Categories: ଖେଳ

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା କପ୍‌’ ଲାଗି ସୋମବାର ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଯେର୍ଉଥିରେ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ୍‌ ସିଜନ ପୂର୍ବରୁ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ପ୍ରତିବର୍ଷ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହାକୁ ୫୦ ଓଭର ବିଶିଷ୍ଟ କରାଯାଇଛି। ୧୯ ବର୍ଷୀୟ ଅର୍ଜୁନ ଏଥିପୂର୍ବରୁ ଗତବର୍ଷ ଟି୨୦ ମୁମ୍ବାଇ ଲିଗ୍‌ରେ ଖେଳିଥିଲେ। ନିଲାମୀରେ ତାଙ୍କୁ ୫ ଲକ୍ଷ ଟଙ୍କାରେ କ୍ରୟ କରାଯାଇଥିଲା। ମୁମ୍ବାଇ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଆଦିତ୍ୟ ତାରେ, ଜୟ ବିସ୍ତ, ସର୍ଫରାଜ ଖାଁ, ଶୁଭମ ରଞ୍ଜନ, ରନୁକ ଶର୍ମା, ଏକନାଥ କେର୍କର, ସୁଫିୟାନା ଶୈଖ, ଆକାଶ ପାର୍‌କର, ଶାମ୍ସ ମୁଲାନି, ଆଦିତ୍ୟ ଧୁମାଲ, ଶଶାଙ୍କ ଅତ୍ରାଡେ, ଆକିବ୍‌ କ୍ୟୁରେଶି, କୃଥିକ ହଙ୍ଗ୍‌ଭାଡି ଓ ଅର୍ଜୁନ ତେନ୍ଦୁଲକର।

Share