ମୁଣ୍ଡ ନ ଥିବା କୁଟୁରା ଉଦ୍ଧାର

ଯୋଡ଼ା,୧୭ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଅନ୍ତର୍ଗତ କୁଦୁରସାହି ନିକଟସ୍ଥ ବୈତରଣୀ (ଏ) ରିଜର୍ଭ ଜଙ୍ଗଲରୁ ବନବିଭାଗ ଗୁରୁବାର ପୂର୍ବାହ୍ନରେ ବନ ବିଭାଗ ଏକ ମୁଣ୍ଡବିହୀନ ମୃତ କୁଟୁରା ଉଦ୍ଧାର କରିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏହି ୩ ବର୍ଷୀୟା କୁଟୁରାଟି ଗାଁ ମୁହାଁ ହୋଇଥିବା ବେଳେ କେହି ଦୁର୍ବୁତ୍ତ ତାକୁ ମାରି ପକାଇ ଦେଇଥିଲା। ଖବର ପାଇ ଯୋଡା ବନପାଳ ପିଅନ ନାଏକ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡବିହୀନ ମୃତ କୁଟୁରାଟିକୁ ଉଦ୍ଧାର କରିଥିଲେ। ଏଥି ସହିତ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଏକ ଛୁରୀ, ପନିକି, କଡେଇ ଜବତ କରିଛନ୍ତି। ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ କୁଟୁରାଟିର ବ୍ୟବଚ୍ଛେଦ କରିଛନ୍ତି। ଏହି କୁଟୁରଟିକୁ କିଏ ମାରିଛି ତାହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନପାଳ କହିଛନ୍ତି।