ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ମୁତାବକ ଶରୀର ଏବଂ ଚକ୍ଷୁକୁ ବ୍ରହ୍ମପୁର ବଡମେଡିକାଲକୁ ଦାନ କରାଯାଇଛି । ପୂର୍ବରୁ ସେ ଏନେଇ ଇଚ୍ଛା ପ୍ରକାଶ କରିଥିଲେ । ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି । ଏମ୍‌କେସିଜି ଆନାଟୋମୀ ବିଭାଗକୁ ଡା. ଚୌଧୁରୀର ମରଶୀରର ହସ୍ତାନ୍ତର କରାଯାଇଥିଲା । ଏହା ଡାକ୍ତରୀ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଗବେଷଣ କାର୍ଯ୍ୟରେ ବ୍ୟବହାର କରାଯିବ । ପେସାରେ ନିଜେ ଜଣେ ଡାକ୍ତର ହୋଇଥିବାରୁ ସେ ନିଜ ଶରୀର ଦାନ ପାଇଁ ଦୀର୍ଘ ବର୍ଷ ହେଲା ଇଚ୍ଛା ପ୍ରକାଶ କରିଥିଲେ । ଶୀରର ଦାନ ସମୟରେ ପୁଅ ଶୁଦ୍ଧେନ୍ଦୁ ଚୌଧୁରୀ ଏବଂ ଜ୍ୱାଇଁ ସତ୍ୟଜିତ ପାଣିଗ୍ରାହୀଙ୍କ ସମେତ ଆନାଟୋମୀ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ବର୍ଗତ ଡା. ଚୌଧୁରୀ ଏମ୍‌କେସିଜି, କଟକ ବଡ଼ ମେଡ଼ିକାଲ୍‌ ଏବଂ ବୁର୍ଲା ବଡ଼ ମେଡ଼ିକାଲ୍‌ରେ ନିଶ୍ଚେତକ ବିଶେଷଜ୍ଞ ଭାବେ କାର୍ଯ୍ୟ କରିବା ପରେ ଅବସର ନେଇଥିଲେ ।