ମେଡିକ୍ଲେମ୍‌ ପ୍ଲାନ୍‌

ଆଜିର ଲାଇଫ୍‌ଷ୍ଟାଇଲ ଏମିତି ହୋଇଗଲାଣି କାହାର କେତେବେଳେ ଶରୀର ଅସୁସ୍ଥ ହେବ ତାହା କେହି ଜାଣି ନ ଥାନ୍ତି। ଏସବୁ ଦିଗକୁ ଲକ୍ଷ୍ୟ କରି ଭବିଷ୍ୟତରେ କିଛି ମେଡିକାଲ୍‌ ଖର୍ଚ୍ଚରୁ ନିଜକୁ ରକ୍ଷା କରିବାକୁ ହେଲେ ମେଡିକ୍ଲେମ୍‌ ପ୍ଲାନ ନେବା ନିହାତି ଜରୁରୀ । ଏ ସମ୍ପର୍କରେ ଜାଣନ୍ତୁ କେତୋଟି ଟିପ୍ସ……

ଆଜି ସବୁ ବ୍ୟକ୍ତି ପ୍ରାୟତଃ ମେଡିକ୍ଲେମ୍‌ ପ୍ଲାନ୍‌ ବା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଆବଶ୍ୟକତାକୁ ବୁଝିଲେଣି, ଜାଣିଲେଣି କିନ୍ତୁ ହିସାବ କିତାବରେ ଏବେ ବି ଗଡ଼ବଡ଼ କରି ଦେଉଛନ୍ତି। ଦେଖିବାକୁ ଗଲେ ଅଧିକାଂଶ ବ୍ୟକ୍ତି ହେଲ୍‌ଥ ଇନ୍‌ସ୍ୟୁରାନ୍ସ ନେବା ସମୟରେ ଏତେଟା ଧ୍ୟାନ ଦିଅନ୍ତି ନାହିଁ। ନେବା ସମୟରେ ୨-୩ ଲକ୍ଷର ଇନ୍‌ସ୍ୟୁରାନ୍ସ ନେଇଥାନ୍ତି। କିନ୍ତୁ ଯେତେବେଳେ ଏମରଜେନ୍ସି ଆସେ ସେ କୌଣସି କାମରେ ଆସି ନ ଥାଏ। ଏହା କେବଳ ନାମକୁ ରହିଯାଏ। ଆପଣ ଏମିତି କରିନାହାନ୍ତି ତ? ଆପଣ କାଲ୍‌କୁଲେଟ୍‌ କରନ୍ତୁ କି ଆପଣ ଯେଉଁ ହେଲ୍‌ଥ ପ୍ଲାନ୍‌ ନେଇଛନ୍ତି ତାହା ଅନ୍‌ହେଲ୍‌ଦି ତ ନୁହେଁ।
ପ୍ଲାନ୍‌ ନେବା ସମୟରେ ଏହି
କଥାକୁ ଧ୍ୟାନରଖନ୍ତୁ
ହେଲ୍‌ଥ ଇନ୍‌ସ୍ୟୁରାନ୍ସ ନେବା ସମୟରେ ପ୍ରଥମେ ଏହାର ଏବିସି ଜାଣିବାକୁ ହେବ। ତେବେ ଯାଇ ଛୋଟ ଛୋଟ ଭୁଲ୍‌ରୁ ନିଜକୁ ରକ୍ଷା କରିପାରିବେ। ଯେତେ ଜଲ୍‌ଦି ହେବ ଏହି ପ୍ଲାନ୍‌ ନେଇଯାନ୍ତୁ। ସମସ୍ତେ ଏହି ପ୍ଲାନ୍‌ ନେବାକୁ ଆଗ୍ରହ ଦେଖାନ୍ତୁ। କିନ୍ତୁ ଅଧିକାଂଶ ଲୋକ ଅଧିକ କଭରେଜ୍‌ କମ୍‌ ପ୍ରମିୟମ୍‌, ନୋ ଲୋଡିଂ, ବେଷ୍ଟ କ୍ଲେମ୍‌ ସେଟଲମେଣ୍ଟ, ଓପିଡି କଭର, ଫାଷ୍ଟ କ୍ଲେମ୍‌ ସେଟଲମେଣ୍ଟ ଓ ମ୍ୟାଟରନିଟି ଭଳି ଫିଚର୍ସ ଚକ୍କରରେ ଇନ୍‌ସ୍ୟୁରାନ୍ସ ନେବାକୁ ଦିନ ପରେ ଦିନ ଗଡ଼ାଇଥାନ୍ତି।
ଯେତେ କମ୍‌ ବୟସରୁ ଇନ୍‌ସ୍ୟୁରାନ୍ସ ନେବେ, ପ୍ରିମିୟମ୍‌ ସେତେ କମ୍‌ ହେବ, ଦିନ ଗଡ଼ାଇ ଚାଲିବା ଦ୍ୱାରା ଆପଣଙ୍କୁ ଜଣା ପଡ଼ିବନି ଯେ ସମୟ କେତେ ଶୀଘ୍ର ପଳାଇଯାଇଛି।
କାହାକୁ ବୀମା ଅନ୍ତର୍ଭୁକ୍ତ କରିବା
ଅଧିକାଂଶ ଲୋକ ନିଜକୁ, ନିଜ ସ୍ତ୍ରୀଙ୍କୁ ଓ ପିଲାଙ୍କୁ ବୀମା ଅନ୍ତର୍ଭୁକ୍ତ କରିଥାନ୍ତି।
ହେଲେ ନିଜର ବୟସ୍କ ମାତାପିତାଙ୍କୁ ଅଣଦେଖା କରିଥାନ୍ତି। କିନ୍ତୁ ଏହି ବୟସରେ ମାତା ପିତାଙ୍କର ବୀମାର ବେଶି ଆବଶ୍ୟକତା ରହିଛି। ଯଦି ଆପଣ ବୟସ୍କ ଅଭିଭାବକଙ୍କ ବୀମା ନ କରୁଛନ୍ତି ତେବେ ତାଙ୍କର ହସ୍ପିଟାଲ ଖର୍ଚ୍ଚ ଆପଣଙ୍କୁ ବେଶି ଦେବାକୁ ପଡ଼ିପାରେ। ତେଣୁ ବୁଦ୍ଧିମାନ୍‌ ହୁଅନ୍ତୁ ଓ ନିଜର ଅଭିଭାବକଙ୍କୁ ବୀମା ଅନ୍ତର୍ଭୁକ୍ତ କରାନ୍ତୁ ।
ଫ୍ୟାମିଲି ଫ୍ଲୋଟର କିମ୍ବା
ଇଣ୍ଡିଭିଜୁଆଲ ପ୍ଲାନ୍‌
ଯଦି ଆପଣ କେବଳ ସ୍ବାମୀ, ସ୍ତ୍ରୀ କିମ୍ବା ସ୍ବାମୀ ସ୍ତ୍ରୀ ସହ ଦୁଇଟି ପିଲା, ତେବେ ଆପଣ ଫ୍ୟାମିଲି ଫ୍ଲୋଟର ପ୍ଲାନ୍‌ ନେଇଯିବା ଦରକାର। ଇଣ୍ଡିଭିଜୁଆଲ୍‌ କଭର ତୁଳନାରେ ଫ୍ୟାମିଲି ଫ୍ଲୋଟର ଶସ୍ତା ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ପରିବାରରେ ୫୦ବର୍ଷରୁ ଅଧିକ ବୟସ୍କର ପ୍ୟାରେଣ୍ଟସ୍‌ ଥାଆନ୍ତି ତେବେ ସମସ୍ତଙ୍କ ପାଇଁ ଫ୍ଲାମିଲି ଫ୍ଲୋଟର କିମ୍ବା ଇଣ୍ଡିଭିଜୁଆଲ୍‌ ପ୍ଲାନ୍‌ ନେବା ଠିକ୍‌ ହେବ। ଉଦାହରଣ ସ୍ବରୂପ ଏଠାରେ କେତୋଟି ଟିପ୍ସ ଦିଆଯାଇଛି ଯାହାକୁ ଆପଣ ସହଜରେ ବୁଝିପାରିବେ ଯେ ଆପଣଙ୍କୁ କେଉଁ ପ୍ଲାନ୍‌ ନେବା ଭଲ ହେବ।
ଆପଣ ସ୍ବାମୀ ସ୍ତ୍ରୀ ଦୁଇଟି ପିଲାଛୁଆ, ତେବେ ଏ କ୍ଷେତ୍ରରେ ସ୍ବାମୀଙ୍କୁ ୩୨ ସ୍ତ୍ରୀକୁ ୩୦, ଗୋଟିଏ ପିଲାକୁ ୪ବର୍ଷ ଓ ଅନ୍ୟଟିକୁ ୨ ବର୍ଷ ତେବେ ଆପଣଙ୍କୁ ଅତିକମ୍‌ରେ ୫ ଲକ୍ଷର ପ୍ଲାନ୍‌ ନେବା ଜରୁରୀ। ଏଠାରେ ମଧ୍ୟ ଫ୍ୟାମିଲି ଫ୍ଲୋଟର ନେବା ଜରୁରୀ। କାରଣ ସମସ୍ତଙ୍କୁ ଏକାବେଳେ ଇନ୍‌ସ୍ୟୁରାନ୍ସର ଆବଶ୍ୟକତା ନାହିଁ। ଏହାର ପ୍ରିମିୟମ୍‌ ପାଖାପାଖି ୧୫ହଜାର ଟଙ୍କା ବର୍ଷକୁ ଦେବାକୁ ପଡ଼ିବ। ଏହା ଆପଣଙ୍କ ପରିବାର ପାଇଁ ପର୍‌ଫେକ୍ଟ ଏବଂ ଶସ୍ତା ମଧ୍ୟ ହେବ।
ଆପଣଙ୍କ ବୟସ ୪୦, ସ୍ତ୍ରୀଙ୍କ ବୟସ ୩୮, ପିଲାଙ୍କ ବୟସ ୧୨ ଓ ୧୦ବର୍ଷ ତେବେ ବି ଆପଣ ଫ୍ୟାମିଲି ଫ୍ଲୋଟର ପ୍ଲାନ୍‌ ନେବା ଜରୁରୀ। ଧରି ନିଅନ୍ତୁ ଆପଣଙ୍କୁ ୧୦ଲକ୍ଷ ଟଙ୍କାର ପ୍ଲାନ୍‌ ନେବାର ଅଛି ତେବେ ଆପଣଙ୍କୁ ପାଖାପାଖି ୨୦ ହଜାର ପ୍ରିମିୟମ୍‌ ଦେବାକୁ ହେବ ବର୍ଷକୁ। ଏହି ବୟସରେ ଆପଣଙ୍କର ଓ ଆପଣଙ୍କ ସ୍ତ୍ରୀଙ୍କର ହସ୍ପିଟାଲ ଖର୍ଚ୍ଚ ବଢ଼ିପାରେ। ପିଲା ଯଦି ଛୋଟ ଅଛି ଏହି ପ୍ଲାନ୍‌ ଆପଣଙ୍କ ବେଷ୍ଟ ପ୍ଲାନ୍‌ ହେବ।
ଲଙ୍ଗ୍‌ ଟର୍ମକୁ ଧ୍ୟାନରେ ରଖନ୍ତୁ
ଅଧିକାଂଶ ଲୋକ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଦେଖିଚାହିଁ କରିଥାନ୍ତି। ଯଦି ଆପଣ ଏବେ ଫିଟ୍‌ ଅଛନ୍ତି ୨୦-୨୫ବର୍ଷ ପରେ ଏହା ଆପଣଙ୍କ କାମରେ ଆସିପାରେ। ଧରି ନିଅନ୍ତୁ ଏବେ ଆପଣଙ୍କ ବୟସ ୩୦ ବର୍ଷ ଆଜି ଦିନରେ ହସ୍ପିଟାଲର ଖର୍ଚ୍ଚ ୫୦ହଜାରରୁ ୩ଲକ୍ଷ ଟଙ୍କା। କିନ୍ତୁ ୨୦ବର୍ଷ ପରେ ଯେତେବେଳେ ଆପଣ ୫୦ବର୍ଷର ହେବେ ତେବେ ଆପଣଙ୍କ ହସ୍ପିଟାଲ ଖର୍ଚ୍ଚ ପାଖାପାଖି ୧୬ଲକ୍ଷ ଟଙ୍କା ହେବ। ତେବେ ଏହି କଥାକୁ ଧ୍ୟାନରେ ରଖି ପଲିସି ନିଅନ୍ତୁ।
କୋ-ପେମେଣ୍ଟ ବା ସବ୍‌ ଲିମିଟ୍‌ ବିଷୟରେ ପଚାରନ୍ତୁ
ଅଧିକାଂଶ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପଲିସିରେ କୋ-ପେମେଣ୍ଟ କିମ୍ବା ସବ୍‌ ଲିମିଟ୍‌ ଭଳି ପ୍ରାବଧାନ ରହିଛି। ସବ୍‌ ଲିମିଟ୍‌ ଅର୍ଥ କିଛି ମେଡିକାଲ କଣ୍ଡିସନ୍‌ରେ କିଛି ପ୍ରତିଶତ ଭାଗ ବ୍ୟବହାର କରିପାରିବେ। ଯେମିତିକି ଆପଣଙ୍କୁ କୌଣସି ସର୍ଜରି କରିବାର ଅଛି, କିନ୍ତୁ ଆପଣଙ୍କ ମେଡିକାଲ ପ୍ଲାନ୍‌ରେ ଏହି ସର୍ଜରିରେ ଆପଣଙ୍କର ସବ୍‌ ଲିମିଟ୍‌ ଅଛି। ଯଦି ଆପଣଙ୍କ ଇନ୍‌ସ୍ୟୁରାନ୍ସ ୫ଲକ୍ଷର ହୋଇଥାଏ, ତେବେ ଏଥିରୁ ୫୦ପ୍ରତିଶତ ହିଁ ଆପଣଙ୍କୁ ମିଳିବ। ପଲିସି ନେବା ପୂର୍ବରୁ ଏସବୁ ବିଷୟରେ କଥାବାର୍ତ୍ତା ହୋଇଯାନ୍ତୁ।
ହସ୍ପିଟାଲ୍‌ ନେଟ୍‌ଓ୍ବର୍କ ଯାଞ୍ଚ କରି ନିଅନ୍ତୁ
ପ୍ଲାନ୍‌ ନେବା ପୂର୍ବରୁ ବୀମା କମ୍ପାନୀର ହସ୍ପିଟାଲ ନେଟ୍‌ଓ୍ବାର୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରନ୍ତୁ। ଏହି ବୀମା କମ୍ପାନୀର ହସ୍ପିଟାଲ ଚେନ୍‌ ବିଷୟରେ ମଧ୍ୟ ଜାଣନ୍ତୁ। ଯଦି କିଛି ଅସୁବିଧା ହୁଏ ତେବେ ଏମରଜେନ୍ସି ସମୟରେ ମାନସିକ ସ୍ତରରେ ପ୍ରସ୍ତୁତ ରୁହନ୍ତୁ।
ରୁମ୍‌ ରେଟ୍‌ର ଧ୍ୟାନରଖନ୍ତୁ
ରୁମ୍‌ ରେଟ୍‌ ଏକ ଏପରି ଏକ କଥା ଯାହାକୁ କେବେ ଆପଣ ଅଣଦେଖା କରିପାରିବେ ନାହିଁ। କାରଣ ଆପଣଙ୍କ ଚିକିତ୍ସାର ଖର୍ଚ୍ଚ ରୁମ୍‌ରେଟ୍‌ ହିସାବରେ କାଲ୍‌କୁଲେଟ୍‌ କରାଯାଇଥାଏ। ଧରି ନିଅନ୍ତୁ ଆପଣଙ୍କ ଇନ୍‌ସ୍ୟୁରାନ୍ସ ୩ଲକ୍ଷର, ତେବେ ଆପଣଙ୍କୁ ୩ହଜାର ମଧ୍ୟରେ ରୁମ୍‌ ନେଇପାରିବେ। ଯଦି ଏହାଠାରୁ ଅଧିକ ରୁମ୍‌ ଚାର୍ଜଥିବା ରୁମ୍‌ ନେବେ ତେବେ ଏହି ଟଙ୍କା ଆପଣଙ୍କ ପକେଟ୍‌ରୁ ଯିବ।
ସୁପର ଟପ୍‌ଅପ୍‌ କରାନ୍ତୁ
ଭବିଷ୍ୟତକୁ ଲକ୍ଷ୍ୟକରି ଯଦି ପ୍ଲାନ୍‌ ନେବେ, ତେବେ ଆପଣ ୧୫ରୁ ୨୦ଲକ୍ଷ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ନେବେ। କିନ୍ତୁ ଆମେ ଏଠାରେ ଏହା କହିବାକୁ ଚାହଁୁଚୁ ଇନ୍‌ସ୍ୟୁରାନ୍ସର ବେସ୍‌ କଭର କମ୍‌ ରଖନ୍ତୁ ଏହାର ସୁପର ଟପ୍‌ଅପ୍‌ ଅଧିକ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପ୍ରିମିୟମ୍‌ରୁ ପାଖାପାଖି ୨୦-୨୫ ପ୍ରତିଶତ କମ୍‌ ହୋଇଯାଏ।
-ମହାଶ୍ୱେତା ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri