Categories: ଜାତୀୟ

ମୁମ୍ବାଇ ୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ନିର୍ଭୟରେ ବୁଲୁଛନ୍ତି ମାଷ୍ଟରମାଇଣ୍ଡ୍‌ ହାଫିଜ୍‌

ମୁମ୍ବାଇ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ୨୬/୧୧ ଆକ୍ରମଣକୁ ଇତିମଧ୍ୟରେ ୧୧ ବର୍ଷ ପୂରିଛି । ନଭେମ୍ବର ୨୯ ପର୍ଯ୍ୟନ୍ତ ଦୀର୍ଘ ୬୦ ଘଣ୍ଟା ଧରି ମିଳିତ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା। ଏହି ଆକ୍ରମଣରେ ୧୬୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨୮ ଜଣ ବିଦେଶୀ ନାଗରିକ ଥିଲେ। ତାଜ୍‌ ହୋଟେଲ୍‌ ମଧ୍ୟରେ ଆତଙ୍କ ଚଳାଇଥିବା ଅଜମଲ ଆମିର୍‌ କସାବଙ୍କୁ ଗିରଫ କରାଯାଇ ପରେ ଫାଶୀ ଦଣ୍ଡାଦେଶ ହୋଇଥିଲା। ତେବେ ଏବେ ମଧ୍ୟ ଏହି ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ନିର୍ଭୟରେ ବୁଲୁଛନ୍ତି। ତାଙ୍କୁ ପାକିସ୍ତାନ ଆଶ୍ରୟ ଦେଇଛି । ଏହାକୁ ନେଇ ଆମେରିକା ପକ୍ଷରୁ ବାରମ୍ବାର ଉଦ୍‌ବେଗ ପ୍ରକାଶ କରାଯାଉଛି।

Share