହୋଟେଲ ପକ୍ଷରୁ ଏଠାରେ ଇନ୍‌ଡୋର୍‌ ଏବଂ ଓପନ୍‌ ଏୟାର ରେସ୍ତୋରାଁ ରହିଥିବାବେଳେ ଏଠାରେ ମଧ୍ୟ ଗ୍ରାହକଙ୍କ ପସନ୍ଦ ମୁତାବକ ଖାଦ୍ୟ ପରଷାଯାଉଛି। ସ୍ବତନ୍ତ୍ର ଡାଇନିଂ ହଲ୍‌ରେ କେହି କେହି ଏକାଠି ବସି ଖାଇବାକୁ ପସନ୍ଦ କରୁଛନ୍ତି ତ କେହି ନିରୋଳା ବେଳାଭୂମିର ହାଲ୍‌କା ହାଲ୍‌କା ପବନ ଓ ତାରକାଖଚିତ ଆକାଶ ତଳେ ବସି ରୋମାଣ୍ଟିକ୍‌ ଡିନର୍‌ କରିବାକୁ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri