ମୃତ୍ୟୁ ଆଶଙ୍କା କମାଏ ଡେକ୍ସାମେଥାସୋନ ଷ୍ଟେରଏଡ୍‌

ଲଣ୍ଡନ,୧୭।୬: କରୋନା ମହାମାରୀ ବା କୋଭିଡ୍‌-୧୯ଜନିତ ସଂକ୍ରମଣ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ୪ଲକ୍ଷ ୩୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ବିଭିନ୍ନ ଦେଶ ଏଥିପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ମଙ୍ଗଳବାର ବ୍ରିଟେନର ‘ରିକଭରି’ ନାମକ କ୍ଲିନିକର ଗବେଷକମାନେ ପରୀକ୍ଷାମୂଳକଭାବେ ଏକ ଔଷଧର ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି। ଗବେଷକଙ୍କ ମତରେ ମଣିଷ ଶରୀରରେ ଦିଆଯାଉଥିବା ‘ଡେକ୍ସାମେଥାସୋନ’ ନାମକ ଷ୍ଟେରଏଡର ସ୍ବଳ୍ପ ଡୋଜ୍‌ କରୋନା ସଂକ୍ରମିତଙ୍କ ଠାରେ ଭଲ କାମ କରୁଛି। କୋଭିଡ-୧୯ରେ ଗୁରୁତର ଭାବେ ସଂକ୍ରମିତ ହୋଇ ଭେଣ୍ଟିଲେଟର ଏବଂ ଅକ୍ସିଜେନରେ ରହି ଚିକିତ୍ସିତ ହେଉଥିବା କେତେକ ସଂକ୍ରମିତଙ୍କଠାରେ ଡେକ୍ସାମେଥାସୋନ୍‌ ଷ୍ଟେରଏଡ ପରୀକ୍ଷାମୂଳକଭାବେ ପ୍ରୟୋଗ କରାଯାଇଥିଲା। ଏଥିରୁ ଜାଣିବାକୁ ମିଳିଥିଲା ଯେ, ଏହି ଷ୍ଟେରଏଡ ବ୍ୟବହାର କରାଯାଉଥିବା ସଂକ୍ରମିତଙ୍କ ମୃତ୍ୟୁ ହାର ଅନ୍ୟମାନଙ୍କଠାରୁ କମ୍‌। ପ୍ରତି ୩ଜଣ ଗୁରୁତର ସଂକ୍ରମିତଙ୍କ ମଧ୍ୟରେ ଜଣେ ସୁସ୍ଥ ହୋଇପାରୁଛନ୍ତି। ଏହି ଷ୍ଟେରଏଡ ଜୀବନ ବଞ୍ଚାଇଦେବ। ଏପରି କି ଏହାର ମୂଲ୍ୟ ମଧ୍ୟ ବହୁତ କମ୍‌ ବୋଲି ଗବେଷଣାର ସଦସ୍ୟ ତଥା ଅକ୍ସଫୋଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍ଟିନ ଲାଣ୍ଡ୍ରେ କହିଛନ୍ତି। ଅନ୍ୟତମ ସଦସ୍ୟ ତଥା ପରୀକ୍ଷକ ପିଟର ହର୍ବେଙ୍କ କହିବାହେଲା ଡେକ୍ସାମେଥାସୋନ ଏପରି ଏକ ଷ୍ଟେରଏଡ ଯାହାକୁ ଅନ୍ୟ ରୋଗର ସଂକ୍ରମଣ ହ୍ରାସ କରିବାରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ। ତେଣୁ କରୋନା ସଂକ୍ରମିତଙ୍କ ଠାରେ ଏହାକୁ ବ୍ୟବହାର କରାଗଲେ ଏହା ମୃତ୍ୟୁହାରକୁ ଯଥେଷ୍ଟ ପରିମାଣରେ କମାଇବ ବୋଲି ପିଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri