Posted inଖେଳ

ମୁଷ୍ଟି ପ୍ରହାର ଧମକ ଦେଇଥିଲେ ହେଡେନ

ନୂଆଦିଲ୍ଲୀ, ୮ା୫ (ପି.ଟି.)-ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ୍‌ ଏକଦା ମୋ ମୁହଁକୁ ମୁଷ୍ଟି ପ୍ରହାର କରିବା ଲାଗି ଧମକ ଦେଇଥିଲେ ବୋଲି କହିଛନ୍ତି ଭାରତର ଆଉଟ୍‌ ଅଫ୍‌ ଫେଭର ଉଇକେଟକିପର ପାର୍ଥିବ ପଟେଲ। ବର୍ତ୍ତମାନ କିନ୍ତୁ ଆମେ ଦୁଇଜଣ ଭଲ ବନ୍ଧୁ ବୋଲି ଏକ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି। ଘଟଣାଟି ଘଟିଥିଲା ୨୦୦୪ରେ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବେଳେ। ବ୍ରିସ୍‌ବେନ୍‌ ମ୍ୟାଚ ଚାଲିଥିବାବେଳେ ମୁଁ ଡ୍ରିଙ୍କ୍ସ ନେଇ ପଡ଼ିଆକୁ ଯାଇଥିଲି। ସେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଇର୍ଫାନ ପଠାନ ହେଡେନଙ୍କୁ ଆଉଟ କରିଦେଇଥାନ୍ତି। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ସେତେବେଳେ ଶତକ ହାସଲ କରି ସାରିଥାନ୍ତା। ମୁଁ ତାଙ୍କ ପାଖ ଦେଇ ଯାଉଥିବାବେଳେ ଆକ୍ଷେପ କରି ‘ହୁ ହୁ’ କରିଥିଲି। ଏଥିରେ ସେ ଖୁବ୍‌ ରାଗି ଯାଇଥିଲେ। ବ୍ରିସ୍‌ବେନ ଡ୍ରେସିଂ ରୁମ୍‌ ଯାହାକି ଏକ ଟନେଲ ସଦୃଶ। ସେଠାରେ ସେ ଦୃଢ ଭାବେ ଛିଡ଼ା ହୋଇ ମୋ ଅପେକ୍ଷାରେ ଥିଲେ। ମୋତେ କହିଥିଲେ ତୁମେ ଯଦି ପୁଣି ଏଭଳି ଆକ୍ଷେପ କରିବ ତେବେ ତୁମ ମୁହଁକୁ ମୁଷ୍ଟିରେ ପ୍ରହାର କରିବି। ମୁଁ ତାଙ୍କୁ ‘ସରି’ କହିବା ପରେ ସେ ଚାଲିଯାଇଥିଲେ ବୋଲି ପଟେଲ କହିଛନ୍ତି। ଏହି ଘଟଣାର ୪ବର୍ଷ ପରେ ଦୁଇ କ୍ରିକେଟର ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସାଥୀ ହୋଇ ଖେଳିଥିଲେ। ଦୁହିଁଙ୍କ ମଧ୍ୟରେ କ୍ରମେ ସୁସମ୍ପର୍କ ସ୍ଥାପିତ ହୋଇଥିଲା। ପଟେଲ କହିଛନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ହେଡେନ ଥରେ ଅଷ୍ଟ୍ରେଲିଆରେ ତାଙ୍କ ବାସଭବନକୁ ଡିନର ପାଇଁ ନିମନ୍ତ୍ରଣ କରିଥିଲେ। ଯେଉଁ ହେଡେନ ବ୍ରିସ୍‌ବେନ୍‌ରେ ମୋତେ ମାଡ଼ ମାରିବା ଲାଗି କହୁଥିଲେ ସେ ମୋର ବନ୍ଧୁ ପାଲଟିଯାଇଥିଲେ। ସିଏସ୍‌କେ ଦଳରେ ଆମେ ଏକତ୍ର ଅନେକ ମ୍ୟାଚ ଖେଳିଛୁ। ଖେଳକୁ ମିଳିତ ଭାବେ ଉପଭୋଗ କରିଛୁ। ଆଇପିଏଲ୍‌ ଶେଷ ହେବା ପରେ ଏକ ଇମର୍ଜିଂ ଦଳ ସହିତ ମୁଁ ଅଷ୍ଟ୍ରେଲିଆ ଟୁର୍‌ରେ ଯାଇଥିଲି। ସେତେବେଳେ ହେଡେନ ମୋତେ ତାଙ୍କ ଘରକୁ ଡକାଇଥିଲେ। ମୋ ପାଇଁ ସେ ଚିକେନ ବରିୟାନୀ ଓ ଡାଲି ପ୍ରସ୍ତୁତ କରିଥିଲେ ବୋଲି ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?