Categories: ରାୟଗଡା

ମୁନିଗୁଡ଼ା ରେଳ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନ ଯୋଗୁ ହଜିଥିବା ଜିନିଷ ଫେରିପାଇଲେ କରନ୍‌

ମୁନିଗୁଡ଼ା,୧୩।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ମୁନିଗୁଡ଼ା ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ଉନ୍ନତ ସେବା ଲାଗି ଜନୈକ ଯାତ୍ରୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାନୁଯାୟୀ, ବିହାରର ମୁଙ୍ଗେର ଜିଲା ଅନ୍ତର୍ଗତ କାଥାନା ଗ୍ରାମର କରନ୍‌ କୁମାର ଗତ ୧୦ ତାରିଖରେ ଆଲେପି-ଧାନବାଦ ୧୩୩୫୨ ନଂ. ଟ୍ରେନ୍‌ ଯୋଗେ ଟ୍ରିଚରରୁ ମୁନିଗୁଡ଼ା ଆସିବା ସମୟରେ ତାଙ୍କର ଲଗେଜ୍‌ ବ୍ୟାଗ୍‌ଟିକୁ ଛାଡ଼ି ଦେଇଥିଲେ। ଉକ୍ତ ବ୍ୟାଗ୍‌ରେ ତାଙ୍କର ୫ ହଜାର ଟଙ୍କା, ୧୬ ହଜାର ଟଙ୍କା ମୂଲ୍ୟର ୨ଟି ମୋବାଇଲ, ଭୋଟ ପରିଚୟ ପତ୍ର, ପାନ୍‌ କାର୍ଡ, ଏସ୍‌ବିଆଇ ଡେବିଟ୍‌ କାର୍ଡ ପରି ଆବଶ୍ୟକ ନଥିପତ୍ର ଥିଲା। ସେ ମୁନିଗୁଡ଼ା ଆର୍‌ପିଏଫ୍‌ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଷ୍ଟ କମାଣ୍ଡର ମନୋଜ ଜଗତାପଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟରତ କନେଷ୍ଟବଳ ଅରୁଣ କୁମାର ସବୁଗୁଡ଼ିକୁ ଉଦ୍ଧାର କରି ଉପଯୁକ୍ତ ପ୍ରମାଣ ପାଇ ଯାତ୍ରୀ ଜଣଙ୍କୁ ହସ୍ତାନ୍ତର କରିଥିଲେ। ସୁରକ୍ଷା ବଳର ଏହି କାର୍ଯ୍ୟାନୁଷ୍ଠାନକୁ ଅନୁରୂପ ଭାବେ କରନ୍‌ ଓ ସାଧାରଣରେ ପ୍ରଶଂସା କରାଯାଇଛି।