ମେ’ମାସରେ ଘମାଘୋଟ ଲଢ଼େଇ: ବାଗ୍‌ଚୀ

ଭୁବନେଶ୍ୱର, ୧।୫(ବ୍ୟୁରୋ): ମେ’ ମାସ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ଶତ୍ରୁ ସହ ଏ ମାସରେ ଘମାଘୋଟ ଲଢ଼େଇ ହେବ। ମାର୍ଚ୍ଚରେ ପ୍ରସ୍ତୁତି ହୋଇଥିବା ବେଳେ ଏପ୍ରିଲରେ ଯୁଦ୍ଧ କ୍ଷେତ୍ରରେ ଲଢ଼େଇ ହୋଇଛି। ମେ’ରେ ଘମାଘୋଟ ଲଢ଼େଇ ହେବ। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି। ଆଗକୁ କରୋନାର ପୁନଃ ଆକ୍ରମଣ ହୋଇପାରେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।