ମୃତ୍ୟୁ ସଂଖ୍ୟା ୮୨ ହଜାର ଟପିଲା: ୨୪ ଘଣ୍ଟାରେ ଫ୍ରାନ୍ସ୍‌ରେ ୧,୪୧୭ ଜଣଙ୍କ ଜୀବନ ଗଲା

ଓ୍ବାଶିଂଟନ/ରୋମ୍‌/ବେଜିଂ,୮।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୮୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ୧୪ ଲକ୍ଷ ସଂକ୍ରମିତ ହୋଇଛନ୍ତି। ସେହିପରି ୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ଫ୍ରାନ୍ସ୍‌ରେ ମୃତ୍ୟୁ ସଂଖ୍ୟା ୧,୪୧୭ ଛୁଇଁଥିବାବେଳେ ୧୧ ହଜାର ୫୯ ଜଣ ନୂଆ ସଂକ୍ରମିତ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ୩୨୮ରେ ପହଞ୍ଚିଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୧୭ ହଜାର ୧୨୭ ଥିବାବେଳେ ସ୍ପେନ୍‌ରେ ୧୪ ହଜାର ୪୫ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୃତକଙ୍କ ସଂଖ୍ୟା ୧୨ ହଜାର ୮୫୪ ରେ ପହଞ୍ଚିଛି। ଆମେରିକାର ନ୍ୟୁୟର୍କରେ ୧୦ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କରୋନାରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହିତ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି।

Share