Posted inଖେଳ

ମୁଷ୍ଟି ପ୍ରହାର ଧମକ ଦେଇଥିଲେ ହେଡେନ

ନୂଆଦିଲ୍ଲୀ, ୮ା୫ (ପି.ଟି.)-ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ୍‌ ଏକଦା ମୋ ମୁହଁକୁ ମୁଷ୍ଟି ପ୍ରହାର କରିବା ଲାଗି ଧମକ ଦେଇଥିଲେ ବୋଲି କହିଛନ୍ତି ଭାରତର ଆଉଟ୍‌ ଅଫ୍‌ ଫେଭର ଉଇକେଟକିପର ପାର୍ଥିବ ପଟେଲ। ବର୍ତ୍ତମାନ କିନ୍ତୁ ଆମେ ଦୁଇଜଣ ଭଲ ବନ୍ଧୁ ବୋଲି ଏକ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି। ଘଟଣାଟି ଘଟିଥିଲା ୨୦୦୪ରେ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବେଳେ। ବ୍ରିସ୍‌ବେନ୍‌ ମ୍ୟାଚ ଚାଲିଥିବାବେଳେ ମୁଁ ଡ୍ରିଙ୍କ୍ସ ନେଇ ପଡ଼ିଆକୁ ଯାଇଥିଲି। ସେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଇର୍ଫାନ ପଠାନ ହେଡେନଙ୍କୁ ଆଉଟ କରିଦେଇଥାନ୍ତି। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେତେବେଳେ ଶତକ ହାସଲ କରି ସାରିଥାନ୍ତା। ମୁଁ ତାଙ୍କ ପାଖ ଦେଇ ଯାଉଥିବାବେଳେ ଆକ୍ଷେପ କରି ‘ହୁ ହୁ’ କରିଥିଲି। ଏଥିରେ ସେ ଖୁବ୍‌ ରାଗି ଯାଇଥିଲେ। ବ୍ରିସ୍‌ବେନ ଡ୍ରେସିଂ ରୁମ୍‌ ଯାହାକି ଏକ ଟନେଲ ସଦୃଶ। ସେଠାରେ ସେ ଦୃଢ ଭାବେ ଛିଡ଼ା ହୋଇ ମୋ ଅପେକ୍ଷାରେ ଥିଲେ। ମୋତେ କହିଥିଲେ ତୁମେ ଯଦି ପୁଣି ଏଭଳି ଆକ୍ଷେପ କରିବ ତେବେ ତୁମ ମୁହଁକୁ ମୁଷ୍ଟିରେ ପ୍ରହାର କରିବି। ମୁଁ ତାଙ୍କୁ ‘ସରି’ କହିବା ପରେ ସେ ଚାଲିଯାଇଥିଲେ ବୋଲି ପଟେଲ କହିଛନ୍ତି। ଏହି ଘଟଣାର ୪ବର୍ଷ ପରେ ଦୁଇ କ୍ରିକେଟର ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାଥୀ ହୋଇ ଖେଳିଥିଲେ। ଦୁହିଁଙ୍କ ମଧ୍ୟରେ କ୍ରମେ ସୁସମ୍ପର୍କ ସ୍ଥାପିତ ହୋଇଥିଲା। ପଟେଲ କହିଛନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ହେଡେନ ଥରେ ଅଷ୍ଟ୍ରେଲିଆରେ ତାଙ୍କ ବାସଭବନକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ଯେଉଁ ହେଡେନ ବ୍ରିସ୍‌ବେନ୍‌ରେ ମୋତେ ମାଡ଼ ମାରିବା ଲାଗି କହୁଥିଲେ ସେ ମୋର ବନ୍ଧୁ ପାଲଟିଯାଇଥିଲେ। ସିଏସ୍‌କେ ଦଳରେ ଆମେ ଏକତ୍ର ଅନେକ ମ୍ୟାଚ ଖେଳିଛୁ। ଖେଳକୁ ମିଳିତ ଭାବେ ଉପଭୋଗ କରିଛୁ। ଆଇପିଏଲ୍‌ ଶେଷ ହେବା ପରେ ଏକ ଇମର୍ଜିଂ ଦଳ ସହିତ ମୁଁ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିଲି। ସେତେବେଳେ ହେଡେନ ମୋତେ ତାଙ୍କ ଘରକୁ ଡକାଇଥିଲେ। ମୋ ପାଇଁ ସେ ଚିକେନ ବରିୟାନୀ ଓ ଡାଲି ପ୍ରସ୍ତୁତ କରିଥିଲେ ବୋଲି ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri