ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ନେତା

ଢେଙ୍କାନାଳ ଅଫିସ, ୯ା୫ – କାମାକ୍ଷାନଗର ବ୍ଲକ ସୋଗର ଗ୍ରାମ ନୂଆସାହିରେ ବାଣ ବିସ୍ଫୋରଣରେ ଗତ ବୁଧବାର ସରୋଜ ସାହୁଙ୍କ ପୁଅ ସାହିଲ(୧୦) ଓ ମନୋଜ ସାହୁଙ୍କ ପୁଅ କ୍ରିଷ୍ଣା (୧୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ଭାଜପାର ଏକ ନେତୃମଣ୍ଡଳୀ ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନାଙ୍କ ନେତୃତ୍ୱରେ ଜିଲା ଉପସଭାପତି ନବକିଶୋର ଗୁରୁ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା, ଜିଲା ସମ୍ପାଦକ ମାତୃପ୍ରସାଦ ନନ୍ଦ, ରାଜ୍ୟ ପରିଷଦ ସଦସ୍ୟ ଗୋପାଳଚନ୍ଦ୍ର ସାହୁ, କାମାକ୍ଷାନଗର ଏନ୍‌ଏସି ମଣ୍ଡଳ ସଭାପତି ବିଭୁ ପଟ୍ଟନାୟକ ପ୍ରମୁଖ ସାକ୍ଷାତକରି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଏହି ନେତୃମଣ୍ଡଳୀ କାମାକ୍ଷାନଗର ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥିସହ କଟକରେ ଚିକିତ୍ସାଧୀନ ଥିବା ନାବାଳକ ସମ୍ବିତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ପାଇଁ ଅନୁରୋଧ କରିଥିଲେ। ଉଭୟ ପରିବାରକୁ ୧ ମାସ ପାଇଁ ରାଶନ ଓ ୫ ହଜାର ଟଙ୍କା ପ୍ରଦାନ କରିବାକୁ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇ କେନ୍ଦ୍ର ପକ୍ଷରୁ ଅଧବକ ସାହାଯ୍ୟ ଯୋଗାଇଦେବାକୁ ଉଭୟ ପରିବାରକୁ ନେତୃମଣ୍ଡଳୀ ଆଶ୍ୱାସନା ଦେଇଛନ୍ତି।